କମ କହିବା କାହିଁକି ଏତେ ଆବଶ୍ୟକ ? – Krishna Vani

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନରେ ଶାସ୍ତ୍ର ର ଅନେକ ମହତ୍ତ୍ୱ ରହିଛି । ଶାସ୍ତ୍ର ରେ ରଚିତ ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ । ଏହା ଅନେକ ଥର ପ୍ରମାଣିତ ମଧ୍ୟ ହୋଇସାରିଛି । ଏହା ସହିତ ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି କି ଶାସ୍ତ୍ର ରେ ଲେଖା ଯାଇଥିବା ସମସ୍ତ କଥା ସତ ଅଟେ । ତେବେ ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଅନେକ ଶାସ୍ତ୍ର ରହି ଅଛି । କିନ୍ତୁ ସେଥିମଧ୍ୟରୁ ଭଗବାନ ଶ୍ରୀକୃଷ୍ଣ ଙ୍କ ଦ୍ଵାରା ରଚିତ ଶ୍ରୀମଦ ଭଗବତ ଗୀତା ହେଉଛି ହିନ୍ଦୁ ଧର୍ମର ମୁଖ୍ୟ ଗ୍ରନ୍ଥ ।

କୁହାଯାଏ କି ଏହି ଗ୍ରଂଥ ଟି ରେ ଯାହା ଲେଖାଯାଇଛି ସେ ସବୁ କୁ ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି । ଭଗବାନ ଶ୍ରୀକୃଷ୍ଣ ଏଥିରେ ମନୁଷ୍ୟ ଜୀବନର ଅନେକ କଥା ବିଷୟ ରେ ଲେଖିଛନ୍ତି ।

ଦୁନିଆ ରେ ଏପରି କିଛି ସମସ୍ୟା ନାହିଁ ଯାହାର ସମାଧାନ ଶ୍ରୀମଦ ଭଗବତ ଗୀତା ରେ ନ ଥିବ । ତେବେ ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କେଉଁଠାରେ ମଧ୍ୟ କ୍ରୋଧ ରେ ଅଧିକ କଥା କହିବା ଉଚିତ ନୁହେଁ । ଏହା ଦ୍ଵାରା ଆପଣଙ୍କର ବହୁତ କ୍ଷତି ହୋଇଥାଏ ତେଣୁ ସବୁ ସ୍ଥାନରେ ସବୁବେଳେ ଅଳ୍ପ କଥା ହେବା ଉଚିତ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହାର କାରଣ ସମ୍ପର୍କରେ । ବନ୍ଧୁଗଣ ଏହି ଦୁନିଆ ରେ ଯେତେ ସବୁ ଜଟିଳ ଜିନିଷ ଅଛି ତାହା ମଧ୍ୟରେ ବହୁତ ଜଟିଳ ବସ୍ତୁ ହେଉଛି ମନୁଷ୍ୟ ର ଶରୀର ।

ବ୍ରହ୍ମାଣ୍ଡ ରେ ସବୁଠାରୁ ଜଟିଳ ଭାବରେ ମଣିଷର ଶରୀର କୁ ଗଢ଼ା ଯାଇଛି । ମନୁଷ୍ୟ ଶରୀର ର ବିଭିନ୍ନ ଅଙ୍ଗ ରୁ ଜ୍ଞାନ ଆହରଣ କରିଥାଏ । ଯଦି ଆପଣ ଜ୍ଞାନୀ ବ୍ୟକ୍ତି ହୋଇଥିବେ ତେବେ ନିଶ୍ଚୟ ଆପଣ ନିଜ ଶରୀର ର ସମସ୍ତ ଅଙ୍ଗ ରୁ ଜ୍ଞାନ ଆହରଣ କରିପାରିଥିବେ । ଅନେକ ମୂର୍ଖ ଲୋକ ମାନେ ଅଛନ୍ତି ଯେଉଁ ମାନେ ନିଜ ଶରୀର କୁ କେବଳ ଅନ୍ୟ କାର୍ଯ୍ୟ ରେ ବ୍ୟସ୍ତ ରଖିଥାନ୍ତି ସେଥିରୁ କିଛି ମଧ୍ୟ ଶିଖି ନ ଥାନ୍ତି । ମନୁଷ୍ୟ ଶରୀର କୁ ପାଞ୍ଚଟି ଇନ୍ଦ୍ରିୟ ଦ୍ୱାରା ଗଠନ କରାଯାଇଛି ।

