କାହିଁକି ଏତେ ଅଲଗା ଅଟନ୍ତି PM ନରେନ୍ଦ୍ର ମୋଦୀ, ଜାଣନ୍ତୁ ତାଙ୍କ ଜୀବନ ସହ ଜଡିତ ଏହି ୧୦ଟି ରାଜ୍

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ସବୁ ଦେଶବାସୀ ଜାଣିଛନ୍ତି । ବର୍ତ୍ତମାନ ସମୟରେ କରୋନା ଓ ଭାରତର ଯୁଦ୍ଧ ଚାଲିଛି ଏବଂ ଏହିଭଳି ପରିସ୍ଥିତିରେ ଯେଉଁ ଭଳି ଭାବରେ ପିଏମ ନରେନ୍ଦ୍ର ମୋଦୀ ଦେଶକୁ ସମ୍ଭାଳିଛନ୍ତି ତାହା ବହୁତ ପ୍ରଶଂସନୀୟ କାର୍ଯ୍ୟ ଅଟେ । କହିବାକୁ ଗଲେ ଭାରତର ଅବସ୍ଥା ବର୍ତ୍ତମାନ ବହୁତ ଗମ୍ଭୀର ଅଛି । ଏହିଭଳି ସ୍ଥିତିରେ ନରେନ୍ଦ୍ର ମୋଦୀ ସମସ୍ତ ଦେଶବାସୀଙ୍କ ମନରେ ସାହସର ନୂତନ ଊର୍ଜା ପ୍ରଦାନ କରୁଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ସହ ଜଡିତ କିଛି ରୋଚକପୂର୍ଣ୍ଣ ତଥ୍ୟ ଆପଣଙ୍କୁ କହିବୁ । ଯାହା ବିଷୟରେ ଆପଣ ଜାଣି ନାହାନ୍ତି ।

 

କହିବାକୁ ଗଲେ ପିଲାଦିନୁ ହିଁ ମୋଦୀ ଭାରତୀୟ ସେନାରେ ଯିବା ପାଇଁ ସ୍ଵପ୍ନ ଦେଖୁଥିଲେ । ସେ ଜାମନଗର ପାଖରେ ସ୍ଥିତ ସୈନିକ ସ୍କୁଲରେ ପଢିବାକୁ ବି ଚାହୁଁଥିଲେ । କିନ୍ତୁ ଘରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ସେ ନିଜର ଏହି ସ୍ଵପ୍ନକୁ ପୁରା କରି ପାରିଲେ ନାହିଁ ।

କହିବାକୁ ଗଲେ ଯେତେବେଳେ ଅଧିକାଂଶ କିଶୋର ୧୭ ବର୍ଷ ବୟସରେ ନିଜର କ୍ୟାରିୟର ବିଷୟରେ ଚିନ୍ତା କରନ୍ତି, ସେହି ସମୟରେ ନରେନ୍ଦ୍ର ମୋଦୀ ପୁରା ଭାରତର ଯାତ୍ରା କରିବା ନିମନ୍ତେ ଘର ଛାଡିବା ପାଇଁ ନିଷ୍ପତି ନେଇ ଯାଇଥିଲେ ଓ ଏହି ନିଷ୍ପତି ତାଙ୍କର ପୁରା ଜୀବନକୁ ବଦଳାଇ ଦେଇଥିଲା । କାରଣ ସେ ନିଜର ଏହି ଯାତ୍ରା ମଧ୍ୟରେ ଭାରତର ସମସ୍ତ ସଂସ୍କୃତି ବିଷୟରେ ଜାଣିଲେ ଓ ବିଭିନ୍ନ କ୍ଷେତ୍ରର ଲୋକମାନଙ୍କ ସହ ସାକ୍ଷାତ ବି କରିଲେ ।

 

ଏହି ସମୟରେ ସେ ହିମାଳୟ ବି ଯାଇଥିଲେ ଓ ସେଠି ପାଖାପାଖି ଦୁଇ ବର୍ଷ ସାଧୁମାନଙ୍କ ସହିତ ସନ୍ୟାସୀ ରୂପରେ ବିତାଇଛନ୍ତି । ଏହି ଯାତ୍ରାରେ ଯୁବ ମୋଦୀଙ୍କ ଉପରେ ଏକ ସ୍ଥାୟୀ ଛବି ଛାଡି ଦେଲା ।

