କଳା ଓଠକୁ ପ୍ରାକୃତିକ ଉପାୟରେ ଗୋଲାପୀ ଓ ସୁନ୍ଦର ବନାନ୍ତୁ…ବାସ୍ କିଛି ହିଁ ଦିନରେ, ନିହାତି ଟ୍ରାଏ କରିକି ଦେଖନ୍ତୁ – Lips care at home

ବନ୍ଧୁଗଣ ସୁନ୍ଦର ଓଠ ମୁଖମଣ୍ଡଳର ସୁନ୍ଦରତାକୁ ମଧ୍ୟ ବଢାଇଥାଏ । ଓଠ କୋମଳ ଓ ଚଳନଶୀଳ ହୋଇଥାଏ ଓ ଆହାର ଗ୍ରହଣ କରିବା ମଧ୍ୟ ଓଠର ଛିଦ୍ର ଅର୍ଥାତ୍ ମୁହଁ ଦ୍ଵାରା ହୋଇଥାଏ । ଏହା ବ୍ୟତୀତ ଓଠ ଦ୍ଵାରା ଧ୍ଵନି ମଧ୍ୟ ଉଚ୍ଚାରଣ କରାଯାଇଥାଏ । ଯାହା ପାଇଁ ମଣିଷ ଗଳାରୁ ନିଃସୃତ ଧ୍ଵନି ବାର୍ତ୍ତାଳାପରେ ପରିଣତ କରିବାରେ ସକ୍ଷମ ହୁଏ । ମନୁଷ୍ୟ ଶରୀରର ଓଠ ହେଉଛି ସ୍ପର୍ଶ ସମ୍ବନ୍ଧୀୟ ଅଙ୍ଗ । ଯାହାକି ପୁରୁଷ ଓ ନାରୀ ମଧ୍ୟରେ ଥିବା ସମ୍ପର୍କରେ କାମୁକତା ବଢାଇଥାଏ ।

ଗୋଲାପ ପାଖୁଡା ପରି ଫିକା ଗୋଲାପୀ ଓଠ କାହାର ବା ପସନ୍ଦ ନୁହେଁ । କିନ୍ତୁ କିଛି ଖରାପ ଅଭ୍ୟାସ ଯେପରି ସ୍ମୋକିଙ୍ଗ, ଓଠକୁ କାମୁଡିବା ଓ ପ୍ରତିଦିନ ଲିପଷ୍ଟିକ୍ ଲଗାଇବା ଏହିଭଳି କିଛି ପାଇଁ ଓଠ କଳା ପଡ଼ିଥାଏ । ତେଣୁ ବହୁତ ଲୋକଙ୍କର ନିଜ କଳା ଓଠକୁ ଗୋଲାପୀ କରିବାର ଇଛା ରହିଥାଏ । କାରଣ ପ୍ରାକୃତିକ ଭାବେ ସୁନ୍ଦର ଓ ଗୋଲାପୀ ରଙ୍ଗର ଓଠକୁ ସମସ୍ତେ ପସନ୍ଦ କରିଥାନ୍ତି।

ଏହି ଓଠ ସାହାଯ୍ୟରେ ମଣିଷ ପରକୁ ନିଜର କରିପାରେ । ଯାହାକୁ ଦେଖିକି ଅନ୍ୟ କେହି ଆପଣଙ୍କ ଆଡକୁ ଆକର୍ଷିତ ହୁଅନ୍ତି । ହେଲେ ସୁନ୍ଦର୍ ଗୋଲାପୀ ଓଠ ସମସ୍ତଙ୍କ ଭାଗ୍ୟରେ ନଥାଏ । ସେଥିପାଇଁ କିଏ କେତେ ଉପାୟରେ ନିଜ ଓଠକୁ ଗୋଲାପୀ କରିବାକୁ ଚେଷ୍ଟା କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ପ୍ରାକୃତିକ ଭାବେ କିପରି ନିଜ ଓଠକୁ ଗୋଲାପୀ ଓ ସୁନ୍ଦର କରିହେବ ? ସେହି ବିଷୟରେ କିଛି ଖାସ୍ ଉପଚାର ସମ୍ପର୍କରେ କହିବାକୁ ଯାଉଛୁ ।

 

1- ଗ୍ଲିସେରିନ ପ୍ରୟୋଗ କରିବା ଦ୍ୱାରା ଏହା ବହୁତ୍ କମ୍ ସମୟରେ କଳା ଓଠକୁ ଗୋଲାପୀ ରେ ପରିଣତ କରିଦିଏ । ଏକ କାଚ ବୋତଲରେ ଗ୍ଲିସେରୀନ ସହ ଲେମ୍ବୁ ରସ ମିଶାଇ ରଖନ୍ତୁ । ଏହାକୁ ପ୍ରତିଦିନ ପ୍ରାୟ ୧ ରୁ ୨ ସପ୍ତାହ ପର୍ଯ୍ୟନ୍ତ ନିଜ ଓଠରେ ଲଗାନ୍ତୁ । ତାପରେ ଓଠରେ ହୋଇଥିବା ଫରକ୍ ଆପଣ ନିଜେ ବ୍ୟବହାର କଲେ ଜାଣି ପାରିବେ । ବହୁତ୍ ଶୀଘ୍ର ଏହି ମିଶ୍ରଣ ଆପଣଙ୍କ ଓଠର କଳାପଣକୁ ଦୂର କରି ସୁନ୍ଦର୍ ଓ ଗୋଲାପୀ ରଙ୍ଗରେ ପରିଣତ କରିବ ।

2- ଅଲିଭ ଅଏଲ ଆପଣଙ୍କ ଓଠକୁ ନରମ କରିବାରେ ବହୁତ୍ ସାହାଯ୍ୟ କରିବ । ଦିନକୁ ଥରେ ନିଜ ଆଙ୍ଗୁଠି ସାହାଯ୍ୟରେ ଆପଣଙ୍କ ଓଠରେ ମାଲିଶ୍ କଲାଭଳି ବ୍ୟବହାର କରନ୍ତୁ ଦେଖିବେ ଏହା ଆପଣଙ୍କ ଓଠକୁ ନରମ କରିଦେବ ଓ ଆପଣଙ୍କ ଓଠ ବହୁତ୍ ସୁନ୍ଦର୍ ମଧ୍ୟ ଦେଖାଯିବ ।

ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ ।