ଅଟୋ ଚାଳକଙ୍କ ପୁଅ ହେଲେ କୋଟିପତି ! Mukeshଙ୍କ କାହାଣୀ ଆଜିର ଯୁବ ପିଢୀଙ୍କ ପାଇଁ ଏକ ବଡ ଉଦାହରଣ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କ୍ରିକେଟ ଦେଖିବା ସହ କ୍ରିକେଟ ଖେଳ ଖେଳିବାକୁ ମଧ୍ୟ ବହୁତ ଲୋକଙ୍କର ରୁଚି ରହିଥାଏ । ସେହିପରି ଏକ ଅଟୋ ଡ୍ରାଇଭରଙ୍କର ପୁଅର ମଧ୍ୟ ଏହି କ୍ରିକେଟ ଖେଳ ପାଇଁ ମାଲାମାଲ ହୋଇଯାଇଛନ୍ତି ।  ୫୦୦ ଟଙ୍କା ପାଇଁ ଘରୋଇ ଟିମ ପାଇଁ ଯିଏ ମ୍ଯାଚ ଖେଳୁଥିଲେ ଏବେ ସେ କୋଟି କୋଟି ଟଙ୍କା ପାଇଁ ମ୍ଯାଚ ଖେଳିବେ । IPL ନିଲାମରେ ସେହି କ୍ରିକେଟରଙ୍କ ପାଇଁ ଦିଲ ଖୋଲିକି ଟଙ୍କା ଉଡାଇଛି ଦିଲ୍ଲୀ ସହର ।

ଏହି କ୍ରିକେଟର ଜଣଙ୍କ ହେଉଛନ୍ତି ପଶ୍ଚିମବଙ୍ଗର ଘରୋଇ ଟିମ ପାଇଁ କ୍ରିକେଟ ଖେଳୁଥିବା ବୋଲର ମୁକେଶ କୁମାର । କ୍ରିକେଟର ମୁକେଶ କୁମାର ବହୁତ ଜୀବନର ବହୁତ ଦୁଃଖ ସଂଘର୍ଷକୁ ପାର କରି ଆଜି କ୍ରିକେଟରେ ଏଭଳି ସଫଳତା ପାଇଛନ୍ତି । ବିହାରର ଗୋପାଲଗଞ୍ଜ ଠାରେ ମୁକେଶ କୁମାରଙ୍କର ପ୍ରକୃତ ଘର । ସେ ବିବାହରର ଅଣ୍ଡର ନାଇନଟିନ ଟିମରେ ଖେଳୁଥିଲେ ।

ପରେ ସେ ନିଜ ବାପା ଅଟୋ କାର୍ଯ୍ୟରେ ତାଙ୍କୁ ସାହାଜ୍ଯ କରିବା ପାଇଁ ୨୦୧୨ ରେ କୋଲକାତା ଚାଲି ଆସିଥିଲେ । କୋଲକାତା ଥିବା ସମୟରେ ସେ ବାପାଙ୍କୁ ତାଙ୍କ କାମରେ ସାହାଜ୍ଯ କରିବା ସହିତ ନିଜର କ୍ରିକେଟ ଖେଳ ପ୍ରତି ରୁଚିଥିଲା ତେଣୁ ସେ ସେଠିକାର ସ୍ଥାନୀୟ କ୍ରିକେଟ ଟିମରେ ଖେଳିବାକୁ ଲାଗିଲେ ।

ସେ ଏହି ସ୍ଥାନୀୟ କ୍ରିକେଟରେ ଖେଳିବା ସମୟରେ ୪୦୦ ରୁ ୫୦୦ ଟଙ୍କା ମଧ୍ୟରେ ତାଙ୍କୁ ଟଙ୍କା ମିଳିଥାଏ । ମୁକେଶଙ୍କର ବାପାଙ୍କର ଇଛା ଥିଲା ତାଙ୍କ ପୁଅ ମୁକେଶ ଏକ ସେନା ବାହିନୀ କାର୍ଯ୍ୟରେ ଯୋଗ ଦେବ । ପୁଅ ମୁକେଶଙ୍କର କିନ୍ତୁ କ୍ରିକେଟ ପ୍ରତି ଆଗ୍ରହ ରହିଥିଲା । ତେଣୁ ମୁକେଶଙ୍କର ଏହି କ୍ରିକେଟ ପ୍ରତି ଥିବା ଡେଡିକେସନ ପାଇଁ ମୁକେଶଙ୍କ ପାଇଁ କ୍ରିକେଟ ଆଣି ଦେଇଛି ଅନେକ କିଛି ସୁଯୋଗ !

୨୦୧୪ ମସିହାରେ ହେଉଥିବା ଟ୍ରାଏଲ ମୁକେଶଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ନେଇଆସିଥିଲା । ଏହି ଟ୍ରାଏଲ ମ୍ଯାଚରେ କ୍ରିକେଟର ମୁକେଶ ୧ ବର୍ଷ ଭିତରେ ବେଙ୍ଗୋଲ ଟିମ ପାଇଁ ଚୟନ ହୋଇଯାଇଥିଲେ । କ୍ରିକେଟର ମୁକେଶ କୁମାରଙ୍କର ଲଗାତର କ୍ରିକେଟ ଖେଳରେ ପଦର୍ଶନ ଜାରୀ ରହିଥିଲା ।

ସେହି କାରଣରୁ ଭାରତ ଟିମରେ ଚୟନ ହୋଇଛନ୍ତି । ଯେଉଁଠାରେ କି ସେ ଖେଳରେ ଭଲ ପଦର୍ଶନ କରି ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ୱିକେଟ ନେଇଥିଲେ । ଏହାର ୧ ମାସ ଭିତରେ ଦକ୍ଷିଣ ଆଫ୍ରିକାର ଦିନିକିଆ ସିରିଜ ପାଇଁ ଟିମ ଇଣ୍ଡିଆ ସ୍ଥାନ ପାଇଥିଲେ । କ୍ରିକେଟର ମୁକେଶ କୁମାର ବିନା IPL ଖେଳି ମଧ୍ୟ ସେ ଟିମ ଇଣ୍ଡିଆରେ ପହଞ୍ଚି ପରିଛନ୍ତି ।

ଦିଲ୍ଲୀ କାପିଟାଲ ଏଥର ୫ କୋଟି ୫୦ ଲକ୍ଷ ଟଙ୍କାରେ ତାଙ୍କୁ ଦଳରେ ସାମିଲ କରିଛନ୍ତି । ତେଣୁ କ୍ରିକେଟର ମୁକେଶ ତାଙ୍କ ଖେଳ ଦୁନିଆରେ ଏବେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିନ୍ତୁ । ଧନ୍ୟବାଦ