କମ୍ କଥା କହୁଥିବା ଲୋକଙ୍କ ପାଖରେ ରହିଥାଏ ଏହି 8 ଟି କ୍ଵାଲିଟି ! Motivational speech

ବନ୍ଧୁଗଣ ଦୁଇ ପ୍ରକାରର ସ୍ଵଭାବର ବ୍ୟକ୍ତି ଏହି ଦୁନିଆରେ ରହିଥାନ୍ତି । ଯେମିତିକି କିଛି ବ୍ୟକ୍ତି ଅଧିକ କଥା କହିବାକୁ ପସନ୍ଦ କରିଥାଏ, ଆଉ କିଛି ବ୍ୟକ୍ତି କମ୍ କଥା ହେବାକୁ ପସନ୍ଦ କରିଥାନ୍ତି । ବହୁତ ଲୋକ ଏମିତି ଥାନ୍ତି, ଯେ ସେମାନଙ୍କୁ ଯେଉଁ ସ୍ଥାନରେ କହିବା ଉଚିତ୍ ହୋଇଥାଏ ସେହି ସ୍ଥାନରେ କହିଥାନ୍ତି ହିଁ କହିଥାନ୍ତି । ମାତ୍ର କିଛି ଲୋକମାନେ ଯେଉଁଠାରେ କହିବା ଦରକାର ନଥାଏ । ସେଠାରେ ଅଧିକ ମୁଖ ଖୋଲିଥାନ୍ତି, କାରଣ ସେମାନଙ୍କର କାମ ହିଁ କଥା କହିବା ।

ଯଦି ଆପଣ କମ୍ କଥା ହେବା ବ୍ୟକ୍ତି ଅଟନ୍ତି ଓ ଆପଣଙ୍କ ଏହି ସ୍ଵଭାବକୁ ନେଇ ଚିନ୍ତିତ ଯେ  ମୁଁ  କାହିଁକି କମ୍ କଥା ହୁଏ । ଏହା ଦ୍ଵାରା ମୁଁ କମ୍ ସଫଳତା ପାଏ । ତେବେ ଆମେ ଏଠାରେ କମ୍ କଥା ହେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଏହି  8 ଟି ଗୁଣ ବିଷୟରେ କହିବାକୁ ଯାଉଛୁ । ଯେଉଁ ଭଲ ଗୁଣ ସେମାନଙ୍କୁ ସଫଳତା ପାଖକୁ ଖୁବ ଶୀଘ୍ର ନେଇଯାଇଥାଏ ।

1 – ଯେଉଁ ବ୍ୟକ୍ତି କମ୍ କଥା ହେଇଥାଏ ସେ ଅନ୍ୟର କଥାକୁ ଭଲ ଭାବରେ ଶୁଣିଥାଏ ଏବଂ ଅନ୍ୟକୁ କଥା ହେବାକୁ ଦେଇଥାଏ । ଯିଏ ଅନ୍ୟ କଥା କୁ ଶୁଣିବାର କ୍ଷମତା ରଖିଥାଏ ସେ ଜୀବନରେ ବହୁତ ଆଗକୁ ଯାଇଥାଏ ।

2- କମ୍ କଥା ହେଉଥିବା ବ୍ୟକ୍ତି ଯେକୋଣସି ବିଷୟକୁ ଭଲ ଭାବରେ ବୁଝାଇ ଥାନ୍ତି ।  କାରଣ ସେମାନେ ଭଲରେ ଆଗରୁ ସେହି ବିଷୟରେ ବୁଝିଥାନ୍ତି ।

 

3- ଯେଉଁମାନେ କମ୍ କଥା ହେଇଥାନ୍ତି ବହୁତ ଜଳଦୀ ଅନ୍ୟ ମାନଙ୍କ ସହ ମିଶିଯାଇଥାନ୍ତି । କାରଣ ହୃଦୟରୁ ଏମାନେ ସଫା ହୋଇଥାନ୍ତି । ବନ୍ଧୁତା ସମ୍ପର୍କରେ ଜଣେ ଅନ୍ୟ ଜଣଙ୍କୁ ଠିକ ଭାବେ ବୁଝିବା ଓ ଶୁଣିବା ଦ୍ଵାରା ସମ୍ପର୍କ ମଜଭୁତ ରହିଥାଏ ।

4- କମ୍ କଥା ହେଇଥିବା ବ୍ୟକ୍ତି ଶୀଘ୍ର ସଫଳତା ପାଇଥାଏ , କାରଣ ଏମାନେ କହିବା ଠାରୁ କାମ କରିବାରେ ଧ୍ୟାନ ଦେଇଥାନ୍ତି । ତେଣୁ ଏମାନେ ବେକାର ବିଷୟରେ  ସମୟକୁ ଅତିବାହିତ ନ କରି ନିଜ ଲକ୍ଷ୍ୟ ପାଇଁ କାମ କରିଥାନ୍ତି ।

5- ଏହି ବ୍ୟକ୍ତିମାନେ ଭରସାର ଯୋଗ୍ୟ ହୋଇଥାନ୍ତି । କାରଣ ଏମିତି କିଛି କୁହନ୍ତିନି, ଯାହାକୁ ନେଇ ସେମାନଙ୍କୁ ପଛରେ ଦୁଃଖିତ ହେବାକୁ ପଡିବ । ଏହି ଗୁଣ ଏମାନଙ୍କୁ ଭରସାର ପାତ୍ର କରାଇଥାଏ ।

6- ଏହି ବ୍ୟକ୍ତିମାନେ କାହା ସହିତ ଝଗଡା କରନ୍ତି ନାହିଁ । ଏମାନେ ନିଜର ଆତ୍ମାସମ୍ମାନକୁ ବଜାୟ ରଖିଥାନ୍ତି ।

7 – ଏହି ଲୋକମାନେ ସର୍ବଦା ଏକୁଟିଆ ରହିବାକୁ ଇଛା କରିଥାନ୍ତି । ଏକୁଟିଆ ରହି ନିଜକୁ ଭିତରୁ ମଜବୁତ କରିଦିଅନ୍ତି ଯେମିତି ଏକୁଟିଆ ରହି ଜୀବନ କାଟିବା , ସଫଳତା ପାଇବାର କଳାକୁ ବୃଦ୍ଧି କରିଥାଏ ।

8 –   କମ୍ କଥା ହେଉଥିବା ବ୍ୟକ୍ତି ବୁଦ୍ଧିମାନ ହୋଇଥାନ୍ତି ଏବଂ ଏମାନଙ୍କର ଶତ୍ରୁ  ବେଶି ନଥାନ୍ତି । କାରଣ କମ୍ କଥା କହି ନିଜେ ଶାନ୍ତି ରହିବା ସହ ଅନ୍ୟକୁ ଶାନ୍ତିରେ ସେମାନେ ରଖିଥାନ୍ତି । ବନ୍ଧୁଗଣ ଏହି ପୋଷ୍ଟଟି ଆପଣ ମାନଙ୍କୁ ପସନ୍ଦ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ମଧ୍ୟ କରିବାକୁ ଭୁଲିବେ ନାହିଁ ।