ଦୂର୍ଗା ମା’ଙ୍କ ପାଖେ ଲାଗି ହେଉଥିବା କାଶତଣ୍ଡି ଫୁଲର ପୂର୍ବ ଜନ୍ମର କାହାଣୀ ଜାଣିଲେ ଆପଣଙ୍କ ଆଖି ଭିଜିଯିବ, ଜାଣନ୍ତୁ କାହିଁକି ମା’ ଦୂର୍ଗାଙ୍କୁ ଅପେକ୍ଷା କରେ ଏହି ଫୁଲ

କାହିଁକି କେବଳ ଦୂର୍ଗା ମା’ଙ୍କୁ ଅପେକ୍ଷା କରେ କାଶତଣ୍ଡି ଫୁଲ ? ମା’ଙ୍କ ଆସିବା ପୂର୍ବରୁ ଆସେ ଓ ମା’ଙ୍କ ବିସର୍ଜନ ପରେ ମଉଳିଯାଏ ? କାଶତଣ୍ଡି ଫୁଲର ପୂର୍ବଜନ୍ମର କାହାଣୀ ଜାଣିଲେ ଆପଣଙ୍କ ଆଖି ଭିଜିଯିବ । ଦଳିତ ଝିଅ କାଶତଣ୍ଡି ଓ ରାଜକୁମାରଙ୍କ ଦୁଃଖଦ ପ୍ରେମ କାହାଣୀ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । କାଶତଣ୍ଡି ଫୁଲକୁ ନେଇ ଅନେକ କବି ପୃଥିବୀ ମା’ର ସୌନ୍ଦର୍ଜ୍ୟତାକୁ ବର୍ଣ୍ଣନା କରିବାର ଦେଖିଥିବେ । ତେବେ ଏହି ସୁନ୍ଦରୀ କାଶତଣ୍ଡି ଫୁଲ ଫୁଟିବା ଆସନ୍ତୁ ଜାଣିବା ।

ଏହା ହେଉଛି ପୁରାଣ ଯୁଗର କାହାଣୀ । ଗରିବ ଘରର ଝିଅଟିଏ ଥିଲା, ନାଁ ତା’ର କାଶତଣ୍ଡି । କାଶତଣ୍ଡି ସବୁଦିନ ନଦୀପଠାକୁ ବୁଲିବାକୁ ଯାଏ । ଆଉ ସେହି ରାଜ୍ୟର ରାଜକୁମାର ସବୁଦିନ ସେହି ବାଟ ଦେଇ ଯାଆନ୍ତି । ରାଜକୁମାରଙ୍କୁ ମନେ ମନେ ହୃଦୟ ଦେଇ ବସିଲା କାଶତଣ୍ଡି । କିନ୍ତୁ ସେ ତ ରାଜକୁମାର, ତାଙ୍କ ପାଇଁ କଣ ଝିଅର ଅଭାବ ! ଇଚ୍ଛା କରିବା ମାତ୍ରେ ଅନେକ ଧନୀ ଘରର ଝିଅ ତାଙ୍କ ପାଇଁ ଧାଡି ବାନ୍ଧି ଠିଆ ହେବେ ।

ହେଲେ କାହିଁକି କେଜାଣି ରାଜକୁମାର ମଧ୍ୟ ସେହି ଗରିବ ଝିଅ କାଶତଣ୍ଡିର ପ୍ରେମରେ ପଡିଗଲେ । ଉଭୟଙ୍କ ପ୍ରେମ ସମ୍ପର୍କ ଗଢିଉଠିଲା ଓ ସବିଦିନ ନଦୀପଠାରେ ଉଭୟ ଭେଟୁଥିଲେ । ହେଲେ ଦଇବ ସହିଲାନି, ତାଙ୍କ ପବିତ୍ର ପ୍ରେମରେ ସତେ ଯେମିତି କାହା ନଜର ଲାଗିଗଲା । କାରଣ ଗୋଟିଏ ଛୋଟଜାତି ଓ ଗରିବ ଘରର ଝିଅ ପୁଣି ରାଜରାଣୀ ହେବ ଏକଥା ଜାଣି ରାଜା ରାଗିଗଲେ ।

ସେଥିପାଇଁ ପୁଅକୁ ନଦୀପଠାରୁ ଧରି ଆଣିବା ପାଇଁ ସେ ସୈନ୍ୟସାମନ୍ତ ପଠାଇଲେ । ସେତିକି ବେଳେ ରାଜକୁମାର ଓ କାଶତଣ୍ଡି ପରସ୍ପରକୁ ଜାବୁଡି ଧରି ପ୍ରେମର ମୂହୁର୍ତ୍ତକୁ ଉପଭୋଗ କରୁଥିଲେ । ଆଉ ସେତିକି ବେଳେ ସୈନ୍ୟସାମନ୍ତ ପହଞ୍ଚିଗଲେ । ସେନାପତି ରାଜକୁମାରଙ୍କୁ ଦେଖି କହିଲେ, ଇଏ କଣ ରାଜକୁମାର, ଛାର ଗୋଟିଏ ଗରିବ ଘରର ଝିଅ ପାଇଁ ଆପଣ ରାଜମହଲ ଛାଡି ଆସିଛନ୍ତି ! ତୁରନ୍ତ ଆମ ସାଙ୍ଗରେ ରାଜଉଆସକୁ ଚାଲନ୍ତୁ ।

