ନିଧନ ପରେ ନିଜ ପରିବାର ପାଇଁ କେତେ ସମ୍ପତି ଛାଡିଯାଇଛନ୍ତି ଈର୍ଫାନ ଖାନ

ବଲିଉଡର ଦିଗଜ କଳାକାର ଇର୍ଫାନ୍ ଖାନଙ୍କର ବୁଧବାର ଦିନ ମୁମ୍ବାଇ ସ୍ଥିତ କୋକିଲାବେନ ହସ୍ପିଟାଲ୍ ରେ ମୃତ୍ୟୁ ଘଟିଛି । ତାଙ୍କର ବ୍ରେନ ଟ୍ୟୁମର ଥିଲା କୋଲନ୍ ଇନଫେକ୍ସନ ବଢିବା ଫଳରେ ତାଙ୍କୁ ମଙ୍ଗଳବାର ଦିନ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେ ଏମିତି ଏକ କଳାକାର ଥିଲେ ଯାହଙ୍କ ଫିଲ୍ମରେ ପୁରା ସିନେମା ହଲ୍ ତାଳିରେ କମ୍ପି ଉଠେ । ତାଙ୍କ ନିଧନାରେ ପୁରା ବଲିଉଡ଼ରେ ଶୋକର ଛାୟା ଖେଳି ଯାଇଛି । ଏବଂ କେତେକ ବଡ଼ ବଡ଼ କଳାକାର ମାନେ ତାଙ୍କର ଦୁଃଖ କୁ ଟୁଇଟ ମାଧ୍ୟମରେ ଜଣାଇଛନ୍ତି । ତାଙ୍କ ପରିବାରରେ ତାଙ୍କ ପତ୍ନୀ ସୁତାପା ସିକନ୍ଦର ଓ ତାଙ୍କ ଦୁଇ ପୁଅ ବାବିଲି ଓ ଆୟାନ ଅଛନ୍ତି ।

ଆସନ୍ତୁ ଜାଣିବା ନିଜର ମୃତ୍ୟୁ ପରେ ଈର୍ଫାନ୍ ଖାନ୍ କେତେ ସମ୍ପତ୍ତି ଛାଡି ଯାଇଛନ୍ତି ତାଙ୍କ ପରିବାର ପାଇଁ

୩୨୧ କୋଟି ଟଙ୍କାର ମାଲିକ ଥିଲେ ଈର୍ଫାନ ଖାନ । ରିପୋର୍ଟ ଅନୁସାରେ ୩୨୧ କୋଟି ସଂପତ୍ତିର ମାଲିକ ଥିଲେ ଈର୍ଫାନ ଖାନ । ଥିଏଟର ଦୁନିଆରୁ ସେ ନିଜ ପିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ସେ ତାଙ୍କ ସମସ୍ତ ଇନକମ୍ ଫିଲ୍ମ୍ ଓ ବିଜ୍ଞାପନ ମାଧ୍ୟମରେ ପାଉଥିଲେ । ଆକ୍ଟିଂ ଫିସ ବ୍ୟତୀତ ଫିଲ୍ମ୍ ଲାଭର ମଧ୍ୟ ସେୟାର ନେଉଥିଲେ ଈର୍ଫାନ ଖାନ । ସେ ମୁମ୍ବାଇର ଏକ ଘର ବ୍ୟତୀତ ଜୁହୁ ସ୍ଥିତ ଏକ ଫ୍ଲାଟର ମାଲିକ ମଧ୍ୟ । ସବୁଠାରୁ ଅଧିକ ଟ୍ୟାକ୍ସ ଦେଉଥିବା ଅଭିନେତାଙ୍କ ମଧ୍ୟରେ ଈର୍ଫାନ୍ ଖାନଙ୍କ ନାଁ ମଧ୍ୟ ଆସେ ।

ଗୋଟେ ଫିଲ୍ମ ପାଇଁ ସେ ନିଅନ୍ତି ୧୫ କୋଟି ଟଙ୍କା

ଈର୍ଫାନ୍ ଖାନ୍ ତାଙ୍କର ପ୍ରତ୍ୟେକ ଫିଲ୍ମ୍ ପାଇଁ ନେଇଥାନ୍ତି ୧୫ କୋଟି ଟଙ୍କା । ଏହା ଛଡା ଗୋଟିଏ ବିଜ୍ଞାପନ ପାଇଁ ସେ ନେଇଥାନ୍ତି ୪ରୁ୫ କୋଟି ଟଙ୍କା । ଈର୍ଫାନ୍ ଖାନ୍ ୧୧୦ କୋଟି ଟଙ୍କାର ଏକ ପର୍ଶନାଲ୍ ଇନଭେଷ୍ଟମେଣ୍ଟ ମଧ୍ୟ କରିଥିଲେ । ଲଗଜରୀ କାରର ସୌକିନ ଥିଲା ଈର୍ଫାନ ଖାନଙ୍କର । ତାଙ୍କ ପାଖରେ ଟୟୋଟା ସେଲିକା, ମର୍ଶିଡିଜ୍, ବିଏମଡବ୍ଲୁ ଓ ଅଡି ଭଳି ଅନେକ ଦାମିକିଆ କାରର ମାଲିକ ମଧ୍ୟ ସେ ଥିଲେ । ଯାହାର ସମ୍ପୂର୍ଣ୍ଣ ମୂଲ୍ୟ ୩ରୁ୫ କୋଟି ଟଙ୍କା ହେବ । ହଲିଉଡର ବହୁତ ଫିଲ୍ମରେ ମଧ୍ୟ ତାଙ୍କ ଅଭିନୟ ଦେଖିବାକୁ ମିଳିଥାଏ । ଏହା ବ୍ୟତୀତ ସେ ସାମାଜିକ କାର୍ଯ୍ୟରେ ମଧ୍ୟ ତାଙ୍କ ପକ୍ଷରୁ ସାହାଯ୍ୟ କରନ୍ତି ।

ଈର୍ଫାନ୍ ଖାନଙ୍କ ଦେହାନ୍ତ କୁ ନେଇ ପିମ ନରେନ୍ଦ୍ର ମୋଦୀ କଲେ ଟ୍ବିଟ

ଆପଣଙ୍କୁ କହି ରଖୁଛୁକି ଈର୍ଫାନ୍ ଖାନଙ୍କ ଦେହାନ୍ତରେ ପୁରା ବଲିଉଡ ସଦ୍ମାରେ ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରି ଟୁଇଟ ମାଧ୍ୟମରେ କହିଛନ୍ତି କି, ଈର୍ଫାନ ଖାନଙ୍କ ନିଧନ ରଙ୍ଗମଞ୍ଚ ଓ ଫିଲ୍ମ ଦୁନିଆ ପାଇଁ ସବୁଠାରୁ ବଡ଼ କ୍ଷତି । ତାଙ୍କର ଭିନ୍ନ ଭିନ୍ନ ଚରିତ୍ରର ଅଭିନୟ ଓ ବହୁମୁଖୀ ପ୍ରତିଭା ପାଇଁ ସେ ସବୁବେଳେ ଜନମାନସରେ ଜୀବିତ ରହିବେ । ତାଙ୍କ ପରିବାର, ସାଙ୍ଗସାଥୀ, ତାଙ୍କ ଶୁଭଚିନ୍ତକଓ ପ୍ରଶଂସକଙ୍କ ପାଇଁ ସେ ସମବେଦନା ଜଣାଇଛନ୍ତି । ଓ ଇଶ୍ୱରଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାଥନା କରିଛନ୍ତି ।