କାନ୍ଥ ଡେଇଁ Lipun ଙ୍କ ସହ ଅଟୋରେ ପଳେଇ ଆସିଥିଲି, କାଳିଆ ଷଣ୍ଢ ଆଉ ଡେଜି ଭାଉଜ ଆମ ବାହାଘର କରିଥିଲେ… ଦେଖନ୍ତୁ video

ବାମନ, ବାଛୁରୀ, ପିମ୍ପୁଡି ଆଦି କହି ସମସ୍ତେ ଥଟ୍ଟାମଜା କରୁଥିଲେ, କିନ୍ତୁ ଆଜି ନାଁ କମାଇଛନ୍ତି ଲିପୁନ । ନିଜ ଭିଡିଓ ମାଧ୍ୟମରେ ଆଜି ଅନେକ ଲୋକଙ୍କ ମନ ଜିଣି ପାରିଛନ୍ତି ଲିପୁନ । ସେ ନିଜେ ଯେତିକି ମଜାଦାର କଥା କୁହନ୍ତି ତାଙ୍କ ପ୍ରେମ କାହାଣୀ ବି ଠିକ ସେମିତି ମଜାଦାର । ଯାହାଙ୍କୁ ଭଲ ପାଇଥିଲେ ତାଙ୍କୁ ହିଁ ବିବାହ କଲେ । ତାଙ୍କ ବିବାହରେ ବରଯାତ୍ରୀ ଯାଇ ନଥିଲା ସାଙ୍ଗସାଥି ମାନେ ରୋଷଣୀ କରି ନାଚି ନଥିଲେ । ହେଲେ ବି ଅନୁଙ୍କ ସହ ବେଶ ଖୁସି ଅଛନ୍ତି ଜୁନିୟର ଲିପୁନ ।

ଅନୁ ମଧ୍ୟ ଲିପୁନଙ୍କ ସହ ବେଶ ଖୁସି ଅଛନ୍ତି ବୋଲି କହିଛନ୍ତି । ଲିପୁନ କଲେଜର ଶେଷ ବର୍ଷରେ ଥିବାବେଳେ ଅନୁଙ୍କ ସଂସ୍ପର୍ଶରେ ଆସିଥିଲେ । ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବଢିବା ସହ ଧୀରେ ଧୀରେ ପ୍ରେମ ମଧ୍ୟ ହୋଇଥିଲା । ଲିପୁନଙ୍କ ଉଚ୍ଚତା ବହୁତ କମ୍ ଥିଲେ ମଧ୍ୟ ଅନୁ ତାଙ୍କୁ ବାଛିଥିଲେ । ଏକଥା ଲିପୁନଙ୍କୁ ବେଶ ଭଲ ଲାଗିଥିଲା । ଅନୁଙ୍କ ସାଙ୍ଗସାଥି ସେମାନଙ୍କ ବିଷୟରେ ଜାଣିବା ପରେ ତାଙ୍କୁ ମନା କରୁଥିଲେ ଲିପୁନଙ୍କ ସହ ସମ୍ପର୍କ ରଖିବା ପାଇଁ ।

ହେଲେ ଅନୁ ଲିପୁନଙ୍କ ହୃଦୟ ଦେଖି ପ୍ରେମ କରିଥିଲେ, ଯେଉଁଥି ପାଇଁ ତାଙ୍କ ଉଚ୍ଚତାକୁ ସେ ଅଣଦେଖା କରି ଦେଇଥିଲେ । ତେବେ ଅନୁଙ୍କ ଘରେ ଅନ୍ୟତ୍ର ବାହାଘର ବୁଝାବୁଝି କରିବା ସହ ତାଙ୍କୁ ଘରେ ରଖୁଥିଲେ । ଏପରିକି ସାଙ୍ଗସାଥିଙ୍କ ସହ ମିଶିବାକୁ ମଧ୍ୟ ଦେଉ ନଥିଲେ । ଦିନକୁ ଦିନ ଘର ଲୋକଙ୍କ ତାଗିଦ ବଢିବା ଯୋଗୁଁ ଅନୁ ବ୍ୟସ୍ତ ହୋଇ ଲିପୁନଙ୍କୁ କହିଥିଲେ, ତୁମେ ଆଜି କିଛି ଗୋଟେ କର ନହେଲେ କାଲିକୁ ମୋତେ ଆଉ ପାଇବନି ।

ଲିପୁନ ସେତେବେଳେ ଶୁଟିଙ୍ଗରେ ଯାଜପୁରରେ ଥିଲେ । ଅନୁଙ୍କ କଥା ଶୁଣି ସେ କେବଳ ତିନି ଘଣ୍ଟାରେ କପ୍ତିପଦାରେ ପହଞ୍ଚିଥିଲେ । ଏଥିରେ ତାଙ୍କର ଦୁଇଜଣ ବଡ ଭାଇ ତାଙ୍କୁ ସାହାଯ୍ୟ କରିଥିଲେ । ଅନୁ ରାତି ପ୍ରାୟ 9ଟାରୁ ସାଢେ 9ଟା ମଧ୍ୟରେ ଘରର କାନ୍ଥ ଡେଇଁ ଲିପୁନଙ୍କ ସହ ପଳେଇ ଆସିଥିଲେ । ଏହାପରେ ସେ ରାତାରାତି ଅନୁଙ୍କୁ ନେଇ ଭୁବନେଶ୍ବର ପଳେଇ ଆସିଥିଲେ । କାଳିଆ ଷଣ୍ଢ ଭାଇ ଏବଂ ତାଙ୍କ ପତ୍ନୀ ଡେଜି ଭାଉଜ ସେମାନଙ୍କ ବିବାହ କରାଇଥିବା କୁହନ୍ତି ଲିପୁନ ।

ଉଭୟଙ୍କ ମଧ୍ୟରେ ଯେଉଁ ପ୍ରେମ ଅଛି ଆଜିକାଲିର ଦୁନିଆରେ ଏହା ବହୁତ କମ୍ ଦେଖିବାକୁ ମିଳେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।