ଚେନ୍ନାଇ ସୁପର କିଙ୍ଗ ଜିତିଗଲା । ଧୋନୀ ଖୁସି ରେ ଜାଡେଜା ଙ୍କୁ ଧରି କାନ୍ଦି ପକାଇଲେ । ଆଉ ଧୋନୀ ଙ୍କ ଆଖି ରେ ଲୁହ । ଆଉ ଯେବେ ମହେନ୍ଦ୍ର ସିଂ ଧୋନୀ କାନ୍ଦିବାକୁ ଲାଗିଲେ ସେତେବେଳେ ପ୍ୟାବିଲନ ରେ ବସିଥିବା କୁନି ଝିଅ ଟି ସହି ପାରିଲାନି । ବାପା,ବାପା ଚିତ୍କାର କରି ହାତରେ ଚେନ୍ନାଇ ସୁପର କିଙ୍ଗ ର ପତାକା ଧରି ଧାଇଁ ଆସିଲା ପଡିଆ ଭିତରକୁ ।

ସିଧା ବାପା ଙ୍କୁ କୁଣ୍ଢାଇ ପକାଇଲା କୁନି ଝିଅ ଟି । ସତେ ଯେମିତି ଆଖି ରେ ଖୁସି ର ଲୁହ ଝଋ ଆସୁଛି । ହଁ ଦର୍ଶକ ବନ୍ଧୁ ବର୍ଷା ତ ବାଧକ ସାଜିଥିଲା । କିନ୍ତୁ ଚେନ୍ନାଇ ସୁପର କିଙ୍ଗ ଆଗରେ ଥିଲା ବିଶାଳ ବିଜୟର ଲକ୍ଷ୍ୟ । ବର୍ଷା ବାଧକ ସାଜିଛି ଆଉ ପଡିଆ ମଧ୍ୟ ବର୍ଷାରେ ଓଦା ହୋଇ ଯାଇଥିଲା ।
ଠିକ ଭାବେ ବଲ ଆଗକୁ ଗଡୁ ନ ଥିଲା । ଯେତେ ଶକ୍ତିଶାଳୀ ପ୍ରହାର ହେଲେ ବି ବଲ ଟି ଝିମେଇ ଯାଉଛି । ପଡିଆର ଆଦ୍ରତା ବଲ କୁ ଚାପି ଧରୁଛି । ଆଉ ସେପଟେ ବିଳମ୍ବିତ ରାତି ହୋଇ ଯାଇଥିଲା । ଏପଟେ ଲୋକଙ୍କର ଅନେକ ଆଗ୍ରହ ଦେଖିବାକୁ ମିଳିଥିଲା କି ଧୋନୀ ନା ପାଣ୍ଡ୍ୟା ଜିତିବେ ।

ଆଉ ଏ ସବୁ ଆଶା ଆଶଙ୍କା ଭିତରେ ଥିବା ବେଳେ ଖେଳ ଆରମ୍ଭ ହୋଇଥିଲା । ଖେଳ ସଋ ସଋ ଆସୁଥାଏ ହୃତପିଣ୍ଡ ର ସ୍ପନ୍ଦନ ବଢିବାରେ ଲାଗିଥାଏ । ଆଉ ଶେଷ 2 ବଲରେ ଯେବେ 20 ରନ ର ଆବଶ୍ୟକ ଥିଲା ସେତେବେଳେ ଧୋନୀ ଆଶା ଛାଡି ନ ଥିଲେ ଆଉ ଗମ୍ଭୀରତା ର ସହ ହସିଥିଲେ ।
କିନ୍ତୁ ଧୋନୀ ଙ୍କ ଝିଅ ଭାବିଥିଲା ତା ସୁପର ମ୍ୟାନ, ତା ବାପା ଏଥର ହାରିଯିବେ । ହାତରେ ଧରିଥିବା ପତାକା କୁ ମୋଡି ପକାଇଥିଲେ । କିନ୍ତୁ ହଠାତ ଜାଡେଜା ମାରିଲେ ଛକା । ସାଙ୍ଗେ ସାଙ୍ଗେ କୁନି ଝିଅ ଟି ଖୁସି ହୋଇଗଲା । ତାପରେ ହାତ ଯୋଡି ଠାକୁରଙ୍କୁ ଡାକିଲା । ହଠାତ ଜାଡେଜା ଙ୍କ ବ୍ୟାଟରୁ ୱିଙ୍ଗସ ସର୍ଟ ବାଜିଲା ।
ତାପରେ ଧାଇଁ ଗଲେ ଧୋନୀ ଆଉ ଜାଡେଜା ଙ୍କୁ କୁଣ୍ଡାଇ ପକେଇ କାନ୍ଦି ପକାଇଲେ । କିନ୍ତୁ ଧୋନି ଙ୍କୁ କାନ୍ଦିବାର ଦେଖି ସହିପାରିଲା ନାହିଁ କୁନି ଝିଅ ଟି । ମା ହାତକୁ ଧରି ଟାଣି ଆଣିଲା ପଡିଆକୁ । ଆଉ ପଡିଆ ଭିତରେ ବାପା କୁ କୁଣ୍ଢାଇ ଧରି କାନ୍ଦି ପକାଇଲା । ସତରେ ଏ ଲୁହ ଥିଲା ଖୁସିର ଲୁହ । ଆଉ ଏ ଦୃଶ୍ୟ ଏତେ ହୃଦୟ ସ୍ପର୍ଶୀ ଥିଲା ଯେ ଯିଏ ଦେଖୁଥିଲା ସେ ଖୁସି ରେ ଆଖି ରୁ ଟୋପେ ଲୁହ ଝରାଇ ପକାଉ ଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।