ଜୀବନରେ ଯାହା ବି ଦୁଃଖ ଥାଉ ସେହି କ୍ଷଣି ଦୂର ହୋଇଯିବ, କରନ୍ତୁ ଲବଙ୍ଗ ର ଏହି ଉପାୟ, Astrologer Pragyan Tripathy

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଦ୍ରାର ୨ ପାର୍ଶ୍ଵରହିଲା ଭଳି ଜୀବନରେ ମଧ୍ୟ ସେହିପରି ଦୁଃଖ ଓ ସୁଖ ମିଶି କରି ରହିଥାନ୍ତି । ସୁଖ ସମୟରେ ତ ସମସ୍ତେ ନିଜର ଜୀବନକୁ ଖୁସିରେ ଉପଭୋଗ କରିଥାନ୍ତି । ହେଲେ ମଣିଷ ଜୀବନରେ ଯେତେବେଳେ ଦୁଃଖ ଆସିଥାଏ । ସେତେବେଳେ ମଣିଷ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡିଥାଏ । ଯଦି ଆପଣଙ୍କ ଜୀବନରେ ବହୁ ଦିନ ଧରି କଷ୍ଟ, ଯନ୍ତ୍ରଣା ଲାଗି ରାହୁଥାଏ । ତେବେ ଆପଣ ମଧ୍ୟ ଲବଙ୍ଗର ଏହି ଉପାୟଟି ନିହାତି ଭାବେ କରି ଦେଖନ୍ତୁ ।

ଆପଣ ପ୍ରଥମେ ଗୋଟିଏ ମାଟିର ଦୀପ କିମ୍ବା କୌଣସି ଏକ ମାଟିର ପାତ୍ର ଆଣିବେ । ତାହାପରେ ୩ ଟି ଲବଙ୍ଗ ଆଣିବେ । ସେହି ଲବଙ୍ଗକୁ ଧରି ଆପଣ ନିଜର ମନସ୍କାମନା ଜଣାଇବେ । ତାପରେ ସେହି ୩ ଟି ଲବଙ୍ଗ ଓ ସେଥିରେ ୩ ଟି କର୍ପୁର କୁ ଆପଣ ସେହି ମାଟିର ପାତ୍ରରେ ପୁରାଇ ତାହାକୁ ନିଜ ଠାକୁର ଘରେ ଥିବା ଐଶାନ୍ୟ କୋଣରେ ସନ୍ଧ୍ୟା ଅଳତୀ ସମୟରେ ରଖି ଦିଅନ୍ତୁ ।

ଯଦି ସମ୍ଭବ ନୁହେଁ, ତେବେ ଘରର ହିଁ ଐଶାନ୍ୟ କୋଣରେ ଏହାକୁ ରଖି ଦିଅନ୍ତୁ ।ଯେତେବେଳେ ମଧ୍ୟ ଲବଙ୍ଗର କୌଣସି ଉପଚାର କରୁଛନ୍ତି । ସେତେବେଳେ ଲବଙ୍ଗର ଉପରେ ଫୁଲ ରହିବା ନିହାତି ଉଚିତ । ବିନା ଫୁଲରେ ଲବଙ୍ଗର ଉପଚାର ସିଦ୍ଧି ହୋଇପାରିନଥାଏ । ତେବେ ରଖିବାର ୨ ଘଣ୍ଟା ପରେ ଐଶାନ୍ୟ କୋଣରେ ରଖିଥିବା ସେହି ଲବଙ୍ଗ ଓ କର୍ପୁରକୁ ଜାଳି ଦିଅନ୍ତୁ ।

ଯଦି ଥରକରେ ସବୁ ଲବଙ୍ଗ ଜଳିନଥାଏ । ତେବେ ପୁଣି କିଛି କର୍ପୁର ଆଣିକି ସେହି ଲବଙ୍ଗକୁ ଜାଲି ସଂପୂର୍ଣ୍ଣ ଭାବେ ପାଉଁଶ କରିଦେବେ । ଜଳିବା ପରେ ସେଥିରୁ ଯେଉଁ ପାଉଁଶ ନିର୍ଗତ ହେବ । ସେହି ପାଉଁଶକୁ ଆପଣ ଏକ କାଗଜରେ ପୁରାଇ ନିଜ ଶୋଊଥିବା ବେଡ୍ ତଳେ ରଖି ଦିଅନ୍ତୁ । ଏହାପରେ ଶୋଇବା ସମୟରେ ସେହି ପାଉଁଶକୁ ଆଣି ନିଜ କଣ୍ଠ ଅର୍ଥାତ ବେକ ଓ ନାଭୀରେ ଲଗାଇ ଦିଅନ୍ତୁ ।

ସେହି ପାଉଁଶ ସରିଗଲା ପରେ ଆପଣ ପୁଣି ଥରେ ୩ ଟି ଲବଙ୍ଗ ଓ କର୍ପୁର ଦ୍ଵାରା ଏହି ଉପାୟକୁ କରି ନିଜ ନାଭୀ ଓ ବେକରେ ଲଗାଇବେ । ଦେଖିବେ ଏହିପରି ଭାବେ କିଛି ଦିନ କରିବା ପରେ ଆପଣଙ୍କ ଜୀବନରେ ଥିବା ସମସ୍ତ ଦୁଃଖ ଧୀରେ ଧୀରେ କମିବାକୁ ଆରମ୍ଭ ହେବ । ଆପଣ ଯେଉଁ କାର୍ଯ୍ୟ କରିବା ପାଇଁ ଚାହୁଁଥିଲେ ।

ସେହି କାର୍ଯ୍ୟ କରିପାରିବେ । ଆପଣଙ୍କ ଅଧିକାର ଆପଣ ପୁନଃ ଫେରି ପାଇବେ । ଯେଉଁ ଇଛା ନେଇ ଉପାୟଟି ନିଷ୍ଠା ମନରେ କରିଥିବେ । ତାହା ଆପଣଙ୍କ ନିହାତି ଭାବେ ପୁରା ହୋଇବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