ମୂଷା ଘରୁ ବାହାର କରିବାର ଏହି ପ୍ରଣାଳୀ ନିହାତି କରନ୍ତୁ, 5 ମିନିଟ ରେ ସବୁ ମୂଷା ଘରୁ ପଳାଇବେ

ନମସ୍କାର ବନ୍ଧୁଗଣ, ଘରେ ମୂଷାମାନଙ୍କ ସଂଖ୍ୟା ବଢିବା ଏକ ବଡ ଚିନ୍ତାର ବିଷୟ ହୋଇଥାଏ । କାରଣ ମୂଷାମାନେ ଘରେ ଏଣେ ତେଣେ ବୁଲିଥାନ୍ତି ଘରର ଡ୍ରେସ ଏବଂ ସମସ୍ତ ଆସବାବ ପତ୍ରକୁ କାଟି ନଷ୍ଟ କରିଦେଇଥାନ୍ତି । ଏହି କାରଣ ହେତୁ ଲୋକମାନେ ନିଜ ଘରୁ ମୂଷାକୁ ଘଉଡାଇବା ପାଇଁ ବହୁତ ପ୍ରୟାସ କରିଥାନ୍ତି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଘରୁ ମୂଷା ବାହାର କରିବାର ଏକ ପ୍ରଣାଳୀ । ତେବେ ଆଉ ଡେରି ନକରିଆସନ୍ତୁ ଜାଣିବା ସେହି ପ୍ରଣାଳୀ ସମ୍ପର୍କରେ ।

ଆପଣ ମୂଷା ଘଉଡାଇବା ପାଇଁ ଦୁଇଟି ତମ୍ବାଖୁ ବା ଗୁଟଖା ପ୍ୟାକେଟ ନିଅନ୍ତୁ । ଏଥିରେ ଅଳ୍ପ ମାତ୍ରାରେ ନିଶା ମିଶିଥାଏ । ଆପଣ ଗୁଟଖାକୁ ଖୋଲିଦିଅନ୍ତୁ ଏବଂ ସେଥିରେ ଦୁଇ ଚାମଚ ଶୁଦ୍ଧ ଦେଶୀ ଘିଅ ଭଲ ଭାବରେ ମିଶାଇ ଦିଅନ୍ତୁ । ମୂଷା ମାନଙ୍କୁ ଦେଶୀ ଘିଅ ଆକର୍ଷଣ କରିଥାଏ । ତେଣୁ ସେମାନେ ଉପାୟ ପାଖକୁ ଦୌଡ଼ି ଆସିଥାନ୍ତି । ଏହାପରେ ଆପଣ ଦୁଇ ଚାମଚ ବେସନ ସେଥିରେ ମିଶାନ୍ତୁ ।

ଏହି ସମସ୍ତ ଜିନିଷକୁ ଆପଣ ଅଟା ଚକଟିବା ଭଳି ନରମ କରି ଚକଟି ଦିଅନ୍ତୁ । ଅଟା ଭଳି ଚକଟି ସାରିବା ପରେ ଆପଣ ଏହାର ଗୁଳା ବନାଇ ଦେବେ । ଏବଂ ତା ଉପରେ ଅଳ୍ପ ଘିଅ ପକାଇ ଦେବେ । ଯାହାଫଳରେ କି ମୂଷାମାନେ ଘିଅର ବାସ୍ନାରେ ଏହା ପାଖକୁ ଆସିବେ । ଆପଣଙ୍କ ଘରେ ଯେଉଁ ଯେଉଁ ଜାଗାରେ ମୂଷା ହେଉଥିବେ ଆପଣ ସେହି ସେହି ଜାଗାରେ ଏହାର ଛୋଟ ଛୋଟ ଗୁଳା କରି ରଖିବେ । ତେଣୁ ଆପଣ ନିଜ ଘରର ରଖିବା ସ୍ଥାନ ଅନୁଯାୟୀ ଗୁଳା କରିବେ ।

ଆପଣ ଛୋଟ ବଡ ଯେଉଁ ଆକାରର ଚାହିଁବେ ସେହି ଆକାରର ଗୁଳା କରିପାରିବେ । ଏବେ ଦୁଇ ଟଙ୍କାରେ ଆପଣଙ୍କ ମୂଷା ଘଉଡାଇବା ଔଷଧ ପ୍ରସ୍ତୁତ ହୋଇସାରିଛି । ଏହାପରେ ଆପଣଙ୍କର ଯେଉଁ ଜାଗାରେ ବେଶି ମୂଷା ହେଉଛନ୍ତି ବା ଯିବା ଆସିବା କରୁଛନ୍ତି ଆପଣ ସେହି ଜାଗାରେ ଗୋଟିଏ ଗୋଟିଏ କରି ଏହି ଗୁଳାକୁ ରଖିଦେବେ ।

ଏହାକୁ ଆପଣ ରଖିଦେବା ପରେ ଆପଣଙ୍କ ଘରର ସମସ୍ତ ପାଣିକୁ ଘୋଡାଇ ରଖିଦେବେ । କାରଣ ମୂଷା ମାନେ ଏହାର ସେବନ କରିବା ପରେ ଏଥିରେ ଥିବା ନିଶା ତାଙ୍କୁ ଚଢି ଯାଇଥାଏ । ଯାହାଫଳରେ ସେମାନେ ପାଣି ପିଇବା ପାଇଁ ବ୍ୟାକୁଳ ହୋଇଯାନ୍ତି । ଆପଣ ନିଜ ଘରର ସମସ୍ତ କବାଟ ବନ୍ଦ କରି ଘରର ମୁଖ୍ୟ ଦ୍ଵାର ଖୋଲା କରିଦେବେ ।

ଏହାର ସେବନ ଫଳରେ ତାଙ୍କ ମୁଣ୍ଡ ବୁଲାଇବା ଯାହାଫଳରେ ସେମାନେ ପାଣି ଖୋଜି ଘରୁ ନ ପାଇବା ପରେ ସେ ଆପଣଙ୍କ ମୁଖ୍ୟ ଦ୍ଵାର ପଟେ ପାଣି ଖୋଜିବା ପାଇଁ ଘରୁ ବାହାରି ଯିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।