କାକଟପୁର ମା’ ମଙ୍ଗଳାଙ୍କ କାହାଣୀ ଶୁଣିଲେ ଲୋମ ଟାଙ୍କୁରି ଉଠିବ, ରାତି ହେଲେ ଆଜି ବି ବେଢାରେ ବୁଲୁଛନ୍ତି ମା’ ମଙ୍ଗଳା

କାକଟପୁର ମା’ ମଙ୍ଗଳାଙ୍କ ଆଜି ଏପରି କିଛି ରହସ୍ୟ ଆମେ ଆପଣଙ୍କୁ କହିବୁ ଶୁଣିଲେ ଲୋମ ଟାଙ୍କୁରି ଉଠିବ । ସେଠାକାର ପୂଜକ ମହାଶୟ ମନ୍ଦିରରେ ମା’ ମଙ୍ଗଳାଙ୍କ ସହ ଯେଉଁ ସବୁ ଅନୁଭୂତି ବର୍ଣ୍ଣନା କରିଛନ୍ତି ତାହା ସାଧାରଣ ଲୋକ ପକ୍ଷେ ବିଶ୍ବାସ କରିବା ଅସମ୍ଭବ । ମା’ ମଙ୍ଗଳା ସଂସାରରେ ସମସ୍ତଙ୍କର ମା’ । ଏପରିକି ସେ ଜଗତର ନାଥ ଜଗନ୍ନାଥଙ୍କର ମଧ୍ୟ ମା’ ଅଟନ୍ତି । ମା’ ଯେମିତି ପୁଅକୁ ଜନ୍ମ ଦେଇଥାଏ ମା’ ମଙ୍ଗଳା ଠିକ ସେମିତି ଜଗନ୍ନାଥଙ୍କ ଦାରୁର ସନ୍ଧାନ ଦେଇଥାନ୍ତି ।

ମା’ଙ୍କ ଆଦେଶ ବିନା ଜଗନ୍ନାଥଙ୍କ ନବକଳେବର ହୋଇପାରେନି । ସେ ଯଦି ଗୋଟିଏ ଦିନ ଚୁପ ରହିଯିବେ ତେବେ ଶ୍ରୀମନ୍ଦିରର ରତ୍ନ ସିଂହାସନ ବାର ବର୍ଷ ଯାଏଁ ଖାଲି ପଡିଯିବ । 2015 ରେ ମହାପ୍ରଭୁଙ୍କ ନବକଳେବର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଦଇତାପତି ନୂଆ ବିଗ୍ରହ ସନ୍ଧାନରେ ବାହାରି ପଡିଥିଲେ । ଦାରୁ ଆଣି ନପାରିଲେ ସମୁଦ୍ରରେ ବୁଡି ଜୀବନ ଉତ୍ସର୍ଗ କରିବେ ବୋଲି ଦଇତାପତି ମାନେ ଶପଥ କରି ଆସିଛନ୍ତି ।

ହେଲେ ଜଗନ୍ନାଥ କେଉଁ ଗଛର ଦାରୁରୁ ଜନ୍ମ ନେବେ ତାହା କେବଳ ମା’ ମଙ୍ଗଳା ହିଁ କରିପାରିବେ । ଏପ୍ରିଲ 3 ତାରିଖ ଦିନ ଦଇତାପତି ମାନେ ସନ୍ଧ୍ୟା ପୂର୍ବରୁ କାକଟପୁର ମା’ ମଙ୍ଗଳାଙ୍କ ପାଖେ ଯାଇ ପହଞ୍ଚିଥିଲେ । ମନ୍ତ୍ରତନ୍ତ୍ର ପୂଜା ଆରାଧନା କରି ଦଇତାପତିମାନେ ମା’ଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା ଜାରି ରଖିଲେ । ଜଗନ୍ନାଥଙ୍କ ଦାରୁ କେଉଁଠୁ ଆଣିବୁ ଦଇତାପତିମାନେ ମା’ଙ୍କୁ ପଚାରି ଚାଲିଥିଲେ ।

