କପିଲ ଶର୍ମାଙ୍କ ଶୋ’ରେ ନଜର ଆସିବେ ପୁରା “ଦମନ” ଟିମ୍, ଆଉ ଏକ ମାଇଲ ଖୁଣ୍ଟ ଚଢିବାକୁ ଯାଉଛି ଏହି ଲୋକପ୍ରିୟ ଓଡିଆ ଫିଲ୍ମ

ସବୁପ୍ରକାର ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ସମେତ ପୁରା ଭାରତବର୍ଷରେ ବର୍ତ୍ତମାନ ଓଡିଆ ଫିଲ୍ମ “ଦମନ” କୁ ନେଇ ଚର୍ଚ୍ଚା ଚାଲିଛି । ଓଲିଉଡ ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କ ଅଭିନୀତ ଏହି ଅଦ୍ଵିତୀୟ ଫିଲ୍ମଟି ବର୍ତ୍ତମାନ ସାରା ଭାରତର ଫିଲ୍ମ ପ୍ରେମୀଙ୍କୁ ଆକର୍ଷିତ କରୁଛି । ଦୀର୍ଘ କିଛି ବର୍ଷ ଧରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅବନତି ଚାଲିଥିବା ବେଳେ ଓ ଓଡିଆ ଫିଲ୍ମ ପ୍ରତି ଲୋକଙ୍କର ଆଗ୍ରହ ଅନେକ ମାତ୍ରାରେ ହ୍ରାସ ପାଇଥିବା ବେଳେ ଫିଲ୍ମ “ଦମନ” ସମସ୍ତଙ୍କ ଚିନ୍ତାଧାରାକୁ ଦୋହଲାଇ ଦେଇଛି ।

ଓଡିଆ ଥିଏଟର ମାନଙ୍କରେ ଦମନ ସଫଳତା ପାଇବା ଅସହ ଭଲ ରୋଜଗାର ମଧ୍ୟ କରିସାରିଛି । ଏହି ଫିଲ୍ମକୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରଛାଡ ମଧ୍ୟ ଘୋଷଣା କରିଛନ୍ତି । ତେବେ ଫିଲ୍ମଟି ଓଡିଶା ବ୍ଯତୀତ ଭାରତର ବିଭିନ୍ନ ସ୍ଥାନରେ ଓଡିଆ ଭାଷା ସହ କେବଳ ସବଟାଇଟଲରେ ରିଲିଜ ହୋଇଥିଲେ ମଧ୍ୟ ବିଭିନ୍ନ ଭାଷାଭାଷୀ ଲୋକଙ୍କର ଏହି ଫିଲ୍ମ ପ୍ରତି ଆଗ୍ରହ ଦେଖିବାକୁ ମିଳିଛି । ଫଳରେ ଫିଲ୍ମ ନିର୍ମାତା ଫିଲ୍ମଟିକୁ ହିନ୍ଦୀରେ ଡବିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ଫିଲ୍ମର ଡବିଙ୍ଗ କାର୍ଯ୍ୟ ମଧ୍ୟ ଶେଷ ହୋଇଥିବା ଶୁଣିବାକୁ ମିଳୁଛି ।

ତେବେ ବର୍ତ୍ତମାନ ଫିଲ୍ମକୁ ନେଇ ଆଉ ଏକ ଖୁସି ଖବର ଶୁଣିବାକୁ ମିଳୁଛି । ଜଣାପଡିଛି କି, ଫିଲ୍ମ “ଦମନ” ର ଟିମ୍ ଲୋକପ୍ରିୟ କମେଡି ଶୋ’ “ଦି କପିଲ ଶର୍ମା ଶୋ'” ରେ ନଜର ଆସିବାକୁ ଯାଉଛନ୍ତି । ଯାହାକୁ ନେଇ ଏବେ ଜୋରଦାର ଚାଲିଛି ଚର୍ଚ୍ଚା । ଯାହାକି ଦମନ ଫିଲ୍ମ ତଥା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଆଉ ଏକ ସଫଳତାର ପାହାଚ କହିଲେ ଭୁଲ ହେବନାହିଁ । କପିଲ ଶର୍ମାଙ୍କ ଶୋ’କୁ ଯିବା ପାଇଁ ବଡ ବଡ ଫିଲ୍ମ ସବୁ କେମିତି ଲାଇନରେ ରହିଥାଏ ତାହା ଆପଣ ଜାଣିଥିବେ ।

ବଲିଉଡର ବଡ ବଡ ଷ୍ଟାର ଓ ବଡ ବଡ ଫିଲ୍ମ ଏହି ଶୋ’କୁ ନିଜର ପ୍ରମୋଶନ ପାଇଁ ଆସିଥାନ୍ତି । ଓଡିଆ ଫିଲ୍ମ ଯେ କେବେ କପିଲଙ୍କ ଶୋ’କୁ ଯିବ ଏକଥା କେହି ସ୍ଵପ୍ନରେ ସୁଦ୍ଧା ଭାବି ନଥିବେ । ହେଲେ ଫିଲ୍ମ ଦମନ ର ଟିମ୍ ଆଗକୁ କପିଲଙ୍କ ଶୋ’ରେ ଆସିବାକୁ ଯାଉଥିବା ଶୁଣିବାକୁ ମିଳୁଛି । ଓଡିଆ ଫିଲ୍ମ ଜଗତରେ “ଦମନ” ଯେଉଁ ଇତିହାସ ସୃଷ୍ଟି କରିଛି ତାହା ଖୁବ ପ୍ରଶଂସନୀୟ । ଓଡିଆ ଦର୍ଶକ ନିଜେ ଓଡିଆ ଫିଲ୍ମ ଦେଖିବାକୁ ଓ ହଲକୁ ଯିବାକୁ ମନ ଊଣା କରୁଥିଲେ ।

କିନ୍ତୁ ଫିଲ୍ମ ଦମନ ପ୍ରତି ଲୋକଙ୍କ ଆଗ୍ରହ ବଢିବାରେ ଲାଗିଛି । ତେବେ ଦମନ ଟିମ୍ ଙ୍କୁ କପିଲଙ୍କ ଶୋ’ରେ କେବେ ଦେଖିବାକୁ ମିଳୁଛି ତାହା ଦେଖିବାକୁ କେବଳ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।