ବହୁତ ଶୁଣିଥିବେ କଳା ପାଣି ସଜା ବିଷୟରେ, ହେଲେ ଏହି ୪ଟି କଥା ଆପଣ ଜାଣି ନଥିବେ

ଏହି ସେଲ୍ୟୁଲର ଜେଲ ଆଣ୍ଡାମାନ ନିକୋବାର ଦ୍ଵିପର ରାଜଧାନୀ ପୋର୍ଟ ବ୍ଲେୟରରେ ତିଆରି ହୋଇଛି । ଇଂରେଜମାନେ ଭାରତୀୟ ସ୍ଵତନ୍ତ୍ରତା ସଂଗ୍ରାମୀର ସେନାମାନଙ୍କୁ ଦଣ୍ଡ ଦେବା ପାଇଁ ଏହି ଜେଲର ନିର୍ମାଣ କରିଥିଲେ । ଯାହାକି ଭାରତ ଭୂମି ଠାରୁ ହଜାର ହଜାର କିଲୋମିଟର ଦୂରରେ ଅବସ୍ଥିତ । କହିବାକୁ ଗଲେ ଏହି ସ୍ଥାନଟି କାଲା ପାନୀ ନାମରେ ପ୍ରସିଦ୍ଧ ଅଟେ । ଆଜି ଆମେ ଆପଣଙ୍କୁ କାଲା ପାନୀ ଦଣ୍ଡ ବିଷୟରେ ୪ଟି ରୋଚକ ପୂର୍ଣ ତଥ୍ୟ ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ଆପଣ ଜାଣି ନ ଥିବେ ।

କାଲା ପାନୀ ସଜା ବିଷୟରେ ୪ଟି ରୋଚକ ପୂର୍ଣ୍ଣ ତଥ୍ୟ –

୧. କହିଦେଉଛୁ କି ଆଣ୍ଡାମାନ ନିକୋବର ଦ୍ଵିପ ସମୂହରେ ପ୍ରସ୍ତୁତ ସେଲ୍ୟୁଲର ଜେଲ ଆଜି ବି କାଲା ପାନୀର ଭୟଙ୍କର କାହାଣୀ କହିଥାଏ । ଆଜି ଏହାକୁ ରାଷ୍ଟ୍ରୀୟ ସ୍ମାରକରେ ବଦଳାଇ ଦିଆ ଯାଇଛି । କିନ୍ତୁ ବଟୁକେଶ୍ୱର ଦତ୍ତ ଓ ବୀର ସାବରକର ଭଳି ବହୁତ ସେନାମାନଙ୍କ କାହାଣୀ ଆଜି ବି ଏହି ଜେଲରୁ ଶୁଣିବାକୁ ମିଳିଥାଏ ।

୨. ଆପଣଙ୍କୁ କହିଦେଉଛୁ କି ସେଲ୍ୟୁଲର ଜେଲ ଭାରତର ଇତିହାସର ଏକ କଳା ଅଧ୍ୟାୟ ଅଟେ । ଭାରତ ଯେତେବେଳେ ଗୁଲାମି କରୁଥିଲା, ସେତେବେଳେ ଇଂରେଜ ସରକାର ସ୍ଵତନ୍ତ୍ରତା ସେନାମାନଙ୍କ ଉପରେ ଅତ୍ୟାଚାର କରୁଥିଲେ । ହଜାର ହଜାର ସେନାମାନଙ୍କୁ ଫାସୀ ଦିଆ ଯାଇଛି, ତୋପ ମୁହଁରେ ରଖି ତାଙ୍କୁ ମାରି ବି ଦିଆ ଯାଇଛି । କେତେକ ଏମିତି ସେନା ବି ଥିଲେ ଯାହାଙ୍କୁ ଯନ୍ତ୍ରଣା ଦେଇ ଦେଇ ମାରି ଦିଆ ଯାଇଥିଲା । ଏଥିପାଇଁ ଇଂରେଜ ସରକାର ଏହି ସେଲ୍ୟୁଲର ଜେଲକୁ ତିଆରି କରିଥିଲେ ।

୩. କଣ ଆପଣମାନେ ଜାଣିଛନ୍ତି କି କେତେକ ଭାରତୀୟଙ୍କୁ ଫାସୀ ଦିଆ ଯାଇଛି ଓ କେତେ ମରିଛନ୍ତି ଏହାର କୌଣସି ରେକର୍ଡ ବି ନାହିଁ । କିନ୍ତୁ ଆଜି ବି ଜୀବିତ ସ୍ଵତନ୍ତ୍ରତା ସେନାମାନଙ୍କ ହୃଦୟରେ କଳାପାଣି ଶବ୍ଦ ଭୟ ରୂପରେ ବସିଛି । ଏହି ଶବ୍ଦ ଭାରତର ସବୁଠୁ ବଡ ଓ ଖରାପ ଶବ୍ଦ ଅଟେ ।

୪. ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ଆଣ୍ଡାମାନ ପୋର୍ଟ ବ୍ଲେୟର ସହରରେ ସ୍ଥିତ ଏହି ସେଲ୍ୟୁଲର ଜେଲର ଚାରି କାନ୍ଥ ଏତେ ଛୋଟ ଥିଲା କି ଏହାକୁ କେହି ବି ସହଜରେ ପାର କରି ପାରିଥାନ୍ତା । କିନ୍ତୁ ଏହି ସ୍ଥାନଟି ଚାରି ଦିଗରୁ ସମୁଦ୍ର ମଧ୍ୟରେ ଘେରି ଅଛି, ଯେଉଠୁ ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ କେବଳ ପାଣି ହିଁ ନଜର ଆସିଥାଏ । ଏଠିକାର ଇଂରେଜ ସୁପରିଂଡେଂଟ ଜେଲରେ ଥିବା ସ୍ଵତନ୍ତ୍ରତା ସେନାମାନଙ୍କୁ କହୁଥିଲେ ଏହି ଜେଲର କାନ୍ଥ ଜାଣି ଶୁଣି ଛୋଟ ଛୋଟ ତିଆରି କରା ଯାଇଛି । କିନ୍ତୁ ଏଠି ଏମିତି କୌଣସି ସ୍ଥାନ ନାହିଁ ଯେଉଁଠୁ ଆପଣ ଖସି ଯାଇ ପାରିବେ । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।