ମହାରାଜା କଡା ନିର୍ଦ୍ଦେଶ ଦେଇଛନ୍ତି ଆପଣଙ୍କୁ ନେଇଯିବା ପାଇଁ । କିନ୍ତୁ କାଶତଣ୍ଡି ବିନା ଉଆସକୁ ଫେରିଯିବା ପାଇଁ ମନା କରିଦେଲେ ରାଜକୁମାର । ରାଜକୁମାରଙ୍କ ଜିଦ୍ ଦେଖି ସୈନ୍ୟସାମନ୍ତ ନିରୁପାୟ ହୋଇଗଲେ ଓ ରାଜକୁମାରଙ୍କ ପାଖକୁ ସବୁ କଥା କହି ପଠାଇଲେ । ଏକଥା ଶୁଣି କାଶତଣ୍ଡିକୁ ସେଠାରେ ଜୀବନ କବର ଦେଇ ରାଜକୁମାରଙ୍କୁ ବଳପୂର୍ବକ ନେଇଆସିବା ପାଇଁ ନିର୍ଦ୍ଦେଶ ଦେଲେ ମହାରାଜା ।

ଯାହାପରେ ସୈନ୍ୟମାନେ ବି ଠିକ ସେମିତି କଲେ । ରାଜକୁମାର ଯେତେ କାନ୍ଦିଲେ ବି କେହି ଶୁଣିଲେନି । କିନ୍ତୁ କାଶତଣ୍ଡି କବର ପାଇବା ବେଳେ ରାଜକୁମାରଙ୍କୁ କହିଥିଲେ, ଯାଅ ରାଜକୁମାର ଏହି ରାଜ୍ୟର ଲୋକଙ୍କ ସେବା କରିବା ପାଇଁ ତୁମର ଜନ୍ମ । ମୋତେ ଝୁରି ଝୁରି କେବେ ରାଜ୍ୟବାସୀଙ୍କ ପ୍ରତି ଅନ୍ୟାୟ କରିବନି । ମହାରାଜା ତୁମ ମଙ୍ଗଳ ପାଇଁ ଆଦେଶ ଦେଇଛନ୍ତି ।

ତାଙ୍କ ମନରେ ଦୁଃଖ ଦେଇ ଆମେ କେବେ ଶାନ୍ତିରେ ରହି ପାରିବାନି । ଏକଥା ଶୁଣି ରାଜକୁମାର ବି ତାଙ୍କ ପଛେ ପଛେ ଆତ୍ମହତ୍ୟା କରିବା କଥା କହିଥିଲେ । ହେଲେ କାଶତଣ୍ଡି କହିଥିଲା, ନା ରାଜକୁମାର ତୁମେ କେବେ ଆତ୍ମହତ୍ୟା କରିବନି । ମୋତେ ଅପେକ୍ଷା କରିବ ଆଉ ପ୍ରତିବର୍ଷ ଶରତ ଋତୁରେ ଏଇଠି ଆମର ମିଳନ ହେବ । ମାଆଙ୍କ ଆଗମନ ପୂର୍ବରୁ ମୁଁ ବି ଆସିବି ।

ଏତିକି କହି କାଶତଣ୍ଡି ମୃତ୍ୟୁବରଣ କରିବା ପରେ ରାଜକୁମାର ଭଗ୍ନ ହୃଦୟ ନେଇ ଉଆସକୁ ଫେରି ଆସିଲେ । ହେଲେ କେବେବି ଆଉ ବିବାହ କଲେନାହିଁ । ଶରତ ଋତୁ ହେଲେ କାଶତଣ୍ଡିକୁ ଭେଟିବା ପାଇଁ ସେହି ନଦୀକୂଳକୁ ଚାଲିଆସନ୍ତି ରାଜକୁମାର । କୁହାଯାଏ କି ଶରତ ଋତୁରେ ଅତୃପ୍ତ ଆତ୍ମାମାନେ ଧରାପୃଷ୍ଠକୁ ଓହ୍ଲାଇ ଆସନ୍ତି ।

ଆଉ ଅତୃପ୍ତ ଆତ୍ମାମାନଙ୍କ ମଧ୍ୟରେ କାଶତଣ୍ଡି ଅନ୍ଯତମ । ମନର ମଣିଷଙ୍କୁ ପାଇବାକୁ ଚାହୁଁଥିଲେ ଏହି କାଶତଣ୍ଡି ଫୁଲ ପାଖେ ମନକଥା କହିଦେଲେ ତାହ ପୂରଣ ହୋଇଯାଏ ବୋଲି ବିଶ୍ବାସ ମଧ୍ୟ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।