କପଡାରେ ଯେକୌଣସି ଦାଗକୁ ନେଇ ଚିନ୍ତିତ କି ? ଏହି ଚମତ୍କାରୀ ଉପାୟ କରି ଦେଖନ୍ତୁ ମାତ୍ର 5 ଟଙ୍କାରେ ନ’ ଛାଡିବା ଦାଗ ବି ସେଇ କ୍ଷଣି ଛାଡିଯିବ

ନମସ୍କାର ବନ୍ଧୁଗଣ, ପରିଷ୍କାର, ପରିଚ୍ଛନ କପଡା ମଣିଷର ବ୍ୟକ୍ତିତ୍ଵକୁ ଦର୍ଶାଇଥାଏ । ତେଣୁ ସର୍ବଦା ସଫା କପଡା ହିଁ ପିନ୍ଧିବା ଆବଶ୍ୟକ । ବେଳେ ବେଳେ କପଡାରେ କିଛି ଦାଗ ଲାଗିଯାଏ ଯାହା ବିଲକୁଲ ମଧ୍ୟ ଯେତେ ସଫା କଲେ ବି ଛାଡେ ନାହିଁ । ଯାହାଫଳରେ ଆମେ ସେହି କପଡାକୁ ନ ପିନ୍ଧି ଫୋପାଡି ଦେବା କଥା ଭାବିଥାଉ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ଜଣାଇବା ପାଇଁ ଯାଉଛୁ ଯାହାକୁ କରିବା ଫଳରେ ଆପଣଙ୍କ କପଡାରେ ଲାଗିଥିବା ସବୁ ଦାଗ ଛାଡିଯିବ ।

ଆପଣ ପ୍ରଥମେ ବଡ ପାତ୍ର ରେ କିଛି ପାଣି ଗରମ କରନ୍ତୁ । ପାଣି ଗରମ ହୋଇଯିବା ପରେ ଆପଣ ଏକ କୁଣ୍ଡ କିମ୍ବା ବାଲଟି ନିଅନ୍ତୁ । ସେଥିରେ ଗରମ ପାଣିକୁ ଢାଳନ୍ତୁ । ସେହି ଗରମ ପାଣିରେ କାଷ୍ଟିକ ସୋଡା ପକାନ୍ତୁ । ସୋଢା ଦୁଇ ପ୍ରକାର ଗୋଟିଏ ଖାଇବା ସୋଢା ହୋଇଥାଏ । ଯାହା କେବଳ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବାହାର ହୋଇଥାଏ । ଆଉ ଅନ୍ୟ ସୋଢାଟି ହେଉଛି କାଷ୍ଟିକ ସୋଢା ।

ଏହି ସୋଢା କେବଳ କପଡା ସଫା କରିବା ପାଇଁ ବ୍ୟବହାର କରାଯାଇଥାଏ । ପାଣି ଅନୁଯାୟୀ ଯେତିକି ସୋଡା ଦରକାର ସେତିକି ପକାଇବେ । ଆପଣ ଏହାକୁ କରିବା ପାଇଁ ବିଲକୁଲ ମଧ୍ୟ ଗୋଳାଇବେ । ଛୋଟ ପିଲାଙ୍କ ଠାରୁ ଏହା ଦୂରେଇ ରଖିବା ଉଚିତ । ଏବେ ଆପଣଙ୍କୁ ସେହି ସୋଡା ପାଣିରେ କପଡା ବିଝାଇଦିଅନ୍ତୁ । ଧ୍ୟାନ ରଖିବେ ସେହି ପାଣି ଆପଣ ବିଲକୁଲ ବି ହାତ ଲଗାଇବେ ନାହିଁ ।

1 ଘଣ୍ଟା ବିଝିସାରିବା ପରେ ଆପଣ ଏହାକୁ ବାହାରକୁ ବାହାର କରି ଭଲ ଭାବରେ ହାତରେ ସଫା କରିଦେବେ । ଯଦି ଆପଣ ୱାସିଙ୍ଗ ମେସିନ ବ୍ୟବହାର କରୁଛନ୍ତି ତେବେ କପଡାଟି ଭିଜି ସାରିବା ପରେ ଆପଣ ୱାସିଙ୍ଗ ମେସିନରେ ମଧ୍ୟ ସଫା କରିପାରିବେ । ଏହି ଉପାୟଟିକୁ ଆପଣ କରିସାରିବା ପରେ ମଇଳା ଏବଂ ସଫା କପଡା ମଧ୍ୟରେ ନିହାତି ଫରକ ଦେଖିବା ପାଇଁ ପାଇବେ ।

ବଳିଥିବା କାଷ୍ଟିକ ସୋଡା ପାଣିରେ ଆପଣ ଚାହିଁଲେ ଅନ୍ୟ କୌଣସି ମଇଳା କପଡା ମଧ୍ୟ ସଫା କରିପାରିବେ । ଯଦି ବେଶି ମଇଳା ହୋଇଥାଏ ତେବେ ଆପଣ ସେହି ପାଣିରେ କପଡାଟିକୁ ରାତିସାର ଭିଜାଇ ରଖିଦେବେ । ଦାଗ ଲାଗିଥିବା କପଡାକୁ ସଫା ରଖିବା ପାଇଁ ଅନେକ ଉପାୟ ଅପଣାଇ ବହୁତ ସର୍ଫ ମଧ୍ୟ ସାରିଥିବେ କିନ୍ତୁ କିଛି ଫଳ ପାଇନଥିବେ । ସବୁଠାରୁ ବଡ କଥା ହେଲା ଏହି ଉପାୟଟିକୁ କରିବା ପାଇଁ ସର୍ଫର ବିଲକୁଲ ମଧ୍ୟ ଆବଶ୍ୟକତା ନାହିଁ ।

ମଇଳା କପଡାକୁ ସଫା କରିବାର ଚିନ୍ତା ଏବେ ଆପଣଙ୍କ ମୁଣ୍ଡରୁ କାଢି ଦିଅନ୍ତୁ । କାରଣ ଆପଣ ଏହି ଉପାୟଟିର ପ୍ରୟୋଗ କରିବା ପରେ କେବେ ଆଉ ଦାଗ ଥିବା କପଡା ଆପଣଙ୍କ ଘରେ ଦେଖିବେ ନାହିଁ ।  ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।