ବଲିଉଡରେ ଏକଠୁ ବଳି ଆରେକ ବେଶ ସୁନ୍ଦରୀ ଅଭିନେତ୍ରୀମାନେ ଅଛନ୍ତି । ସେମାନଙ୍କ ମଧ୍ୟରୁ ଏଭରଗ୍ରୀନ କୁଇନ ହେଉଛନ୍ତି ରେଖା । ହେଲେ ରେଖାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ବିବାଦୀୟ ଏବଂ ରହସ୍ୟ କଥା ସବୁ ରହିଛି ଯାହା ଆଜିବି ଲୋକେ ଜାଣନ୍ତି ନାହିଁ । ହେଲେ ରେଖାଙ୍କ ବିଷୟରେ ଜାଣିବାକୁ ଅନେକଙ୍କ ଇଚ୍ଛା ହୋଇଥାଏ । ରେଖା ବିବାହ କରି ନାହାନ୍ତି ହେଲେ ବି ମଥାରେ ସିନ୍ଦୁର ପିନ୍ଧନ୍ତି । ଏ ବିଷୟରେ ପଚାରିଲେ ସେ କୁହନ୍ତି ତାଙ୍କୁ ସିନ୍ଦୁର ପିନ୍ଧିବା ପସନ୍ଦ ତେଣୁ ସେ ଲଗାନ୍ତି ।
ରେଖାଙ୍କୁ ସିନ୍ଦୁର ପିନ୍ଧିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କେବଳ ସେତିକି ନୁହେଁ ଜୟା ବଚ୍ଚନ ମଧ୍ୟ ରେଖାଙ୍କୁ ସିନ୍ଦୁର ଓ ମଙ୍ଗଳସୂତ୍ରରେ ଦେଖି କାନ୍ଦି ପକାଇଥିଲେ । ରେଖା ଅମିତାଭ ବଚ୍ଚନଙ୍କ ନାଁରେ ସିନ୍ଦୁର ପିନ୍ଧନ୍ତି ବୋଲି ଗୁଜବ ମଧ୍ୟ ଉଠେ । ହେଲେ ସତ କଣ ଆଜି ଯାଏଁ କାହାରିକୁ ମଧ୍ୟ ଜଣା ନାହିଁ । ରେଖା ଏମିତି ଜଣେ ଅଭିନେତ୍ରୀ ଯାହାଙ୍କ ପାଖରେ ସୁନ୍ଦରତା, ପ୍ରତିଭା, ଟଙ୍କା ପଇସା, ନାମ ଓ ଲୋକପ୍ରିୟତା ସବୁକିଛି ରହିଛି ।
ହେଲେ ଏସବୁ ଥାଇ ମଧ୍ୟ ତାଙ୍କୁ କାହାର ପ୍ରେମ ମିଳି ପାରିଲା ନାହିଁ । ଅନ୍ୟ ଅର୍ଥରେ କହିଲେ ରେଖାଙ୍କୁ କୌଣସି ପୁରୁଷଙ୍କ ସାହାରା ମିଳି ପାରିଲା ନାହିଁ । ରେଖାଙ୍କ ପିତା ମଧ୍ୟ ତାଙ୍କୁ କେବେ ଆପଣେଇଲେ ନାହିଁ । ସୂଚନା ଅନୁସାରେ ରେଖାଙ୍କ ସୁପରଷ୍ଟାର ପିତା ଜିମିନି ଗଣେଶନ କେବେବି ତାଙ୍କ ମା’ଙ୍କୁ ବିବାହ କରି ନଥିଲେ । ରେଖାଙ୍କ ମାଆ ପୁଷ୍ପାବଲିଙ୍କ ସହ ତାଙ୍କ ପିତା ସମ୍ପର୍କ ତ ରଖିଥିଲେ ହେଲେ ବିବାହ କରି ନଥିଲେ ।
ତେଣୁ ସେ ସବୁବେଳେ ତାଙ୍କ ପିତାଙ୍କ ଭଲପାଇବା ଖୋଜୁଥିଲେ । ହେଲେ ତାଙ୍କୁ ପିତାଙ୍କ ନାମ ମଧ୍ୟ ମିଳି ନଥିଲା ଯାହା ତାଙ୍କୁ ଖୁବ କଷ୍ଟ ଦେଇଥିଲା । ଏସବୁ ପରେ ରେଖାଙ୍କୁ କ୍ଯାରିୟର ଗଢିବାରେ ବି ବହୁ କଷ୍ଟ କରିବାକୁ ପଡିଥିଲା । କାମ ମିଳିବା ଓ ନିଜର ଏକ ସ୍ଥାନ ତିଆରି କରିବା ପାଇଁ ବହୁ ପରିଶ୍ରମ କରିବାକୁ ପଡିଥିଲା ରେଖାଙ୍କୁ । ବଲିଉଡର ଅନେକ ଷ୍ଟାରଙ୍କ ସହ ରେଖାଙ୍କ ନାମ ଯୋଡା ଯାଇଥିଲା । ଯେଉଁଥିରେ ଅମିତାଭ ବଚ୍ଚନଙ୍କ ଠାରୁ ନେଇ ଅକ୍ଷୟ କୁମାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନାମ ଜଡିତ ରହିଛି ।
କିନ୍ତୁ ରେଖା ବିଜନେସମ୍ୟାନ ମୁକେଶ ଅଗ୍ରୱାଲଙ୍କୁ ବିବାହ କରିଥିଲେ । ହେଲେ ମୁକେଶ ବିବାହର କିଛି ମାସ ପରେ ଜୀବନ ହାରି ଦେଇଥିଲେ । ଯାହାଫଳରେ ରେଖାଙ୍କ ଶାଶୁଘର ଲୋକେ ଏଥିପାଇଁ ରେଖାଙ୍କୁ ଦାୟୀ କରିଥିଲେ । ଏହାପରେ ରେଖା ଆଉ ବିବାହ ମଧ୍ୟ କରି ନାହାନ୍ତି । ଏହାପରେ ରେଖାଙ୍କ ଜୀବନରେ କିଏ ଆସିଲା ଓ ଗଲା ତାହା ବି କାହାକୁ ଜଣାନାହିଁ ।
ଯାହା ଏକ ରହସ୍ୟ ହୋଇ ରହିଗଲା । ଅମିତାଭ ବଚ୍ଚନଙ୍କ ସହ ତାଙ୍କ ପ୍ରେମ କାହାଣୀ ଓ ଜୟା ବଚ୍ଚନଙ୍କ ସହ ବିବାଦକୁ ନେଇ ଆଜି ବି ବେଶ ଚର୍ଚ୍ଚା ହୁଏ । ହେଲେ ଆଜି ବି ଏକୁଟିଆ ଜୀବନ ବିତାଉଛନ୍ତି ବଲିଉଡର ଏହି ଏଭରଗ୍ରୀନ କୁଇନ ରେଖା । ସେ କାହିଁକି ସିନ୍ଦୁର ପିନ୍ଧନ୍ତି ପ୍ରକୃତ କାରଣ କାହାକୁ ଜଣାନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।