କାହିଁକି ଓଲଟା ଘଣ୍ଟା ପିନ୍ଧନ୍ତି ପ୍ରଧାନମନ୍ତ୍ରୀ Narendra Modi ? ଏହା ପଛର ରହସ୍ୟ ନିଜେ ଖୁଲାସା କଲେ PM Modi, ଦେଖନ୍ତୁ ସେ କଣ କହୁଛନ୍ତି

କାହିଁକି ଓଲଟା ଘଣ୍ଟା ପିନ୍ଧନ୍ତି ମୋଦୀ ? କଣ ରହିଛି ଏହା ପଛର ରହସ୍ୟ ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଥମିବାରେ ନାଁ ନେଉନି ଚର୍ଚ୍ଚା । କେତେବେଳେ ତାଙ୍କ ଭାଷଣକୁ ନେଇ ତ ଆଉ କେତେବଳେ ତାଙ୍କ ଲୁକ୍ କୁ ନେଇ ଚର୍ଚ୍ଚା ହୁଏ । କେବଳ ଭାରତରେ ନୁହେଁ ବରଂ ପୁରା ବିଶ୍ବରେ ମଧ୍ୟ ମୋଦୀଙ୍କ ଡ୍ରେସକୋଡକୁ ନେଇ ଅନେକ ସମୟରେ ଚର୍ଚ୍ଚା ଲାଗି ରୁହେ । ଆଉ ଏବେ ମୋଦୀଙ୍କ ଡ୍ରେସ କିମ୍ବା ଗାଡି ନୁହେଁ ବରଂ ତାଙ୍କ ହାତ ଘଣ୍ଟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆପଣ ଦେଖିଥିବେ କି ମୋଦୀ ସବୁବେଳେ ବାମ ହାତରେ ବେଲ୍ଟ ବାଲା ଘଣ୍ଟା ପିନ୍ଧନ୍ତି । ଆଉଆ ଘଣ୍ଟାର ବେଲ୍ଟ ପ୍ରାୟତଃ କଳା ରଙ୍ଗର ହେବା ସହ ସବୁବେଳେ ଘଣ୍ଟା ହାତରେ ଓଲଟା ହିଁ ରହିଥାଏ । ତେଣୁ ମୋଦୀ କାହିଁକି ଓଲଟା ଘଣ୍ଟା ପିନ୍ଧନ୍ତି ବୋଲି ତାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି । ପ୍ରତି ସଭା ହେଉ କି କୌଣସି ରାଜ୍ୟ କିମ୍ବା ଦେଶକୁ ଗସ୍ତ ହେଉ ସବୁବେଳେ ବାମ ହାତରେ ଘଣ୍ଟା ପିନ୍ଧିଥିବାର ନଜର ଆସନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ତେବେ ଏହା ପଛରେ ଥିବା ଖାସ୍ କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଖୁଲାସା କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଉପସ୍ଥାପକ ଜଣଙ୍କ ମୋଦୀଙ୍କୁ ଏନେଇ ପ୍ରଶ୍ନ କରିଥିଲେ । ଆଉ ମୋଦୀ ପ୍ରଥମେ ସ୍ମିତହାସ୍ୟ ଦେଇ ଏହା ପଛର ରହସ୍ୟ କହିଥିଲେ । ମୋଦୀ କହିଥିଲେ କି ପ୍ରତିଦିନ ସହ ସହ ମିଟିଂରେ ମୁଁ ବସେ ଆଉ ବହୁତ ଲୋକଙ୍କୁ ବି ମୁଁ ଭେଟେ । କେବଳ ଏତିକି ନୁହେଁ ଅନେକ ସ୍ଥାନରେ ଭାଷଣ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଥାଏ ।

ତେଣୁ ମୋତେ ପୁରା ସମୟର ଗତି ଅନୁସାରେ ଚାଲିବାକୁ ପଡେ । ଯାହାଫଳରେ ମୁଁ ବାମହାତରେ ଓଲଟା ଘଣ୍ଟା ପିନ୍ଧେ ଓ ଘଣ୍ଟାକୁ କେତେବେଳେ ଦେଖି ଦିଏ ତାହା ଲୋକଙ୍କୁ ଜଣାପଡେନି । କାରଣ ବେଳେବେଳେ ମିଟିଂର ସମୟ ଅଧିକ ହୋଇଗଲେ ମୁଁ ଘଣ୍ଟାକୁ ବାରମ୍ବାର ଦେଖେ । ଏହି ସମ୍ପର୍କରେ ସାମ୍ନାରେ ବସିଥିବା ଲୋକ ଜାଣିଲେ ତାଙ୍କୁ ଲାଗିବ କି ମୋତେ ବୋଧ ହୁଏ ଏହି ମିଟିଂ ବୋରିଙ୍ଗ ଲାଗୁଛି କିମ୍ବା ତକଙ୍କ କଥା ଶୁଣିବାକୁ ମୋ ପାଖେ ସମୟ ନାହିଁ । ଏହାସହ ତାଙ୍କ ମନ ମଧ୍ୟ କଷ୍ଟ ହେବ ।

ହେଲେ ଓଲଟା ଘଣ୍ଟା ପିନ୍ଧିଥିଲେ କେତେବେଳେ ମୁଁ ସମୟ ଦେଖିବୀ ସେକଥା ସାମ୍ନା ଲୋକ ଜାଣିପାରିବ ନାହିଁ । ଏହାସହ ମୁଁ ମୋର ନିର୍ଦ୍ଧାରିତ ସମୟ ଅନୁସାରେ ବି କାମ କରିପାରିବି । ତେଣୁ ପୂର୍ବରୁ ହିଁ ଓଲଟା ଘଣ୍ଟା ପିନ୍ଧିବାର ଅଭ୍ଯାସ କରି ଦେଇଛନ୍ତି ବୋଲି ମୋଦୀ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।