ସମସ୍ତେ ଅଖିଆ ଅପିଆ ଚେଷ୍ଟା ଜାରି ରଖିଥାନ୍ତି ହେଲେ ମା’ଙ୍କ ଠାରୁ କୌଣସି ଉତ୍ତର ମିଳୁ ନଥାଏ । ରାତି ବଢି ଚାଲିଥିବା ବେଳେ ମୁଖ୍ୟ ଦଇତାପତି ଚଣ୍ଡୀପାଠ ଆରମ୍ଭ କରିଦେଲେ । ତା’ପରେ ତାଙ୍କ ନିର୍ଦ୍ଦେଶରେ ସମସ୍ତ ଦଇତାପତିମାନେ ସ୍ଵପ୍ନାବତୀ ମନ୍ତ୍ର ଜପି ଚାଲିଲେ । ଏହି ମନ୍ତ୍ର ଜପ କଲେ ସ୍ଵପ୍ନରେ ଆସନ୍ତି ମା’ । ସମସ୍ତେ ମା’ଙ୍କ ସାମ୍ନାରେ ସାତଥର ମନ୍ତ୍ର ପାଠ କରି ତାଙ୍କ ସମୁଖରେ ହିଁ ଶୋଇପଡିଲେ ।

ଏତିକିବେଳେ ରାତ୍ରିର ତୃତୀୟ ପାହାଡ଼ରେ ମା’ ମଙ୍ଗଳାଙ୍କ ମୂର୍ତ୍ତି ଥରିବାକୁ ଲାଗିଲା ଓ ଆଲୋକଟିଏ ଆସି ଦଇତାପତିଙ୍କ ମୁଣ୍ଡ ଉପରେ ଘୂରିବାକୁ ଲାଗିଲା । ଏହାପରେ ଦଇତାପତିଙ୍କ ନିଦ ଭାଙ୍ଗିଗଲା ଓ ଭୟରେ ଥରିବାକୁ ଲାଗିଲେ । ତା’ପରେ ସ୍ଵର ଶୁଭିଲା, “ପୁତ୍ର କାହାକୁ ଭୟ କରୁଛ ? ତୁମେ ପରା ଡାକିଲ ଆଉ ମୁଁ ଜଗନ୍ନାଥଙ୍କ ଦାରୁର ସନ୍ଧାନ ଦେବାକୁ ଆସିଲି । ଜଗତସିଂପୁର ଜିଲ୍ଲାର କରିପଡିଆ ଗାଁରେ ରହିଛି ଜଗନ୍ନାଥଙ୍କ ଦାରୁ ।

ଏହା ଏକ ନିମ୍ବ ବୃକ୍ଷ ହୋଇଥିବ ଏବଂ ଏହା ମନ୍ଦିର, ମଠ, ନଦୀ, ମଶାଣି ଆଉ ପୋଖରୀ ନିକଟରେ ଥିବ । ବୃକ୍ଷରେ ଉଈହୁଙ୍କା, ବେଲଗଛ, ସାହାଡା ଗଛ, ବରୁଣ ଗଛ, ତୁଳସୀଗଛ ଏବଂ ଗାତ ରହିଥିବ । ସେହି ଗାତରେ ନାଗ ସାପ ରହୁଥିବ କିନ୍ତୁ ପକ୍ଷୀମାନେ ବସା ବାନ୍ଧି ନଥିବେ । ସେଥିରେ କୌଣସି କୀଟ କ୍ଷତ ସୃଷ୍ଟି କରି ନଥିବ କି ବଜ୍ରପାତର ଚିହ୍ନ ନଥିବ ଏବଂ ପୂର୍ବରୁ ଡାଳ ଛେଦନ ହୋଇ ନଥିବ । ସେହି ବୃକ୍ଷରେ ଶଙ୍ଖ ଚକ୍ର, ଗଦା ଓ ପଦ୍ମ ପ୍ରଭୃତି ଚିହ୍ନ ଥିବ ।

ଏଭଳି ବୃକ୍ଷ ଦେଖି ସେଥିରେ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବ । ଏଥର ମୁଁ ଆସୁଛି ।” ଏହାପରେ ମା’ କହିଥିବା ଠିକଣାକୁ ଯାଇ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ନିର୍ମାଣ ହେଲା । କୁହାଯାଏ କି, ଜଗନ୍ନାଥଙ୍କୁ ଯେତେବେଳେ ଜ୍ଵର ହୁଏ ମା’ ମଙ୍ଗଳା ତାଙ୍କର ଯତ୍ନ ନିଅନ୍ତି । ଶୁନଶାନ ରାତିରେ ମା’ ମଙ୍ଗଳାଙ୍କ ସ୍ଵର ଓ ହସ ଶୁଣିବାକୁ ମିଳେ ବୋଲି କୁହନ୍ତି ପଣ୍ଡିତମାନେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।