‘ଗରିବ ମାଈପ ସମସ୍ତଙ୍କ ଶାଳୀ, ଯଦି Ruchika MLA, ମନ୍ତ୍ରୀ ଙ୍କ ଝିଅ ହେଇଥାନ୍ତା ଏତେ ବେଳକୁ…’ Ruchika ଙ୍କୁ ନ୍ୟାୟ ଦେବା ସମର୍ଥନରେ ମୁହଁ ଖୋଲିଲେ ସମାଜସେବୀ Madhumita Ratha, ଦେଖନ୍ତୁ Video

କଥାରେ ଅଛି, ଗରିବ ମାଈପ ସମସ୍ତଙ୍କ ଶାଳୀ । ଅର୍ଥାତ ଗରିବ ଲୋକକୁ ସମସ୍ତେ ହଇରାଣ କରନ୍ତି ଓ ଅଣଦେଖା କରନ୍ତି । ଠିକ ସେମିତି ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାକୁ କାଜେଲ କତ୍ତୃପକ୍ଷ ହାଲୁକାରେ ନେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସମାଜସେବୀ ମଧୁମିତା ରଥ । କଲେଜ ହଷ୍ଟେଲର ତିନିଜଣ ସିନିୟରଙ୍କ ରାଗିଂରେ ଅତିଷ୍ଠ ହୋଇ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିବା ପରେ ମାମଲାକୁ ରାଜଧାନୀ ଉଠୁଛି ପଡୁଛି ।

ଏନେଇ ମଧୁମିତା କହିଛନ୍ତି କି ରୁଚିକା ଯଦି ଜଣେ ବିଧାୟକ କିମ୍ବା ମନ୍ତ୍ରୀଙ୍କ ଝିଅ ହୋଇଥାନ୍ତେ ତେବେ କଲେଜରେ ବର୍ତ୍ତମାନ କ୍ଳାସ ହେଉ ନଥାନ୍ତା କି ଗେଟ୍ ରେ ତାଲା ପଡି ନଥାନ୍ତା । ଯେହେତୁ ରୁଚିକା ଗରିବ ଘରର ଝିଅ ଓ ମଫସଲରୁ ଆସିଛି ସେଥିପାଇଁ ତା’ ପ୍ରତି ଏଭଳି ଅନ୍ୟାୟ କରାଯାଉଛି । ଏହି କଲେଜର ବହୁତ ନାଁ ରହିଛି ଓ ଏଇଠୁ ପାଠପଢି ଅନେକ ଲୋକ ଅନେକ ଆଇଏଏସ ଆଇପିଏସ ଆଦି ବଡ ବଡ ଅଫିସର ହୋଇଛନ୍ତି । ସେଥିପାଇଁ ଆଇଏଏସ ହେବାର ଲକ୍ଷ୍ୟ ନେଇ ଏଠାକୁ ପାଠ ପଢିବାକୁ ଆସିଥିଲା ରୁଚିକା ।

କିନ୍ତୁ ତାଙ୍କର ଆଣ୍ଟି ରାଗିଂ କମିଟି ଓ ୱାର୍ଡେନ ଥାଇ ମଧ୍ୟ ରୁଚିକାଙ୍କ ସହ ରାଗିଂ ହେଉଥିଲା । ରୁଚିକା ପାଗେଳି ବ ସାଇକୋ ବୋଲି ୱାର୍ଡେନ ଜାଣିପାରିଲା । କିନ୍ତୁ ତା’ ସହ କେତେ ଟର୍ଚର ହେଉଛି ଓ ସେ କଣ ପାଇଁ ଏତେ ମାନସିକ ଚାପରେ ରହୁଛି ତାହା କେମିତି ୱାର୍ଡେନ ଜାଣିପାରିଲା ନାହିଁ । ତାଙ୍କୁ ସେତିକି ଟର୍ଚର ନ ହୋଇଥିଲେ ସେ ସୁଇସାଇଡ ଭଳି ଶେଷ ପଦକ୍ଷେପ କେବେବି ନେବନାହିଁ ।

ରୁଚିକାଙ୍କ କୌଣସି ଅର୍ଥ ଅଭାବ ନଥିଲା ଓ ସେ ଭଲ ପାଠ ପଢୁଥିଲା । ତେଣୁ ୱାର୍ଡେନଙ୍କୁ ସସପେଣ୍ଡ କରାଯାଉ ଓ ଆରେଷ୍ଟ କରାଯାଉ ବୋଲି ଦାବି କରିଛନ୍ତି ମଧୁମିତା । ଏହାସହ ହଷ୍ଟେଲରୁ ଅନ୍ୟ ଯେଉଁ ୬ ଜଣ ପଳେଇଛନ୍ତି ସେମାନଙ୍କୁ ଠାବ କରାଯାଇ ତିନିଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଉ । କଲେଜକୁ ସେତେବେଳ ପର୍ଯ୍ୟନ୍ତ ବନ୍ଦ କରାଯାଇ ପ୍ରଥମେ ଏହି ମାମଲାର ସମାଧାନ କରାଯାଉ ବୋଲି ଦାବି କରିଛନ୍ତି ମଧୁମିତା । କଲେଜର ଆଣ୍ଟି ରାଗିଂ କମିଟି ରହିଛି ସେମାନେ କଣ କରୁଛନ୍ତି ବୋଲି ମଧୁମିତା ପ୍ରଶ୍ନ କରିଛନ୍ତି ।

କଲେଜ ତାଲା ପକେଇଦେଲେ ସେ ଆପେ ଏହି ମାମଲା ସମାଧାନ କରିବାକୁ ବାଧ୍ୟ ହେବେ । ଗରିବ ଝିଅଟି ଗାଁରୁ ଆସିଛି ବୋଲି ତା’ ପାଇଁ କାନ୍ଦିବାକୁ କେହି ନାହାନ୍ତି । ଲୋକେ ଭୁଲିଗଲେ କଥା ସରିଲା ବୋଲି କଲେଜ କତ୍ତୃପକ୍ଷ ଅପେକ୍ଷା କରି ରହିଛନ୍ତି । ଗୋଟିଏ ବଡ କଲେଜ ନାଁର ଧାପାରେ କଲେଜ ଚାଲିଛି ବୋଲି ନିନ୍ଦା କରିଛନ୍ତି ସମାଜସେବୀ ମଧୁମିତା ରଥ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।