ଗରୁଡ ପୁରାଣ ଅନୁସାରେ କଳିଯୁଗ ର ୮ ପ୍ରକାର ଏପରି ପାପ ଯାହା ଆପଣଙ୍କୁ ସିଧା ନର୍କକୁ ନେଇ ଯାଇପାରେ

ହିନ୍ଦୁ ଧର୍ମ ପୃଥିବୀ ର ସବୁଠାରୁ ପୁରୁଣା ଧର୍ମ ବୋଲି ଜଣା ଯାଏ, କିଛି ଲୋକ ଏହାକୁ ସନାତନ ଧର୍ମ ନାମରେ ଜାଣନ୍ତି । ଗରୁଡ ପୁରାଣ ଅନୁସାରେ ମଣିଷ କୁ ତା କର୍ମ ଅନୁସାରେ ହି ଫଳ ମିଳି ଥାଏ । ହିନ୍ଦୁ ଧର୍ମରେ ତିନି ଦେବତାଙ୍କୁ ସ୍ତମ୍ଭ ରୂପରେ ମାନନ୍ତି । ବ୍ରହ୍ମାଙ୍କୁ ସୃଷ୍ଟି ର ରଚୟତା ବୋଲି କୁହାଯାଏ, ଯିଏକି କର୍ତ୍ୟବ୍ୟ ଏବଂ ଜୀବନ ର ଅବଧାରଣ ଦେଇଥିଲେ। ଭଗବାନ ବିଷ୍ଣୁଙ୍କୁ ସୃଷ୍ଟି ର ପାଳନକର୍ତ୍ତା ରୂପରେ ମାନନ୍ତି । ଯିଏକି ନିଜେ, ଜୀବନ ର ଭଲ – ଖରାପ କର୍ମ ଏବଂ ଧର୍ମ ପଥ ରୁ ଚାଲିଯାଇଥିବା ମାର୍ଗର ଦେଖାଶୁଣା ର ଦାୟିତ୍ଵ ନେଇଥିଲେ। ଭଗବାନ ଶିବଙ୍କୁ ବିନାଶ ର ଦେବତା ବୋଲି କୁହାଯାଏ । ଯେତେବେଳେ ସୃଷ୍ଟି ରେ ପାପ ବେସୀ ବଢିଯାଏ ସେତେବେଳେ ସେ ଏହାକୁ ନଷ୍ଟ କରି ପୁଣିଥରେ ନୂତନ ରୂପେ ଗଢିବାପାଇଁ ଲାଗିଯାନ୍ତି ।

ଗରୁଡ ଏବଂ ଭଗବାନ ବିଷ୍ଣୁଙ୍କର କଥାବାର୍ତ୍ତା

ସମସ୍ତେ ଜାଣନ୍ତି ଯେ ଗରୁଡ ଭଗବାନ ବିଷ୍ଣୁ ର ବାହନ ଅଟେ । ଭଗବାନ ବିଷ୍ଣୁ ଗରୁଡ ର ସାହସ ରେ ଖୁସୀ ହେଇ ଏହାକୁ ନିଜର ବାହନ ବନାଇଥିଲେ । ଭଗବାନ ବିଷ୍ଣୁ ଧର୍ମ , କର୍ମ ଏବଂ ପାପ ସହ ଜଡିତ ସମସ୍ତ ପ୍ରକାର ଜ୍ଞାନ ନିଜର ବାହନ ଗରୁଡ ସହ ବାଣ୍ଟି ଥିଲେ, ଯାହା ପରେ ଗରୁଡ ପୁରାଣ ନାମରେ ଜଣାଯାଇଥିଲା ।
ଥରେ ଗରୁଡ ଭଗବାନ ବିଷ୍ଣୁଙ୍କୁ ସ୍ଵର୍ଗ ଏବଂ ନର୍କ ରେ ବସବାସ କରୁଥିବା ଲୋକୋମାନଙ୍କ ବିଷୟରେ ପଚରିବାରୁ , ସେଠୁ ସେ କହିଲେ ଯେଉଁ ଲୋକୋମାନେ ସବୁବେଳେ ଖରାପ କାମ କରନ୍ତି ଆଉ ଭଲ କର୍ମ ରୁ ସବୁବେଳେ ଦୂରେଇ ରୁହନ୍ତି , ସେମାନେ ନର୍କ ରେ ଯାନ୍ତି । ସେମାନେ ଦୁଖ ଭୋଗ କରନ୍ତି ଏବଂ ସବୁବେଳେ ଭୟଭୀତ ହୋଇରହନ୍ତି ।

କଳିଯୁଗ ର ୮ ପ୍ରକାର ପାପ ଯାହାକି ସିଧା ଆପଣଙ୍କୁ ନର୍କକୁ ନେଇଯିବ :

