ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ର ସବୁଠୁ ବଡ ଖବର । କଟକ ରେ କମିଶନରେଟ ପୋଲିସ ର ହୋଇଛି ଏନକାଉଣ୍ଟର । ପୋଲିସ ଗୁଳି ରେ ଆହତ ହୋଇଛି ଦୁର୍ଦାନ୍ତ ଅପରାଧୀ ମନୋଜ ମହାରଣା । ସୂଚନା ଅନୁଯାୟୀ ଆହତ ମନୋଜ ମହାରଣା ଙ୍କୁ ଏବେ କଟକ ବଡ ମେଡିକାଲ ରେ ଚିକିତ୍ସା କରା ଯାଉଛି । ମନୋଜ ମହାରଣା ପୋଲିସ ଗୁଳି ରେ ଆହତ ହୋଇଛି ଓ ତାର ଗୋଡ ରେ ଗୁଳିରେ ବାଜିଛି ।

ସଦର ଥାନା ଅଞ୍ଚଳରେ ଅପରାଧୀ ମନୋଜ ଥିବା ଖବର ପାଇବା ପରେ ପୋଲିସ ଚଢଉ କରିଥିଲା । କିନ୍ତୁ ମନୋଜ ପୋଲିସ ଉପରକୁ ଗୁଳି ଚଳାଇ ଥିଲା । ଯାହା ଫଳରେ ପୋଲିସ ଗୁଳିରେ ଆହତ ହୋଇଛି ମନୋଜ । ଗତ ସେପ୍ଟେମ୍ବର 6 ତାରିଖ ରେ କନ୍ଦରପୁର ଥାନା ଅଞ୍ଚଳରେ ବ୍ୟବସାୟୀଙ୍କୁ ଗୁଳି କରି ଲୁଟ କରିଥିଲା ମନୋଜ । ସୂଚନା ଅନୁଯାୟୀ କନ୍ଦରପୁର ଲୁଟ ଘଟଣାରେ ମନୋଜ ର ସମୃକ୍ତି ଥିଲା ।
ପୋଲିସ ଗୁଳିରେ ମନୋଜ କ୍ଷତାକ୍ତ ହୋଇଛି । ତେବେ ଗୁଳି ର ଜବାବ ଗୁଳି ରେ ଦେଇଛି କଟକ କମିଶନରେଟ ପୋଲିସ । ସେପ୍ଟେମ୍ବର 6 ତାରିଖରେ ଅଭିଯୁକ୍ତ ମନୋଜ ମହାରଣା ଜଣେ ବ୍ୟବସାୟୀ ଙ୍କୁ ଗୁଳି କାଣ୍ଡ କରିଥିଲେ । ଯେଉଁଥି ରେ ବ୍ୟବସାୟୀ ଜଣକ ଆହତ ହୋଇଥିଲେ । ଗୁଳି ଚାଳନ କରିବା ସହ ମନୋଜ ମହାରଣା ବ୍ୟବସାୟୀ ଙ୍କ ଠାରୁ ସୁନା, ଗହଣା, ଟଙ୍କା ଲୁଟ କରିଥିଲା ।

ଏହା ପରେ କଟକ ପୋଲିସ ମନୋଜ ଙ୍କୁ ଖୋଜିବା ଆରମ୍ଭ କରିଥିଲା । ଗତ କାଲି ମନୋଜ ବିଷୟରେ ଖବର ପାଇବା ପରେ ପୋଲିସ ମନୋଜ କୁ ଜବତ କରିବାକୁ ଚେଷ୍ଟା କରିଥିଲା । ହେଲେ ମନୋଜ ପୋଲିସ ଉପରକୁ ଫାୟାର କରିଥିଲା । ଆଉ ଜବାବରେ ପୋଲିସ ଓଲଟି ମନୋଜ କୁ ଗୁଳି କରିଥିଲା । ଆଉ ବାମ ଗୋଡ ରେ ମନୋଜର ଗୁଳି ବାଜିଛି ।
ପାଖା ପାଖି 11ଟି ମାମଲା ମନୋଜ ମହାରଣା ନାଁ ରେ ରହିଛି । ପୂର୍ବରୁ ମଧ୍ୟ 2018 ମସିହା ରେ ସଦର ଥାନା ପୋଲିସ ତାକୁ ଏନକାଉଣ୍ଟର କରିଥିଲା । ସେତେବେଳେ ମଧ୍ୟ ତା ଗୋଡ ରେ ଗୁଳି ବାଜି ଥିଲା । ବ୍ୟବସାୟୀ ଙ୍କୁ ଫାଙ୍କା ଗୁଳି ଚାଳନ କରିଥିଲା ମନୋଜ ମହାରଣା । ତା ସହ ତାର ସାଥି ମାନେ ମଧ୍ୟ ଥିଲେ ଯାହାକୁ ଏବେ ପୋଲିସ ଧରିବାକୁ ଚେଷ୍ଟା କରୁଛି ।
ମନୋଜ ମହାରଣା ଜଣେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର । ଅନ୍ୟ ଅଭିଯୁକ୍ତ ଙ୍କୁ ଯେତେ ଜଲ୍ଦି ସମ୍ଭବ ଗିରଫ କରିବାକୁ ଚେଷ୍ଟା କରୁଛି ବୋଲି ପୋଲିସ କମିଶନରେଟ ସୂଚନା ଦେଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।