ରାବଣଙ୍କୁ କୃର କରିବା ପଛରେ ସବୁଠୁ ବଡ ହାତ କାହାର ଥିଲା, କଣ ଆପଣ ଜାଣିଛନ୍ତି

ଶ୍ରୀ ରାମ, ମାତା ସୀତା, ଲକ୍ଷ୍ମଣ ଓ ଭଗବାନ ହନୁମାନଙ୍କ ଭଳି ରାବଣ ବି ରାମାୟଣର ଏକ ପ୍ରମୁଖ ଚରିତ୍ର ଅଟନ୍ତି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ରାବଣ ଲଙ୍କାର ରାଜା ଥିଲେ । ସେ ନିଜର ଦଶଟି ମୁଣ୍ଡ କାରଣରୁ ବି ଅଧିକ ପରିଚିତ ଥିଲେ । ଯେଉଁ କାରଣରୁ ତାଙ୍କର ନାମ ଦଶାନନ ବି ଥିଲା । କୌଣସି ବି କାହାଣୀ ପାଇଁ ନାୟକ ସହିତ ଶକ୍ତିଶାଳୀ ଖଳନାୟକ ବି ଦରକାର ହୋଇଥାଏ । ଆପଣଙ୍କୁ କହିଦେଉଛୁ କି ରାବଣଙ୍କ ଭଳି ବିଦ୍ଵାନ ବ୍ୟକ୍ତି ଆଜି ପର୍ଯ୍ୟନ୍ତ ନାହିଁ ଯିଏ ଏହି ଦୁନିଆରେ ଜନ୍ମ ନେଇଛନ୍ତି ଓ ନା ହିଁ ଜନ୍ମ ନେବେ ।

ଯେଉଁ ବ୍ୟକ୍ତିକୁ ୪ଟି ବେଦ ଜ୍ଞାନୀ, ୧୮ଟି ପୁରାଣର ଜ୍ଞାନୀ, ଉପନିଷଦ ଗୁଡିକର ଜ୍ଞାନୀ, ଜ୍ୟୋତିଷ ବିଦ୍ୟାର ବଡ ପଣ୍ଡିତ, ଯୁଧ୍ୟ ଶାସ୍ତ୍ରର ମହାନ ଜ୍ଞାତା, ରାଜନୀତିରେ ତାଙ୍କ ଭଳି ଭଲ ରାଜା ଆପଣଙ୍କୁ ଇତିହାସରେ କେଉଁଠି ବି ମିଳିବେ ନାହିଁ, ତାଙ୍କର କୂଟନୀତି ଓ ଛକାପଞ୍ଝା ଖେଳକୁ ଦେବତାମାନେ ବି ଡରି ଯାଉଥିଲେ, ଏହା ସହିତ ସେ ନବଗ୍ରହକୁ ବି ନିଜର ଅଧୀନରେ ରଖିଥିଲେ, ତାଙ୍କର ରାଜ୍ୟ ପୃଥିବୀ, ଆକାଶ ଓ ପାତାଳ ପର୍ଯ୍ୟନ୍ତ ବିସ୍ତାର ଥିଲା, ଆପଣ ସେହିଭଳି ବ୍ୟକ୍ତିକୁ କେବେ ବି କ୍ରୂର ବୋଲି କହି ପାରିବେ ନାହିଁ ।

ସେ ନିଜର ଶତ୍ରୁମାନଙ୍କ ବି ସମ୍ମାନ କରୁଥିଲେ । ସେଥିପାଇଁ ରାମ ରାବଣଙ୍କ ଯୁଧ୍ୟ ମଧ୍ୟରେ ଯେତେବେଳେ ଶ୍ରୀ ରାମ ପିତା ଦଶରଥଙ୍କ ପାଇଁ ପିତୃ ସଂସ୍କାର କରିବାର ଥିଲା ତେବେ ସେହି ସମୟରେ ରାବଣ ହିଁ, ଯାହାଙ୍କର ଶତ୍ରୁ ରାମ ଅଟନ୍ତି, ତଥାପି ସେ ଶ୍ରୀରାମଙ୍କ ପାଇଁ ବ୍ରାହ୍ମଣ ହୋଇ ଉପସ୍ଥିତ ହୋଇଥିଲେ ଓ ସମସ୍ତ ସଂସ୍କାରକୁ ପୁରା କରିଥିଲେ । କହିବାକୁ ଗଲେ ଏହିଭଳି ରାବଣଙ୍କର ବହୁତ ବିଶେଷ ଗୁଣ ଅଛି ।