ଯେଉଁମାନେ ପାପ ର ସାମ୍ରାଜ୍ୟ ରେ ରହୁଥାନ୍ତି ଏବଂ ଲୋକୋମାନଙ୍କୁ କଷ୍ଟ ଦେଇଥାନ୍ତି , ନିଜ କାରଣରୁ ସବୁବେଳେ ଅନ୍ୟମାନଙ୍କୁ ଦୁଃଖ ପ୍ରଦାନ କରନ୍ତି , ସେମାନଙ୍କୁ ଭଗବାନ କେବେବି କ୍ଷମା କରନ୍ତି ନହିଁ, ଏଠି ଆମେ ଆପଣଙ୍କୁ କଳିଯୁଗର ୮ଟି ପାପ ବିଷୟରେ କହିବୁ, ଯାହା କରିବା ଦ୍ଵାରା ସିଧା ନର୍କ ପ୍ରାପ୍ତି ହୁଏ। ଆସନ୍ତୁ ଜାଣିବା କଣ ସେହି ପାପ ଗୁଡିକ।

୧- ଯେଉଁ ଲୋକ ଇଶ୍ଵର ସେବାରେ ଲୀନ ଏକ ବ୍ରାହ୍ମଣ ର ହତ୍ୟା କରନ୍ତି, ଯିଏ ସର୍ବଦା ନିଶାରେ ରୁହେ, ପବିତ୍ର ରାଣ ଓ ନିୟମକୁ ଭାଙ୍ଗିବା ଲୋକ, ଭ୍ରୁଣ ହତ୍ୟା କରିଥିବା ଲୋକ ମାନେ ସିଧା ନର୍କ ଯାଇଥାନ୍ତି।

୨- ନାରୀର ହତ୍ୟା କୁ ବହୁତ ବଡ ପାପ ବୋଲି କୁହାଯାଏ। ଯଦି କେହି କୌଣସି ସ୍ତ୍ରୀ ର ହତ୍ୟା କରେ ଏବଂ ସେତେବେଳେ ତା ଶରୀରରେ ନଯା ଏକ ଜୀବନ ବଢୁଥାଏ, ତେବେ ସେହି ବ୍ୟକ୍ତି କୁ ଏନଆରକେ ଯିବା ପାଇଁ କେହି ଅଟକାଇ ପାରିବେ ନାହିଁ।

୩- କାହା ସହ ବିଶ୍ଵାସଘାତ କରିବା ବ୍ୟକ୍ତି ଓ ତାର ହତ୍ୟା ବିସ ଦେଇ କରିଥିବା ବ୍ୟକ୍ତି ମଧ୍ୟ ନର୍କକୁ ଯାଇଥାନ୍ତି।

୪- ପବିତ୍ର ସ୍ଥାନରେ ଖରାପ କାମ କରିବା ଲୋକ, ସରଳ ନିରୀହ ଲୋକଙ୍କୁ ଧୋକା ଦେଇଥିବା ବ୍ୟକ୍ତି, ଧାର୍ମିକ ବେଦ, ପୁରାଣ ଶାସ୍ତ୍ର ଉପରେ ପ୍ରଶ୍ନ ଉଠାଇଥିବା ବ୍ୟକ୍ତି ନର୍କରୁ କେହି ବଞ୍ଚାଇପାରିବେ ନାହିଁ।

୫- ଯିଏ ଭଗବାନ ଙ୍କର ସେବା କୁ ଛାଡି ମଦ ଓ ମାଂସ ର ବିକ୍ରି କରିବା କାମ ରେ ଲାଗିଲେ ଏବଂ ଯିଏ ନିଜ ସ୍ଵାମୀ ବା ସ୍ତ୍ରୀ ବ୍ଯତୀତ ଅନ୍ୟ କାହାସହ ସମ୍ବନ୍ଧ ରଖିଲେ, ନର୍କ ପ୍ରାପ୍ତି ହୁଏ।

୬- ବ୍ୟକ୍ତି ଗତ ସ୍ଵାର୍ଥ ପାଇଁ କୌଣସି ଯିବାର ହତ୍ୟା କଲେ ମଧ୍ୟ ନର୍କ ପ୍ରାପ୍ତ ହୁଏ।

୭- ଏକ ବିଧବାର ପବିତ୍ରତାକୁ ନଷ୍ଟ କରିବା ବ୍ୟକ୍ତି, ଏବଂ ବିବାହର ସୀମାକୁ ପାର କରିବା ବାଲା ମଧ୍ୟ ଭଗବାନ ଙ୍କ ନଜରରେ ପାପୀ ଅଟେ।

୮- ଦେବତା ମାନଙ୍କ ପାଇଁ ଯାହା ମନରେ ଭୟ ନାହିଁ ଏବଂ ଯେଉଁ ଲୋକ ସେମାନଙ୍କର ପୂଜା କରନ୍ତି ନାହିଁ ସେମାନେ ମଧ୍ୟ ପାପରେ ଭାଗ୍ୟ ହୋଇ ନର୍କ ଯାଇଥାନ୍ତି।