କନ୍ୟାର ମେକଅପ ଦେଖି ବାହା ହେବାକୁ ମନା କରିଦେଲା ବର ! ହାତଗଣ୍ଠି ପଡିବା ପୂର୍ବରୁ ଫେରିଗଲେ ବରଯାତ୍ରୀ…

ନିଜ ବାହାଘରରେ ସବୁଠୁ ସୁନ୍ଦର ଦେଖାଯିବା ପାଇଁ ଚାହିଁଥାନ୍ତି ଝିଅମାନେ । ଏଥିପାଇଁ ଜୀବନରେ ଥରେ ହେଲେ ବି ଭଲ ମେକଅପ କରିବାକୁ ଚେଷ୍ଟା କରିଥାନ୍ତି । ବାହାଘରରେ ସୁନ୍ଦର ଦେଖାଯିବା ପାଇଁ ଝିଅମାନେ ଅନେକ ଦିନ ଆଗରୁ ମୁହଁର ଯତ୍ନ ନେବା ଆରମ୍ଭ କରିଦିଅନ୍ତି । ଏହି ଝିଅଟି ମଧ୍ୟ ନିଜ ବାହାଘର ପାଇଁ ଠିକ ସେମିତି କରି ଚାଲିଥିଲା । ଅନ୍ୟପଟେ ସବୁ ପୁଅ ମଧ୍ୟ ଚାହିଁଥାନ୍ତି ତାଙ୍କ ଭାବି ସ୍ତ୍ରୀ ବାହାଘର ଦିନ ସବୁଠୁ ସୁନ୍ଦର ଦେଖାଯାଉ ବୋଲି ।

କନ୍ୟା ଭେଶରେ ନିଜ ଜୀବନସାଥିକୁ ଦେଖିବା ପାଇଁ ସେମାନଙ୍କ ଆଖି ମଧ୍ୟ ତରସି ଯାଏ । ଉଭୟ ବର ଓ କନ୍ୟା ଆଉ କିଛି ସମୟ ପରେ ବେଦିରେ ବସି ବାହା ହୋଇଥାନ୍ତେ ଓ ସାତ ଜନମର ସାଥି କରି ନେଇଯାନ୍ତା ବର । ହେଲେ ଯୁବତୀ ଜଣକ ଦେଖିଥିବା ସ୍ଵପ୍ନ ଆଜି ସବୁଦିନ ପାଇଁ ଅଧୁରା ରହିଗଲା । ଯେଉଁ ହାତ ତାଙ୍କ ମଥାରେ ସିନ୍ଦୂର ଦେଇ ନିଜର କରିଥାନ୍ତା ସେହି ହାତ ଆଜି ତାଙ୍କ ଧରିବା ପୂର୍ବରୁ ମୁହଁ ମୋଡି ଦେଲା । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ ।

କନିଆଁ ଜଣକ ନିଜ ବାହାଘର ପାଇଁ ସଜବାଜ ହେବାକୁ ପାର୍ଲର ଯାଇଥିଲେ । ହେଲେ ମେକଅପରେ ଅତ୍ୟଧିକ ପରିମାଣରେ କେମିକାଲ ଥିବାରୁ ତାଙ୍କ ମୁହଁ ସବୁଦିନ ପାଇଁ ଜଳିଗଲା । ଯୁବତୀଙ୍କ ମୁହଁ ହଠାତ କଳା ପଡିବା ସହ ଫୁଲି ଯିବାରୁ ଏବେ ବାହା ବେଦି ଛାଡି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଯୁବତୀ । ଆଉ ମେକଅପ ପରେ ଯୁବତୀଙ୍କ ମୁହଁ ଅସୁନ୍ଦର ହୋଇଯିବା ଜାଣିବା ପରେ ବର ବାହା ହେବା ପାଇଁ ସିଧା ମନା କରି ଦେଇଥିଲା । ଫଳରେ ଭାଙ୍ଗି ଯାଇଥିଲା ବାହାଘର ।

ତେବେ ଏଭଳି ଘଟଣା ଘଟିବା ପରେ ଉକ୍ତ ଯୁବତୀଙ୍କ ପରିବାର ବ୍ୟୁଟି ପାର୍ଲର ନାଁରେ ଥାନାର ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ବାହାଘରର ସବୁ ପ୍ରସ୍ତୁତି ସରିଥିବା ବେଳେ ସାମାନ୍ଯ ମେକଅପ ଯୋଗୁଁ ଉଜୁଡିଗଲା ଗଢିବାକୁ ଯାଉଥିବା ଏକ ସଂସାର । ଯୁବତୀ ଜଣକ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଉ ବର ବାହା ନହୋଇ ଖାଲି ହାତରେ ଘରକୁ ଫେରି ଯାଇଛି ।

ତେଣୁ ମେକଅପ ହେବା ପୂର୍ବରୁ ତ୍ଵଚାକୁ ଏହା ସୁଟ୍ କରୁଛି କି ନାହିଁ ପରଖି ନେବା ଉଚିତ । ଶସ୍ତା ମେକଅପ ବଦଳରେ ଭଲ ମେକଅପ ବ୍ୟବହାର ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।