ବନ୍ଧୁଗଣ ହସ ମଜାଳିଆ କଥା କାହାକୁ ଅବା ଭଲ ଲାଗିନଥାଏ । ତେବେ ସେହିପରି କିଛି ମଜାଳିଆ ଓଡିଆ ଢଗ ଢମାଳୀ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇକି ଆସିଛି । ଯାହାକୁ ଆପଣ ପଢି ନିଜର ମନୋରଞ୍ଜନ କରିପାରିବେ । ତେବେ ଓଡିଆର ଏହି ଚତୁର ତଥା ଓ ମଜାଳିଆ ଢଗଢମାଳି ମାଧ୍ୟମରେ ଆପଣ ଜ୍ଞାନ ମଧ୍ୟ ଏଥିରୁ ପାଇ ପାରିବେ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ସେହି ସବୁ ରୋଚକପୂର୍ଣ୍ଣ ଢଗଢମାଳୀ ବିଷୟରେ ଆଲୋଚନା କରିବା ।
1- କେତେବେଳେ ପିଏ କଳା । କେତେବେଳେ ପିଏ ନାଲି । ପେଟ ଶୁଖିଗଲେ ତାର ଆଉ ନପାରଇ ଚାଲି ?
ଉତ୍ତର;- କଲମ ।
2- ଗରମ ପାଇଲେ ଆକାଶେ ଉଡେ । ଶୀତଲ ପାଇଲେ ତଳକୁ ପଡେ ?
ଉତ୍ତର;- ବାଷ୍ପ ।
3- ଟୋକୀର ମୁଣ୍ଡ ଲାଣ୍ଡିଆ । ବଣ ନଥାଇ ମୁଣ୍ଡିଆ ?
ଉତ୍ତର;- ପାହାଡ ।
4- କାଦୁଅରେ ଗଡାପଡା । ଆଠଗୋଟି ଗୋଡ ତାର ଦୁଇ ଗୋଡ ପାଙ୍କୁଡା ?
ଉତ୍ତର;- କଙ୍କଡା ।
5- ମାମୁଁ ଘରେ ଗୋଠେ ଗାଈ । ରାତି ପାହିଲେ ମୋତେ ନାହିଁ ?
ଉତ୍ତର;- ତାରା ।
6- କଞ୍ଚା ହଳଦିଆ ପାଚିଲେ କଳା । ନକହିଲେ ପାରିଲେ ରାଜ୍ୟରୁ ପଳା ?
ଉତ୍ତର;- ଖଜୁରୀ କୋଳି ।
7- କଳା ମୁଚୁମୁଚୁ ଜଙ୍ଗଲରେ ରହେ କାଳିଆ ଶଣ୍ଢ । ସୋରିଷ ଠାରୁ ଛୋଟ ହେଲେ ଖାଏ ମଣିଷ ମୁଣ୍ଡ ?
ଉତ୍ତର;- ଉକୁଣୀ ।
8- ଠକ ଠକ ଠକସା । ତିନି ମୁଣ୍ଡ ଦଶ ଗୋଡ ଦେଖିଛ କି ମଉସା ?
ଉତ୍ତର;- ହଳ ଓ ହଳିଆ ।
9- କଞ୍ଚା ବେଳେ ଲତପତ, ପାଚିଗଲେ ଟାଣ । ଏହାର ଉତ୍ତର କିଏ କହିପାରିବ ?
ଉତ୍ତର;- ମାଟି ହାଣ୍ଡି ।
10- ପବନ ତାହାର ଆହାର ଖାଏ ଗୋଇଠା ପାହାଡ଼ ?
ଉତ୍ତର;- ଫୁଟବଲ ।
11- କଳା ଘାସ ବଣେ ଧଇଲି ଚୋର । ନଖ ମୁନରେ ହେଲା ତା’ ର ବିଚାର ?
ଉତ୍ତର;- ଉକୁଣୀ ।
12- ଗାତରେ ମୁଁ କରଇ ଘର । ମୁହଁରେ ଥାଏ ନିଶ । ଯାହା ଘରେ ପଶେ । ତା’ ର କରେ ମୁଁ ସର୍ବନାଶ ?
ଉତ୍ତର;- ମୂଷା ।
13- ଗଛ ଲଗେଇଲି ଫଳିବା ପାଇଁ ଫଳ ପାଚିଲା ହେଲେ ଝଡିଲା ନାହିଁ । ତାହା କ’ଣ ?
ଉତ୍ତର;- ଭେଣ୍ଡି ।
ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ଏହିଭଳି ମଜାଳିଆ ଢଗ ଢମାଳି ପଢିବା ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟେ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