ନମସ୍କାର ବନ୍ଧୁଗଣ । ପୁରା ରାଜ୍ୟରେ ଚାଲିଥିବା ଲକ ଡାଉନ ଯୋଗୁ ସାଧାରଣ ଜନତା ମାନେ ଅନେକ ସମସ୍ୟାର ସମୁଖୀନ ହେଉଛନ୍ତି । ଗତ ୫୦ ଦିନ ହେବ ଲକ ଡାଉନ ଯୋଗୁ କୋରୋନା ସଂକ୍ରମଣ କିଛି ଜିଲ୍ଲାରେ କମିଛି ତ ଆଉ କିଛି ଜିଲ୍ଲାରେ ପୂର୍ବ ଭଳି ବଳବତ୍ତର ରହିଛି ।
ତେବେ ଜୁଲାଇ ୧ ରୁ ସରକାର ଲକ ଡାଉନ ପାଇଁ ନୂଆ ନିସ୍ପତି କଣ ନେବେ ତାହା ଚିନ୍ତାର ବିଷୟ ହୋଇଛି । ଜୁଲାଇ ୧ ରୁ କେଉଁ ଜିଲ୍ଲାରେ କଟକଣା ରହିବ ଓ କେଉଁ ଜିଲ୍ଲାରେ କଟକଣା ହଟିବ ତାହା ଆଉ ଦୁଇ ତିନି ଦିନ ମଧ୍ୟରେ ଜଣା ପଡିବ । ଜୁନ ୧୬ରେ ବିଭିନ୍ନ ଜିଲା ଗୁଡିକୁ ସରକାର କାଟାଗୋରି-A ଓ କାଟାଗୋରି-B ବିଭକ୍ତ କରିଥିଲେ । ଏହି ସମୟ ମଧ୍ୟରେ ୨୦ ଜିଲ୍ଲା ଆକ୍ଟିଭ କେସ ରହିଥିଲା ।
କାଟାଗୋରି-Bରେ ଥିବା ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, କଟକ ଜିଲାରେ ଜୁନ ୧୬ ପରେ ସଂକ୍ରମଣ ହାର କମିଛି । ଜୁଲାଇଆ ୧ରେ କାଟାଗୋରି-Aରେ ଥିବା ଜିଲା ଗୁଡିକରେ ଦୋକାନ ବଜାର ଖୋଲାଯିବାର ସମୟକୁ କୋହଳ କରାଯାଇ ପରେ । ରାତି ୮ରୁ ୯ ଟା ଯାଏଁ ଦୋକାନ ବଜାର ଖୋଲା ହେବା ପାଇଁ ସରକାର ନିଷ୍ପତି ନେଇ ପାରନ୍ତି । କାଟାଗୋରି-Bରେ ଥିବା ୧୩ଟି ଜିଲା ଗୁଡିକରେ ଏବେ ମଧ୍ୟ ସଂକ୍ରମଣ ହାର ଅଧିକ ରହିଛି । ବର୍ତ୍ତମାନ ଆକ୍ଟିଭ କେସ ରେଡ ଜୋନରେ ବାଲେଶ୍ଵର, କଟକ, ଖୋର୍ଦ୍ଧା ଓ ଯାଜପୁର ରହିଛି ।
କିନ୍ତୁ ପଜେଟିଭରେ ମୟୁରଭଞ୍ଜ, କରତକ, ନୟାଗଡ, ଜଗତସିଙ୍ଘପୁର, ଖୋର୍ଦ୍ଧା ଓ ପୁରୀ ଜିଲା ଗୁଡିକ ରହିଛି । ଆକ୍ଟିଭ କେସ ୟେଲୋ ଜୋନରେ ମୟୁରଭଞ୍ଜ, ପୁରୀ, ନୟାଗଡ, ଜଗତସିଂହପୁର ରେ ସଂକ୍ରମଣ ହାର ୭.୫%ରୁ ଅଧିକ ରହିଛି । ଖୋର୍ଦ୍ଧାରେ ୧୦.୬%, ପୁରୀରେ ୧୦.୨%, କଟକରେ ୭.୯% ପଜେଟିଭ ହାର ରହିଛି । ଯେଉଁ ଜିଲା ଗୁଡିକରେ ଅଧିକ ପଜେଟିଭ ହାର ଅଧିକ ରହିଛି ଜୁଲାଇ ମାସରେ ଗାଇଡ ଲାଇନ କଣ ରହିବ ତାହା ଉପରେ ନଜର ରହିଛି । ସହରାଞ୍ଚଳ ମଧ୍ୟରେ କଟକ ଓ ଭୁବନେଶ୍ଵରରେ ଅଧିକ କୋରୋନା ପଜେଟିଭ ସଂଖ୍ୟା ପରିଲକ୍ଷିତ ହେଉଛି ।
ଜୁଲାଇ ମାସରେ କଟକ ଓ ଭୁବନେଶ୍ବର ପାଇଁ ମୁକାବିଲା ରଣନୀତି ସମାନ ରହିପାରେ । ଆଗକୁ ପୁରୀରେ ରଥଯାତ୍ରା ଥିବାରୁ କଟକଣା କୋହଳ ହୋଇପାରେ ନାହି । ସୂଚନା ଅନୁସାରେ ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, ବାଲେଶ୍ଵର ଫୋକସରେ ରହିବେ । ସଂକ୍ରମଣ ହାର ଅଧିକ ରହୁଥିବାରୁ କୋରୋନା ଭ୍ୟାକ୍ସିନ ମଧ୍ୟ ଲାଗୁ କରା ଯାଇଛି ।
କାଟାଗୋରି- A ରେ ଥିବା ୧୭ଟି ଜିଲାରୁ ସପ୍ତାହରେ ଚାଲିଥିବା ସଟ ଡାଉନ ଉଠା ଯାଇପାରେ । ଏହି ଜିଲା ଗୁଡିକରେ ସରକାର ନାଇଟ କରଫୁ ସୀମାକୁ ବଢାଇ ପାରନ୍ତି । କାଟାଗୋରି-B ରେ ପୂର୍ବ ଭଳି ନାଇଟ କରଫୁ ଓ ସତ ଡାଉନ ବଳବତ୍ତର ରହିପାରେ । ଆକ୍ଟିଭ କେସ ଅନୁସାରେ କେଉଁ ଜିଲ୍ଲାରେ କେତେ ଟୀକାକରଣ ହୋଇଛି ତାହାର ଯାଞ୍ଚ ଜୁଲାଇ ମାସରେ ସରକାର କରି ପାରନ୍ତି ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।