କଣ ସତରେ ହୋଇଥାଏ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସାତ ଜନ୍ମର ସମ୍ପର୍କ ? ଦେଖନ୍ତୁ କଣ ଲେଖା ଆଚି Garuda Purana ରେ

ନମସ୍କାର ବନ୍ଧୁଗଣ, ବିବାହକୁ ସବୁଠାରୁ ପବିତ୍ର ବନ୍ଧନ ବୋଲି କୁହାଯାଏ । ଏହା ମଧ୍ୟ ସମସ୍ତେ କହିଥାନ୍ତି କି ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ସାତ ଜନ୍ମ ପାଇଁ ହୋଇଥାଏ । ତେବେ ଗୋଟିଏ ଜନ୍ମରେ ଥାଇ ଆଗତ ସାତ ଜନ୍ମ ପର୍ଯ୍ୟନ୍ତ ଏକାଠି ରହିବାର କଥା ସମସ୍ତଙ୍କ ମନରେ ପ୍ରଶ୍ନ ତିଆରି କରିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜାଣିବାକୁ ଯାଉଛି ଏହି କଥା ପଛର ପ୍ରକୃତ କାହାଣୀ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ଆପଣ ମାନେ ନିହାତି କେବେ ନା କେବେ ଅନୁଭବ କରିଥିବେ କି ଜଣେ ଅଜଣା ବ୍ୟକ୍ତିକୁ ଦେଖିବା ମାତ୍ରେ ହିଁ ଆପଣଙ୍କ ମନରେ ତାଙ୍କ ପାଇଁ କିଛି ଅଲଗା ଭାବନା ଆସିବାକୁ ଲାଗିଥାଏ । ଏହାର ଅର୍ଥ ହୋଇଥାଏ କି ସେହି ବ୍ୟକ୍ତି ସହ ଆପଣଙ୍କର ପୂର୍ବ ଜନ୍ମରେ କିଛି ନା କିଛି ସମ୍ପର୍କ ନିହାତି ଥିଲା ।

ପୂର୍ବ ଜନ୍ମରେ ସମ୍ପର୍କ ଥିବା ବ୍ୟକ୍ତିଙ୍କୁ ଯଦି ଆପଣ ଏହି ଜନ୍ମରେ ଦେଖନ୍ତି ତେବେ ଆପଣଙ୍କୁ ସେ ଅଜଣା ଅଚିହ୍ନା ଭଳି ଲାଗନ୍ତି ନାହିଁ । ଆପଣ ଅନୁଭବ କରିଥାନ୍ତି ସେ ଯେମିତି ଆପଣଙ୍କର କେହି ନିଜର ଅଟନ୍ତି । ଅଚିହ୍ନା ହେଲେ ମଧ୍ୟ ସେହି ବ୍ୟକ୍ତି ପ୍ରତି ଆପଣଙ୍କର ଦୟା, ପ୍ରେମ, ସମ୍ମାନ ଇତ୍ୟାଦି ମନ ଭିତରୁ ହିଁ ଆସିଥାଏ । କେତେବେଲେ ଯେ ସେହି ଅଚିହ୍ନା ବ୍ୟକ୍ତି ନିଜର ହୋଇଯାଏ ତାହା ଜାଣି ହୁଏ ନାହିଁ । ତେଣୁ ପୁନର୍ଜନ୍ମ ସତ ।

ଆପଣଙ୍କ ମନରେ ଆସୁଥିବା ଭାବନାକୁ ଆପଣଙ୍କୁ ଚିହ୍ନିବା ଦରକାର । ହୁଏତ ଆପଣଙ୍କ ମନରେ ତାଙ୍କ ସୁନ୍ଦରତାକୁ ନେଇ ଭାବନା ସୃଷ୍ଟି ହୋଇପାରେ ।  ସେହି ଭାବନା ଆଗକୁ ଯାଇ ଭଲ ପାଇବାର ରୂପ ନେବା ପରେ ବିବାହ ବନ୍ଧନରେ ବାନ୍ଧି ହେବାର ସମ୍ପର୍କ ସୃଷ୍ଟି କରିଥାଏ । ଅଲଗା ଅଲଗା ସଂସ୍କୃତିର ବ୍ୟକ୍ତି ହୋଇ ମଧ୍ୟ କିଛି ଲୋକ ଭଲ ପାଇବାରେ ପଡିଯାଇଥାନ୍ତି ।

ଭଲ ପାଇବା ଆଗରେ ଜାତି ଧର୍ମ କିଛି ଦେଖନ୍ତି ନାହିଁ । କାରଣ ତାଙ୍କ ମନ ମିଶି ସାରିଥାଏ ତେଣୁ ତାଙ୍କୁ କେହି ମଧ୍ୟ ଅଲଗା କରିପାରନ୍ତି ନାହିଁ । ଏଭଳି ସମ୍ପର୍କର ପୁନର୍ଜନ୍ମ ପୁଣି ହୋଇଥାଏ । ସ୍ଵାମୀ ସ୍ତ୍ରୀଙ୍କ ପୁନର୍ଜନ୍ମ ହେବାର କାରଣ ହୋଇଥାଏ ଭଲ ପାଇବା । ଏହି ଭଲ ପାଇବା ଡୋରୀ ପୁଣି  ଆର ଜନ୍ମରେ ଆପଣଙ୍କ ପାଖକୁ ଟାଣି ଆଣିଥାଏ ।

ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ସବୁଠାରୁ ପବିତ୍ର ଓ ଭଲ ପାଇବା ଦୃଷ୍ଟିରୁ ଶ୍ରେଷ୍ଠ ହୋଇଥିବା ହେତୁ ସ୍ଵାମୀ ସ୍ତ୍ରୀ ପୁଣି ପୂର୍ବ ଜନ୍ମରେ ଆକର୍ଷିତ ହୋଇ ପରସ୍ପରର ହାତ ଧରିଥାନ୍ତି । ଏହା ହିଁ ସାତ ଜନ୍ମ ପାଇଁ ସାଥି ହୋଇ ରହିବାର କାରଣ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।