କହିବାକୁ ଗଲେ ଯୁଧ୍ୟ ସମୟରେ ସମସ୍ତେ ନିଜର ଶତ୍ରୁ ପାଇଁ କ୍ରୂର ହୋଇଥାନ୍ତି । ତଥାପି ଯେତେବେଳେ ରାବଣ ମୃତ୍ୟୁ ମୁଖରେ ଥିଲେ ତେବେ ସେତେବେଳେ ଆପଣ ତାଙ୍କର ଉଦାରତା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସେହି ସମୟରେ ଭଗବାନ ରାମ ଲକ୍ଷ୍ମଣଙ୍କୁ କହିଥିଲେ କି ସେ ଯାଇ ରାବଣଙ୍କ ଠାରୁ ରାଜନୀତିର ଶିକ୍ଷା ଗ୍ରହଣ କରନ୍ତୁ । ଏହା ପରେ ଲକ୍ଷ୍ମଣ ରାବଣଙ୍କ ନିକଟକୁ ଯାଇ ତାଙ୍କୁ ଅନୁରୋଧ କରିଲେ ତ ରାବଣ ଶତ୍ରୁଭାବ ତ୍ୟାଗ କରି ଲକ୍ଷ୍ମଣଙ୍କୁ ପୁରା ରାଜନୀତିର ଜ୍ଞାନ ଦେଇଥିଲେ । ବର୍ତ୍ତମାନ ଆପଣ ଚିନ୍ତା କରନ୍ତୁ କି ରାବଣ କ୍ରୂର କେମିତି ହୋଇ ପାରିବେ ।

ରାବଣଙ୍କୁ ଅମର ରହିବାର ବରଦାନ ମିଳିଥିଲା । କିନ୍ତୁ ଏହା ସହିତ ସେ ଜ୍ୟୋତିଷ ବି ଥିଲେ । ସେ ଜାଣିଥିଲେ କି ଶ୍ରୀ ରାମ ବିଷ୍ଣୁ ଭଗବାନଙ୍କ ଅବତାର ଅଟନ୍ତି ଓ ଯଦି ମୁଁ ତାଙ୍କ ହାତରେ ମୃତ୍ୟୁ ବରଣ କରେ ତେବେ ମୋତେ ମୋକ୍ଷ ପ୍ରାପ୍ତି ହେବ ଓ ସେ ଚିନ୍ତା କରିଲେ କି ତାଙ୍କର ସମ୍ପର୍କୀୟ, ବଂଶଧର ଓ ଜାତିର କଣ ହେବ । ସେଥିପାଇଁ ସେ ନିର୍ଣ୍ଣୟ ନେଲେ କି ସେ ଭଗବାନ ଶ୍ରୀ ରାମଙ୍କ ସହିତ ଯୁଧ୍ୟ କରିବେ ।

Image courtesy: Google

ଯେତେବେଳେ ସମସ୍ତେ ରାମଙ୍କ ହାତରେ ମୃତ୍ୟୁ ବରଣ କରିଲେ ତେବେ ଶେଷରେ ରାବଣ ଭଗବାନ ଶ୍ରୀରାମଙ୍କ ସହ ଯୁଧ୍ୟ କରିବା ପାଇଁ ଆସିଲେ । ଏହା ହିଁ ଥିଲା ରାବଣଙ୍କ ଦୂରଦୃଷ୍ଟି । ଆମେ ଓ ଆପଣମାନେ ରାବଣର ଖରାପ ଛବିକୁ ଜାଣିଥିଲେ କି ଅସଲରେ ତାଙ୍କ ଭଳି ବ୍ୟକ୍ତି ପୁରା ବିଶ୍ଵରେ କେହି ନାହାନ୍ତି । ଆପଣଙ୍କୁ ଏହା ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଆମ ସହିତ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।