କରୋନା ବିରୁଦ୍ଧ ଯୁଧ୍ୟରେ ହାରିଗଲେ ଓସାମା, କହିଥିଲେ ‘ଜୀବନ – ମୃତ୍ୟୁ ଅଲ୍‍ଲାହଙ୍କ ହାତରେ’

ଉତ୍ତରୀ ପାକିସ୍ତାନର ଗିଲଗିତ-ବାଲ୍ଟିସ୍ତାନରେ ଯୁବ ଡାକ୍ତର ଓସାମା ରିୟାଜର ରୋଗୀମାନଙ୍କ ସ୍କ୍ରୀନିଂଗ କରୁଥିବା ସମୟରେ କରୋନା ଭାଇରସ ଦ୍ଵାରା ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଛନ୍ତି । ଓସାମା ରିୟାଜଙ୍କୁ କିଛି ଦିନ ପୂର୍ବେ ହିଁ କରୋନା ଭାଇରସ ସଂକ୍ରମଣର ପୃଷ୍ଟି ହୋଇଥିଲେ । ଗିଲଗିତ-ବାଲ୍ଟିସ୍ତାନରେ କରୋନା ଦ୍ଵାରା ହୋଇଥିବା ଏହା ପ୍ରଥମ ମୃତ୍ୟୁର ମାମଲା ଅଟେ ।

ଗିଲଗିତ-ବାଲ୍ଟିସ୍ତାନର ସୂଚନା ବିଭାଗ ‘ଉର୍ଦୁ ନ୍ୟୁଜ’କୁ ତାଙ୍କର ମୃତ୍ୟୁକୁ ପୃଷ୍ଟି କରି କହିଛନ୍ତି କି ‘କରୋନା ଭାଇରସ ବିରୁଦ୍ଧରେ ଯୁଧ୍ୟରେ ମୁଖ୍ୟ ଭୂମିକା ନିଭାଇ ଥିବା ଡା. ଓସାମା ରିୟାଜ କରୋନା ଭାଇରସ ବିରୁଦ୍ଧରେ ଏହି ଯୁଧ୍ୟରେ ନିଜ ଜୀବନର ବାଜିକୁ ହାରିଗଲେ । ତାଙ୍କୁ ରାଷ୍ଟ୍ରୀୟ ନାୟକର ଦର୍ଜା ବି ଦିଆ ଯାଇଛି ।

ଦେଶରେ ନାୟକ ରୂପରେ ସମ୍ମାନ ଦିଆଯିବ

ଡା. ଓସାମାଙ୍କ ସମ୍ବନ୍ଧ ଗିଲଗିତ-ବାଲ୍ଟିସ୍ତାନ ଅଞ୍ଚଳ ଚଲାସ ସହ ଥିଲା । ଗିଲଗିତରେ ଡିସ୍ଟ୍ରିକ୍ଟ ହେଡ କ୍ଵାଟର ହସ୍ପିଟାଲରେ ଶୁକ୍ରବାର ରାତିରେ ହିଁ ତାଙ୍କର ଅବସ୍ଥା ଗମ୍ଭୀର ହୋଇଯାଇଥିଲା । ତାଙ୍କର ଚିକିତ୍ସା ବି ଜାରି ଥିଲା । ଏହା ପରେ ତାଙ୍କର ଖରାପ ଅବସ୍ଥାକୁ ଦେଖି ତାଙ୍କୁ ଭେଣ୍ଟିଲେଟର ରେ ରଖା ଯାଇଥିଲା ।

ସେ ଗିଲଗିତରେ ଲୋକମାନଙ୍କ ସ୍କ୍ରିନିଂଗର ଡିୟୁଟି କରୁଥିଲେ । କିନ୍ତୁ ସବୁଠୁ ଦୁଃଖର କଥା ଏହା ଅଟେ କି ଏହି ସମୟରେ ସେ ନିଜେ ବି କରୋନା ଭାଇରାସର ଶିକାର ହୋଇଗଲେ । ଗିଲଗିତ-ବାଲ୍ଟିସ୍ତାନ ସରକାର ପ୍ରବକ୍ତା ଫ୍ୟାଜୁଲ୍ଲାହ ଫିରାକ କହିଲେ କି ଯୁବ ଡାକ୍ତର ଓସାମା ରିୟାଜ ଇରାନ ଓ ଅନ୍ୟ କ୍ଷେତ୍ରରୁ ଆସୁଥିବା ଲୋକଙ୍କ ସ୍କ୍ରିନିଂଗ କରୁଥିଲେ । ସେହି ଠାରୁ ହିଁ ସେ ଏହି ଭାଇରସ ଦ୍ଵାରା ସଂକ୍ରମିତ ହୋଇଛନ୍ତି ।

ଗୋଟିଏ ସପ୍ତାହ ପୂର୍ବରୁ ହିଁ ଦେଇଥିଲେ ପରୀକ୍ଷା

ସେ ଗିଲଗିତ-ବାଲ୍ଟିସ୍ତାନର ସ୍ୱାସ୍ଥ୍ୟ ବିଭାଗରେ ପାଖପାଖି ୧.୫ ବର୍ଷ ପୂର୍ବେ ଡାକ୍ତର ରୂପରେ ନିଯୁକ୍ତ ହୋଇଥିଲେ । ଅନ୍ୟ ପଟେ ପରିବାର ତରଫରୁ କୁହାଯାଉଛି କି ପାଖାପାଖି ଗୋଟିଏ ସପ୍ତାହ ପୂର୍ବରୁ ହିଁ ଡା. ଓସାମା ଏଫସୀପୀଏସ ପାର୍ଟ ୧ ର ପରୀକ୍ଷାରେ ପାସ କରିଥିଲେ ।

କହିଥିଲେ ଜୀବନ ଓ ମୃତ୍ୟୁ ଆଲ୍ଲାଙ୍କ ହାତରେ

କିଛି ଦିନ ପୂର୍ବେ ହିଁ ଯେତବେଳେ ତାଙ୍କୁ କୁହାଗଲା କି ସେ ସାବଧାନ ହୋଇ କାମ କରନ୍ତୁ ଓ ଭାଇରସ ଠାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ତେବେ ଡା. ଓସାମାଙ୍କ ଜବାବ ଥିଲା କି ଜୀବନ ଓ ମୃତ୍ୟ ଆଲ୍ଲାଙ୍କ ହାତରେ ଅଛି । ଏହି ଭାଇରସ ସମାଜରେ ବ୍ୟାପିଯିବା ପୂର୍ବରୁ ଆମକୁ ଏହାକୁ ରୋକିବା ପାଇଁ ଚେଷ୍ଟା କରିବା ଉଚିତ ।