କାର-ଖାନା ର ମୋ ଦୁଇ ବୋହୁ ରଶ୍ମିତା ଓ ନେହାଁ ଙ୍କ ଖାଦ୍ୟ ପ୍ରସ୍ତୁତି ର ପ୍ରଶଂସା ଶୁଣି ମୁଁ ଗର୍ବିତ ଓ ମୋ ଛାତି କୁଣ୍ଢେମୋଟ ହେଉଛି ।

ନମସ୍କାର ବନ୍ଧୁଗଣ । ସୋସିଆଲ ମିଡିଆରେ ବର୍ତ୍ତମାନ 2 ବୋହୂ ଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାହିଁକି ଏହି ଦୁଇ ବୋହୂ ମିଶି ଖାଦ୍ଯ ପ୍ରସ୍ତୁତ କରି ଲୋକ ମାନଙ୍କୁ ଖାଇବାକୁ ଦେଉଛନ୍ତି । ଟେଷ୍ଟି ଟେଷ୍ଟି ଖାଇବା ତିଆରି କରି ପ୍ରଶଂସା ସାଉଁନ୍ଟିଛନ୍ତି ଏହି ଦୁଇ ବୋହୂ । ତେବେ ଦୁଇ ବୋହୂ ଙ୍କୁ ନେଇ ତାଙ୍କ ଶ୍ଵଶୁର ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଶ୍ଵଶୁର ଜଣକ କହିଛନ୍ତି ଯେ ” ମୁଁ ମୋ ବୋହୂ ଙ୍କ ପାଇଁ ବହୁତ ଗର୍ବିତ ।

କାରଣ ସନ୍ତାନ ଜନ୍ମ ଦେଇ ଯଦି ପ୍ରଚାର ପ୍ରସାର ହୋଇ ପାରିଲା ଯଦି ଲୋକ ମାନେ ଭଲ କହୁଛନ୍ତି । ତେବେ ବାପା ହିସାବରେ ଗର୍ବ କରିବାର ମୋର ଅଧିକାର ଅଛି । ଯେଉଁ ମାନେ ମୋ ବୋହୂ ଙ୍କୁ ଦେଖିବାକୁ ଆସୁଛନ୍ତି ସେମାନଙ୍କୁ ମୁଁ ନିବେଦନ କରିବି ସେମାନଙ୍କୁ ଆଶୀର୍ବାଦ ଦିଅନ୍ତୁ । କାରଣ ଯିଏ ଆସୁଛନ୍ତି ସେମାନେ ତାଙ୍କର ବାପା, ବଡ ଭାଇ, ଶିକ୍ଷକ ଙ୍କ ଭଳି । କୋରୋନା ସମୟରେ ମୋ ଦୁଇ ବୋହୂ ଏଭଳି କରିବାକୁ ମନସ୍ଥ କରିଥିଲେ ।

ସେ ତାଙ୍କର ପ୍ରଥମ 150 ଟି ମିଲ ବିନା ମୂଲ୍ଯରେ ଲୋକଙ୍କୁ ଖାଇବାକୁ ଦେଇଥିଲେ । କୌଣସି ପଇସା ନେଇ ନ ଥିଲେ । ବୋହୂ କୁ ଯଦି ବୋହୂ ରୂପରେ ଦେଖିବା ତେବେ ବିଭିନ୍ନ କଟକଣା ର ଆବଶ୍ୟକତା ଅଛି । ବୋହୂ କଣ ସେ ଝିଅ ମାନେ । ବୋହୂ ମାନଙ୍କୁ ଶ୍ଵଶୁର ଝିଅଙ୍କ ଠାରୁ ଅଧିକ ସ୍ନେହ ରେ ଦେଖିବା ଉଚିତ ଏତିକି ମୋର ନିବେଦନ ସମସ୍ତଙ୍କୁ । ବୋହୂ ମାନଙ୍କୁ ସ୍ଵାଧୀନତା ଦେବା ଦରକାର ।

ବୋହୂ ମାନଙ୍କୁ ବାହାରକୁ ଛାଡିବା ଦରକାର । ଝିଅ ମନାଙ୍କୁ ଠାରୁ ବୋହୂ ଙ୍କୁ ଆଦର କରିବା ଉଚିତ । ଏହା ଦ୍ଵାରା ବୋହୂ ମାନେ ଜାଣି ପାରିବ ସେମାନେ କଣ ପାଇଁ ଦୁନିଆକୁ ଆସିଛନ୍ତି । ବିନା ତେଲ ମସାଲାରେ ଓ କମ ସମୟରେ ଏତେ ଭଲ ରୋଷେଇ କରନ୍ତି ମୋ ବୋହୂ ମାନେ ମୁଁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯାଏ । ବଡ ବୋହୂ ସଦାହ ଆଇଟମ ବହୁତ ଭଲ ରୋଷେଇ କରନ୍ତି ।

ଆଉ ସାନ ବୋହୂ ନନ ଭେଜ ଉପରେ ଭଲ ରୋଷେଇ କରନ୍ତି । ସାନ ବୋହୂ ନନ ଭେଜ ଏତେ ଭଲ ରାନ୍ଧେ ଯେ ମନ ଖୁସି ଯାଏ । ମୋ ବୋହୂ ମାନେ ଯେଉଁ ପରିଶ୍ରମ କରିଛନ୍ତି ଦେଖିଲେ ଆଖି ରେ ଲୁହ ଚାଲି ଆସୁଛି । ସମାଜ ପଜେଟିଭ ମନ୍ତବ୍ୟ ଦେଲେ ଗ୍ରହଣୀୟ କିନ୍ତୁ ନେଗେଟିଭ ମନ୍ତବ୍ୟ ଦେଲେ ତାହା ଗ୍ରହଣୀୟ ନୁହେଁ । ସମାଜ ସବୁବେଳେ ଦୋଷ ଦେଇ ହେବ ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।