ନରେନ୍ଦ୍ର ମୋଦୀଙ୍କ ପିତାଙ୍କର ଗୁଜୁରାଟର ୱଡନଗର ରେଲୱେ ଷ୍ଟେସନ ପାଖରେ ଏକ ଚା ସ୍ଟଲ ଥିଲା । ଯୁବ ଅବସ୍ଥାରେ ନରେନ୍ଦ୍ର ମୋଦୀ ପ୍ରାୟତଃ ସେହି ଷ୍ଟେସନରେ ଚା ବିକ୍ରି କରିବାରେ ପିତାଙ୍କୁ ସାହାର୍ଯ୍ୟ କରୁଥିଲେ । ନରେନ୍ଦ୍ର ମୋଦୀଙ୍କର ଏହି ବିଷୟ ବହୁତ ହିଁ ଅଧିକ ଚର୍ଚାରେ ରହିଥିଲା । ଏହା ଛଡା ସେ ନିଜର ଭାଷଣରେ ବି ଏହି ବିଷୟରେ ପ୍ରାୟତଃ ଉଲ୍ଲେଖ କରିଛନ୍ତି ।

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ଯେତେବେଳେ ସେ ଆରଏସଏସ ସାମିଲ ହୋଇଥିଲେ ତେବେ ତାଙ୍କର ପ୍ରଥମ ଚାକିରି ଅହମଦାବାଦରେ ଆରଏସଏସ ମୁଖ୍ୟାଳୟର ଚଟାଣକୁ ସଫା କରିବାର କାମ ଥିଲା ଓ ଏହା ବିଲକୁଲ ସତ ଅଟେ ।

ଏହା ପରେ ସେ ୧୯୮୭ରେ ବିଜେପିରେ ସାମିଲ ହେଲେ । ସେହି ବର୍ଷ ସେ ବୀଜେପୀ ଅହମଦାବାଦ ମ୍ୟୁନିସିପାଲ ଇଲେକ୍ସନ ବି ଜିତିଲେ ଓ ଏହା ପର ଠାରୁ ସେ କେବେ ବି ଅହମଦାବାଦ ମ୍ୟୁନିସିପାଲ ଇଲେକ୍ସନ ହାରି ନାହାନ୍ତି । ବର୍ଷ ୨୦୦୦ରେ ଅହମଦାବାଦ ନଗର ନିଗମ ନିର୍ବାଚନରେ ବିଜେପି ହାରିଗଲା ଓ ବିଡମ୍ବନା ଏହା ଥିଲା କି ସେହି ସମୟରେ ନରେନ୍ଦ୍ର ମୋଦୀ ଗୁଜୁରାଟରେ ନ ଥିଲେ ।

ନରେନ୍ଦ୍ର ମୋଦୀଙ୍କ ବିବାହ ଏକ ସ୍ଥାନୀୟ ଝିଅ ଜଶୋଦାବେନଙ୍କ ସହିତ ହୋଇଥିଲା । ଯେତେବେଳେ ସେ ଛୋଟ ଥିଲେ ।

ରାଷ୍ଟ୍ରପତି ଓବାମାଙ୍କ ପରେ ନରେନ୍ଦ୍ର ମୋଦୀ ଟ୍ୱିଟରରେ ସବୁଠୁ ଅଧିକ ଫଲୋ କରାଯାଉଥିବା ନେତା ଅଟନ୍ତି । ଯାହାଙ୍କର ୧୨ ମିଲିୟନରୁ ବି ଅଧିକ ଫଲୋଅର୍ସ ଅଛନ୍ତି ।

ନରେନ୍ଦ୍ର ମୋଦୀଙ୍କୁ ଭାରତରେ ସବୁଠୁ ଟେକନିକ ପ୍ରେମୀ ନେତା କୁହାଯାଏ । କାରଣ ସେ ଟ୍ୱିଟର, ଫେସବୁକ, Google+, ଇଂସ୍ଟାଗ୍ରାମ, ସାଉଂଡ କ୍ଲାଉଡ, ଵିବୋ ଓ ଅନ୍ୟ କେତେକ ମଞ୍ଚ ଗୁଡିକ ସହିତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁତ ଆକ୍ଟିଭ ରୁହନ୍ତି ।

ମୋଦୀଙ୍କୁ ନିଜର ରାଷ୍ଟ୍ରଭାଷା ବହୁତ ପସନ୍ଦ ଅଟେ । ଏହି କଥା ସତ୍ୟ ଅଟେ କି ସେ ସର୍ବଦା ହିନ୍ଦୀରେ ହିଁ ଲେଖନ୍ତି, ସେ କୌଣସି ଆକସ୍ମିକ ଅବସର ହେଉ ବା କୌଣସି ଆଧିକାରିକ ଡକ୍ୟୁମେଣ୍ଟ ହେଉ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।