କାର୍ତ୍ତିକ ମାସ ପଞ୍ଚୁକରେ ତୁଳସୀ ର ୧୧ଟି ପତ୍ରରେ କରନ୍ତୁ କେବଳ ଏହି ଉପାୟ, ଦେଖିବେ କେମିତି ଖୁସିରେ ଭରିଯିବ ଆପଣଙ୍କ ଜୀବନ

ସବୁ ମାସରେ କିଛି ନା କିଛି ପର୍ବ ପର୍ବାଣି ହୋଇଥାଏ । କିନ୍ତୁ ହିନ୍ଦୁ ଶାସ୍ତ୍ର ଅନୁସାରେ ସବୁ ବାର ମାସରେ ମଧ୍ୟରେ କାର୍ତ୍ତିକ ମାସ ସବୁଠୁ ଖାସ ଏବଂ ମହତ୍ବପୂର୍ଣ୍ଣ ବୋଲି ମନା ଯାଏ । କାର୍ତ୍ତିକ ମାସକୁ ବହୁତ ପବିତ୍ର ବୋଲି କୁହା ଯାଏ । କାର୍ତ୍ତିକ ର ଏହି ମାସଟି ସରଦ ପୁର୍ଣିମା ରୁ ଆରମ୍ଭ କରି କାର୍ତ୍ତିକ ପୁର୍ଣିମା ପର୍ଯ୍ଯନ୍ତ ଚାଲି ଥାଏ । କାର୍ତ୍ତିକ ମାସରେ ଦୀପ ଦାନ କରିବା ଏବଂ ଗଙ୍ଗା ସ୍ନାନ କରିବା କୁ ଖାସ ମହତ୍ଵ ଅଛି । ଏହା କରିବା ଦ୍ଵାରା ସବୁ ପାପ ନଷ୍ଟ ହୋଇଥାଏ ।

କାର୍ତ୍ତିକ ମାସରେ ତୁଳସୀ ଗଛର ପୂଜା କରିବା ଦ୍ଵାରା ବହୁତ ଲାଭ ହୋଇଥାଏ । ହିନ୍ଦୁ ଧର୍ମରେ ତୁଳସୀ କୁ ବହୁତ ପବିତ୍ର ବୋଲି କୁହାଯାଏ । ଆପଣ ଜାଣିବା ନିମନ୍ତେ କହିଦେଉଛୁ ଯେ ଯଦି ଆପଣ ବହୁତ ଚେଷ୍ଟା କରିବା ସତ୍ବେ ଆପଣଙ୍କର କୌଣସି କାମ ହେଉ ନାହିଁ ତେବେ ଆପଣଙ୍କୁ ତୁଳସୀ ର ପୂଜା ନିଶ୍ଚିତ କରିବା ଦରକାର । ଆପଣ ବି କାର୍ତ୍ତିକ ମାସରେ ତୁଳସୀ ର କିଛି ଉପାୟ କରିପାରିବେ ଯାହା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସବୁ ଅସୁବିଧା ଶେଷ ହୋଇଯିବ ।

କାର୍ତ୍ତିକ ମାସ ରେ ଉପାୟ :

୧. ଯଦି ଆପଣ ଚାକିରି ଏବଂ ବ୍ୟବସାୟରେ ଉନ୍ନତି ଚାହୁଞ୍ଚନ୍ତି ତେବେ ଆପଣ ଗୁରୁବାର ଦିନ ତୁଳସୀ ର ଗଛରେ ହଳଦିଆ ରଙ୍ଗର କପଡା ବାନ୍ଧିଦିଅନ୍ତୁ ।

୨. କାର୍ତ୍ତିକ ମାସରେ ଘରେ ତୁଳସୀ ଗଛ ଲଗାନ୍ତୁ । ଏହା ସହିତ ଶ୍ରୀହରି ନାରାୟଣ ଙ୍କର ଚିତ୍ର କିମ୍ବା ପ୍ରତିମା ଘରେ ନିଶ୍ଚିତ ରଖନ୍ତୁ । ଏହା ପରେ ତୁଳସୀ ର ୧୧ଟି ପତ୍ର କୁ ବାନ୍ଧିଦିଅନ୍ତୁ । ଏହି ଉପାୟରେ ଆପଣଙ୍କ ଘରେ ଧନର ଅସୁବିଧା ହେବ ନାହିଁ ।

୩. ଧନ ପ୍ରାପ୍ତି ପାଇଁ ସକାଳୁ ଉଠି ତୁଳସୀ ପତ୍ର ର ୧୧ଟି ପତ୍ର ତୋଳି ଦିଅନ୍ତୁ । ଏବଂ ଯେଉଁଥିରେ ଆପଣ ଅଟା ରଖନ୍ତି ସେହଥିରେ ପକେଇଦିନନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଘରେ କିଛି ଦିନରେ ପରିବର୍ତ୍ତନ ଆସିବ ।

କାର୍ତିକ ମାସ ର ମହତ୍ତ୍ଵ :

୧. ତୁଳସୀ ପତ୍ର କୁ ଖାଇବା ଏବଂ ପୂଜିବା ଏହି ଦୁଇଟି ର ମହତ୍ଵ ଅଛି ।

୨. କାର୍ତ୍ତିକ ମାସରେ ମାଟିରେ ଶୋଇବା ଭଲ ବୋଲି ମନା ଯାଏ ।

୩. କାର୍ତ୍ତିକ ର ପୁରା ମାସରେ ଗଙ୍ଗା ନଦୀରେ ଗାଧୋଇବା ପୂଣ୍ୟ ବୋଲି କୁହାଯାଏ ।