ଏହି ନିରୀହପ୍ରାଣୀମାନଙ୍କ ପ୍ରତି ମାନବିକତା ଦେଖାଇବାର ଆସିଛି ସମୟ…୪୦ ହଜାର କୁକୁର, ଗାଇ, ବାଛୁରୀଙ୍କୁ ମିଳୁ ନାହିଁ ଖାଦ୍ୟ

ଦେଶ ଦୁନିଆ ଭଳି ବର୍ତ୍ତମାନ ଆମ ଭାରତରେ ବି କରୋନା ଭାଇରସର ଆତଙ୍କ ଦିନକୁ ଦିନ ବଢିବାରେ ଲାଗିଛି । ଗତ କିଛି ଦିନ ହେବ ଏଠାରେ ସମସ୍ତ ହୋଟେଲ ଓ ଢାବା ବନ୍ଦ ହୋଇ ପଡିଛି । ଅନେକ ସ୍ଥାନରେ ପନିପରିବା ମାର୍କେଟ ବି ବନ୍ଦ ଅଛି । ରାସ୍ତା ଉପରେ ଲୋକମାନଙ୍କ ଭିଡ ବି କମ ହୋଇ ଯାଇଛି । ଏମିତିରେ ରାସ୍ତାରେ ବୁଲୁଥିବା କୁକୁର, ଗାଈ ଓ ବାଛୁରି ବି ଭୋକରେ ବୁଲୁଛନ୍ତି ।

ସୂଚନା ଅନୁସାରେ ଅନେକ ସହରରେ ହଜାରରୁ ବି ଅଧିକ କୁକୁର ରାସ୍ତା ଉପରେ ବୁଲିଥାନ୍ତି । ଏହିଭଳି ପ୍ରତି ସହରରେ ୨୫୦ ରୁ ୩୦୦ ଗାଈ, ବାଛୁରି ମଧ୍ୟ ରାସ୍ତାରେ ବୁଲିଥାନ୍ତି । କହିବାକୁ ଗଲେ ଗାଈ, ବାଛୁରି ଓ ବଳଦଙ୍କୁ ପନିପରିବା ମାର୍କେଟ ଓ ଅନ୍ୟ ସ୍ଥାନରୁ ଖାଦ୍ୟ ଜିନିଷ ମିଳିଯାଏ । ଅନ୍ୟ ପଟେ କୁକୁରମାନେ ନିଜର ଖାଦ୍ୟ ପାଇଁ ହୋଟେଲ, ଢାବା ଓ ଅନ୍ୟ କେତେକ ସ୍ଥାନରେ ବୁଲିଥାନ୍ତି । କିନ୍ତୁ କରୋନା ଭାଇରସ କାରଣରୁ ସବୁ ବନ୍ଦ ଥିବା ଦ୍ଵାରା ସେମାନେ ବର୍ତ୍ତମାନ ଭୋକରେ ବୁଲୁଛନ୍ତି ।

ପଶୁମାନଙ୍କ ପ୍ରତି ଲୋକମାନଙ୍କୁ ସହାନୁଭୂତି ଦେଖାଇବା ଦରକାର – ନଗର ନିଗମ

ଗତ କିଛି ଦିନ ହେବ ସହରର ଅବସ୍ଥା ବଦଳିବା ଦ୍ଵାରା କଥା କହିପାରୁ ନ ଥିବା ପଶୁମାନଙ୍କ ଅବସ୍ଥା ଶୋଚନୀୟ ହୋଇଛି । ଏମିତିରେ ସେମାନେ ରାତି ସମୟରେ ଗାଡି ଗୁଡିକ ପଛରେ ଏଥିପାଇଁ ଦୌଡିଥାନ୍ତି ଯାହା ଦ୍ଵାରା ତାଙ୍କୁ କିଛି ଖାଦ୍ୟ ଜିନିଷ ମିଳିଯିବ । ନଗର ନିଗମର ଭେଟରନରୀ ଅଫିସରଙ୍କ ଅନୁସାରେ ବର୍ତ୍ତମାନ ପଶୁମାନଙ୍କ ପ୍ରତି ସହାନୁଭୂତି ଦେଖାଇବା ଜରୁରୀ ଅଟେ ।

ଯଦି ଆପଣଙ୍କ ଘରେ ଖାଦ୍ୟ ସାମଗ୍ରୀ ବଞ୍ଚି ଯାଉଛି ତେବେ ସେହି ଖାଦ୍ୟକୁ ପଶୁମାନଙ୍କୁ ଦେଇ ଦିଅନ୍ତୁ କିମ୍ବା ସେମାନଙ୍କ ପାଇଁ ଖାଦ୍ୟ ତିଆରି କରି ତାଙ୍କୁ ଦିଅନ୍ତୁ । କହିବାକୁ ଗଲେ ବର୍ତ୍ତମାନର ସମୟ ପଶୁମାନଙ୍କ ପ୍ରତି ମାନବିକତା ଦେଖାଇବାର ଅଛି । ଯଦି ବର୍ତ୍ତମାନ ସମୟରେ ପଶୁମାନଙ୍କ ପ୍ରତି ସହାନୁଭୂତି ଦେଖାଇବେ ନାହିଁ ତେବେ ସେମାନେ ହିଂସ୍ରକ ହେବାର ବି ଆଶଙ୍କା ରହିଛି ।