ଯାହା ଦ୍ୱାରା ମନୁଷ୍ୟ ର ଗୁଣ,ପ୍ରକୃତି ଓ ସ୍ଵଭାଵ ସମ୍ପର୍କରେ ସୂଚନା ମିଳିଥାଏ । ମନୁଷ୍ୟ ନିଜ ଶରୀର ର ସମସ୍ତ ଅଙ୍ଗ ରେ କିଛି ନା କିଛି କାର୍ଯ୍ୟ କରିଥାଏ । ଯେପରି ହାତ ରେ କିଛି ଜିନିଷ ଧରିଥାଏ,ଗୋଡ଼ ରେ ଚାଲିଥାଏ,ନାକ ରେ ବାସ୍ନା ବାରିଥାଏ,ଆଖିରେ ଦେଖିଥାଏ,କାନ ରେ ଶୁଣି ଥାଏ,ଚର୍ମ ଦ୍ୱାରା ସ୍ପର୍ଶ ଅନୁଭବ କରି ଥାଏ,ପାଟି ଦ୍ୱାରା ଖାଇଥାଏ । ଏହି ପରି ଅନେକ କାମ ଆମ ଶରୀର କରିଥାଏ । ବନ୍ଧୁଗଣ ଭଗବାନ ଆମକୁ ଦୁଇଟି ହାତ, ଦୁଇଟି ଗୋଡ଼,ଦୁଇଟି ଆଖି,ଦୁଇଟି କାନ, ଦୁଇଟି ନାକ ର ପୁଡା ଦେଇଛନ୍ତି କିନ୍ତୁ ଗୋଟିଏ ଜିଭ ବା ପାଟି କଣ ପାଇଁ ଦେଇଛନ୍ତି ।

ଆପଣ ମାନେ ସେ ବିଷୟରେ କେବେ ଚିନ୍ତା କରିଛନ୍ତି କି? ଏହା ବହୁତ କମ ଲୋକ ଭାବିଥାନ୍ତି କି ଭଗବାନ ମନୁଷ୍ୟ କୁ ଗୋଟିଏ ପାଟି ବା ଜିଭ କଣ ପାଇଁ ଦେଇ ଅଛି । ତେବେ ବନ୍ଧୁଗଣ ଜାଣି ରଖନ୍ତୁ ଯେ ଭଗବାନ ଆମକୁ କମ କଥା କହିବା ପାଇଁ କେବଳ ଗୋଟିଏ ହିଁ ଜିଭ ବା ପାଟି ଦେଇଛନ୍ତି । କାରଣ ଅଧିକ କଥା ହେବା ଦ୍ୱାରା ମନୁଷ୍ୟ ନିଜର ବିନାଶ କୁ ଡାକି ଆଣିଥାଏ । କ୍ରୋଧ ରେ ମନୁଷ୍ୟ ଅନେକ ଲୋକଙ୍କୁ ଅନେକ କଥା କହିଥାଏ । ଯାହା ଦ୍ୱାରା କେତେକ ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥାଏ ।

ତେଣୁ ସବୁ ସ୍ଥାନ ରେ ନିଜ ଉପରେ ସଂଯମ ରଖିବା ଉଚିତ । ସବୁ ସ୍ଥାନ ରେ ଆବଶ୍ୟକ ଅନୁସାରେ କଥା କହିବା ଉଚିତ । ତେଣୁ ବନ୍ଧୁଗଣ ସବୁ ସ୍ଥାନ ରେ ସବୁବେଳେ କମ କଥା କୁହନ୍ତୁ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।