ମହିଳାର X –Rayକୁ ଦେଖି ଡାକ୍ତରମାନଙ୍କର ଉଡିଗଲା ହୋସ, ପ୍ରାଇବେଟ ପାର୍ଟରେ ଦେଖାଗଲା ବାଇକର ହ୍ୟାଣ୍ଡେଲ

ପ୍ରାୟତଃ ଅପରାଧୀମାନଙ୍କୁ ରୋକିବାରେ ପୋଲିସ ଓ ପ୍ରଶାସନ ବିଫଳ ହୋଇଥାନ୍ତି । ମହିଳାଙ୍କ ସହିତ ସବୁଦିନ କିଛି ନା କିଛି ଘଟଣା ସାମ୍ନାକୁ ଆସିଥାଏ । ଏମିତି ହିଁ ଏକ ଘଟଣା ଘଟିଛି ଯାହାକି ଲୋକମାନଙ୍କର ହୋସ ଉଡାଇ ଦେଇଛି । ଆଜି ଯେଉଁ ମାମଲା ବିଷୟରେ ଆମେ କହିବାକୁ ଯାଉଛୁ ତାହା ସମ୍ପର୍କର ମର୍ଯ୍ୟାଦାକୁ କଳଙ୍କିତ କରି ଦେଇଛି ।

ସୂଚନା ଅନୁସାରେ ଏହି ମାମଲା ଇନ୍ଦୋର ର ଚନ୍ଦନ ନଗର ଥାନା କ୍ଷେତ୍ରର ଅଟେ । ଏଠାରେ ଜଣେ ସ୍ଵାମୀ ନିଜର ସ୍ତ୍ରୀ ସହ ଝଗଡା ଓ ମାରପିଟ କରି ମହିଳାର ପ୍ରାଇବେଟ ପାର୍ଟରେ ବାଇକର ହ୍ୟାଣ୍ଡେଲ ଭର୍ତ୍ତି କରି ଦେଇଛି । ମହିଳା ଜଣକ ପାଖାପାଖି ୮ ମାସ ପର୍ଯ୍ୟନ୍ତ ବ୍ୟଥା ସହୁଥିଲା । ଏହା ପରେ ଯେତେବେଳ ତାହାର ସ୍ୱାସ୍ଥ୍ୟ ଅଧିକ ଖରାପ ହେଲା ତେବେ ତାକୁ ଏମୱାୟ ହସ୍ପିଟାଲରେ ଭର୍ତ୍ତି କରାଗଲା ।

ଯେଉଁଠି ୧୮ ଜଣ ଡାକ୍ତରମାନଙ୍କ ଦ୍ଵାରା ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଜଟିଳ ଅପରେସନ ପରେ ଏହି ହ୍ୟାଣ୍ଡେଲକୁ ବାହାରକୁ ବାହାର ଲାରାଗଲା । କହିବାକୁ ଗଲେ ମହିଳାଙ୍କ ପାଇଁ ଆସନ୍ତା ୭୨ ଘଣ୍ଟା ବହୁତ ମହତ୍ଵପୂର୍ଣ୍ଣ ଅଟେ ଓ ସେ ପୁରା ପୁରି ଡାକ୍ତରମାନଙ୍କର ଦେଖାଶୁଣାରେ ଅଛନ୍ତି ।

ଡାକ୍ତରମାନେ କହିଲେ କି ହ୍ୟାଣ୍ଡେଲଟି ଛୋଟ ଅନ୍ତ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଗ୍ରୀପ ଅଧିକ ସମୟ ପର୍ଯ୍ୟନ୍ତ ଗର୍ଭାଶୟରେ ଫସି ଯାଇଥିବାରୁ ରୋଗୀର ଏହି ଅଙ୍ଗରେ ସଂକ୍ରମଣ ହୋଇଯାଇଥିଲା । ଅନ୍ୟ ପଟେ ପୋଲିସ ମହିଳାର ସ୍ଵାମୀକୁ ଗିରଫ କରି ନେଇଛି । ପୋଲିସ ଯାଞ୍ଚ କରି କହିଲେ କି ମହିଳାର ସ୍ଵାମୀ ପ୍ରକାଶ ଭୀଲ ଓରଫ ରାମା (୩୫) ଦ୍ଵିତୀୟ ମହିଳା ସହ ସମ୍ବନ୍ଧ ରଖିଥିଲା ।

