ଲକଡାଉନର ବଢିବା ତ ସୁନିଶ୍ଚିତ, ଯେଉଁ ହିସାବରେ ବଢିବ ସେ ବିଷୟରେ ଜାଣିନିଅନ୍ତୁ

କରୋନା ଭାଇରସ କାରଣରୁ ଦେଶରେ ୩ ମେ ପର୍ଯ୍ୟନ୍ତ ଲକଡାଉନ ଲାଗୁ ଅଛି । ଏହା ପରେ ଆଗକୁ କେଉଁ ପ୍ରକାରର ରଣନୀତି କରିବେ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାରକୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନ୍ଫ୍ରେଂସିଂଗ ଜରିଆରେ ମିଟିଙ୍ଗ କରିଛନ୍ତି । ସୂତ୍ର ଅନୁସାରେ, ବୈଠକରେ ଏହା ସ୍ଥିର ହୋଇଛି କି ହଟସ୍ପଟ ଅଞ୍ଚଳରେ ଲକଡାଉନକୁ ଆଗକୁ ବଢାଯିବ ।

କିନ୍ତୁ ଯେଉଁ ରାଜ୍ୟ ଗୁଡିକରେ ଭଲ ପରିସ୍ଥିତି ଅଛି, ସେଠି କିଛି ସୁବିଧା ସୁଯୋଗ ଦିଆଯିବ । କିନ୍ତୁ ଅନ୍ତିମ ନିଷ୍ପତି ୩ ମେ ମଧ୍ୟରେ ନିଆଯିବ । ମିଳିଥିବା ସୂଚନା ଅନୁସାରେ କରୋନା ହଟସ୍ପଟ ଅଞ୍ଚଳରେ ରେଡ ଜୋନ ଓ ଗ୍ରୀନ ଜୋନକୁ ଚିହ୍ନଟ କରି ସେହି ଦିଗରେ କାମ କରିବା ଜରୁରୀ ଅଟେ, ଯାହା ଦ୍ଵାରା ପରିସ୍ଥିତି ସାମାନ୍ୟ ହୋଇ ପାରିବ । ସୂତ୍ର ଅନୁସାରେ ଏହା ବି କହିବା ଅଟେ କି ରେଡ ଜୋନରେ ଲକଡାଉନ ପୁରା କଡା କଡି ଭାବରେ ଲାଗୁ ରହିବ । ୟେଲୋ ଜୋନରେ କିଛି ଛାଡ ଦିଆଯିବ ।

ଅନ୍ୟ ପଟେ ଗ୍ରୀନ ଜୋନରେ କୌଣସି ବି ନିୟମ ଲାଗୁ ରହିବ ନାହିଁ । କିନ୍ତୁ ସାମାଜିକ ଦୂରତା ନିୟମ ଲାଗୁ ରହିବ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ କି ଲକଡାଉନ ଦ୍ଵାରା ବହୁତ ଲାଭ ବି ମିଳିଛି । ରାଜ୍ୟ ଗୁଡିକରେ ସାମୁହିକ ପ୍ରୟାସର ପ୍ରଭାବ ଦେଖା ଯାଇଛି । ପିଏମ ଏହି ବୈଠକରେ ରାଜ୍ୟ ଗୁଡିକରୁ ବଡ ପରିମାଣରେ ସୁଧାର ପାଇଁ କହିଛନ୍ତି । ସେ କହିଲେ କି ସୁଧାରର ଯୋଜନା ବନାଇବାର ଏହା ସଠିକ ସମୟ ଅଟେ ।

ରାଜ୍ୟ ସାମାଜିକ ଓ ଆର୍ଥିକ କଲ୍ୟାଣ ପାଇଁ ସୁଧାରର ଯୋଜନା କରନ୍ତୁ ଓ ଏହି ରିପୋର୍ଟ କେନ୍ଦ୍ରକୁ ପଠାନ୍ତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଚର୍ଚାରେ ୯ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜର ପ୍ରସ୍ତାବ ରଖିଥିଲେ ଓ କରୋନା ସଂକ୍ରମଣକୁ ନେଇ ନିଜର ରିପୋର୍ଟ ବି ଦେଲେ । ମିଳିଥିବା ସୂଚନା ଅନୁସାରେ ମେଘାଳୟ ଓ ହିମାଚଳ ପ୍ରଦେଶକୁ ଛାଡି ବାକି ରାଜ୍ୟ ଲକଡାଉନକୁ ୩ ମେ ପରେ ଚରଣବଦ୍ଧ ଉପାୟରେ ହଟାଇବା ପକ୍ଷରେ ଅଛନ୍ତି । କେବଳ ମେଘାଳୟ ଓ ହିମାଚଳ ପ୍ରଦେଶ ଲକଡାଉନକୁ ଆଗକୁ ବଢାଇବା ପାଇଁ ଅପିଲ କରିଛନ୍ତି । ଦେଶର ସମସ୍ତ ଖବର ସହିତ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।