ଏହା ଥିଲା ଘଟଣା

ମହିଳା ଜଣକ ନିଜ ସ୍ଵାମୀର ଅନ୍ୟ ମହିଳା ସହିତ ସମ୍ପର୍କ ରଖିବା ଉପରେ ଆପତ୍ତି କରୁଥିଲା । ଏହା ଉପରେ ସବୁବେଳ ସ୍ଵାମୀ – ସ୍ତ୍ରୀ ମଧ୍ୟରେ ବିବାଦ ହେଉଥିଲା । ଏହା ପରେ ଦିନେ ସ୍ଵାମୀ ରାଗି ଯାଇ ନିଜ ସ୍ତ୍ରୀକୁ ମଦ୍ୟପାନ କରାଇ ତାହାର ଗୁପ୍ତଅଙ୍ଗରେ ହ୍ୟାଣ୍ଡେଲ ଭର୍ତ୍ତି କରିଦେଲା । ଲଜ୍ୟା କାରଣରୁ ମହିଳା ଜଣକ କାହାକୁ କିଛି କହିଲା ନାହିଁ । ଏବଂ ଏହି ଅବସ୍ଥାରେ ମହିଳା ଜଣକ ପାଖାପାଖି ୨ ବର୍ଷ ବିତାଇଦେଲା ।

କିନ୍ତୁ ବ୍ୟଥା ବଢିବାରୁ ସେ ହସ୍ପିଟାଲ ଗଲେ କିନ୍ତୁ ଟଙ୍କା ଅଭବାରୁ ସେ ଫେରି ଆସିଲା । ଏହା ପରେ ସେ କେତେ ଥର ଚନ୍ଦନ ନଗର ଥାନାରେ ନିଜ ସ୍ଵାମୀ ଦ୍ଵାରା ହେଉଥିବା ମାରପିଟ ବିଷୟରେ ବି କହିଛି କିନ୍ତୁ ପୋଲିସ ତାକୁ ଥଟ୍ଟା କରି ଫେରାଇ ଦେଉଥିଲେ । ଏହା ମଧ୍ୟରେ ଇନ୍ଫେକ୍ଶନ ପୁରା ଶରୀରରେ ବ୍ୟାପିଗଲା ଓ ଶେଷରେ ମହିଳା ଜଣକ ସାହସ କରି ଶନିବାର ଦିନ ଥାନାରେ ପହଞ୍ଚିଲା । ତାହାର ଅବସ୍ଥା ଦେଖି ମହିଳା ଆରକ୍ଷକ ତାକୁ ହସ୍ପିଟାଲ ନେଇଗଲେ ଓ ସେଠାରେ ମହିଳାର ଚିକଶ୍ଚା କରାଗଲା ।

ମହିଳା ପୋଲିସକୁ କହିଲା କି ସେ ୨୦୦୫ରେ ପ୍ରକାଶକୁ ପ୍ରେମ ବିବାହ କରିଥିଲା । ଦୁଇ ଜଣଙ୍କର ୫ଟି ଝିଅ ଏବଂ ୧ ପୁଅ ଅଛି । ସ୍ଵାମୀ ବମ୍ବେ ବଜାରରେ ମଜଦୁରି କରେ । ମହିଳା ଜଣକ ଆଗକୁ କହିଲା କି ଯେତେବେଳ ତାକୁ ଜଣା ପଡିଲା କି ତାହାର ସ୍ଵାମୀ ରାଧା ନାମକ ଏକ ମହିଳାକୁ ପ୍ରେମ କରୁଛି ତେବେ ମହିଳା ଜଣକ ବିରୋଧ କରିଲା ଓ ତାହା ପରେ ଏହି ଘଟଣାଟି ଘଟିଲା ।

କେତେକ ଅଙ୍ଗ କ୍ଷତିଗ୍ରସ୍ତ

ଡାକ୍ତରମାନେ କହିଲେ କି କି ହ୍ୟାଣ୍ଡେଲ ପାଖାପାଖି ୨ ବର୍ଷ ପର୍ଯ୍ୟନ୍ତ ଗୁପ୍ତାଙ୍ଗ ଜରିଆରେ ପେଟରେ ରହିବା କାରଣରୁ ଗର୍ଭାଶୟ କ୍ଷତିଗ୍ରସ୍ତ ହୋଇଯାଇଛି । ଭିତରେ କେତେକ ଶିରା ମଧ୍ୟ କଟି ଯାଇଛି । ସୋନୋଗ୍ରାଫି ଓ ସିଟି ସ୍କାନରୁ ଜଣା ପଡିଲା କି ହ୍ୟାଣ୍ଡେଲ ଗର୍ଭାଶୟ ଓ ପେଟ ମଧ୍ୟରେ ଫସି ଯାଇଛି । ହ୍ୟାଣ୍ଡେଲ ପାଖାପାଖି ୧୫ ସେମି ଲମ୍ବା ଓ ୩.୫ ସେମି ଚଉଡା ଅଟେ ।