କାର କୁ କଟାଯାଇ ଓଡିଆ ନିର୍ଦ୍ଦେଶକ ସୁଧାକର ବସନ୍ତ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଗଲା ।

କାର କୁ କାଟି ନିର୍ଦ୍ଦେଶକ ସୁଧାକର ଙ୍କୁ ବାହାର କରାଗଲା । ତାଙ୍କ ଛାତି ଓ ମୁଣ୍ଡରେ ଲାଗିଛି ଗଭୀର ଆଘାତ । କାର ପଛରେ ଲେଖା ଅଛି ଜୀବନଟା ବହୁତ ଛୋଟ । ହଁ ଦର୍ଶକ ବନ୍ଧୁ ଓଡିଆ ସିନେମା ନିର୍ଦ୍ଦେଶକ ସୁଧାକର ବସନ୍ତ ଏବେ ଗୁରୁତର ଆହତ ହୋଇଛନ୍ତି । ଆଜି କଟକ ମଙ୍ଗୁଳି ଛକରେ ଏତ ଟ୍ରକ କୁ ପଛ ପଟୁ ପିଟିଛି ନିର୍ଦ୍ଦେଶକ ସୁଧାକର ବାସ୍ତଙ୍କ ଡିଜିଆର କାର । ଆଉ ଏହା ପରେ ଡିଜିଆର କାର ଟି ସଂପୂର୍ଣ୍ଣ ଭାଙ୍ଗି ରୁଜି ଯାଇଛି । କିନ୍ତୁ କାର ଭିତରେ ଥିବା 3 ଜଣଙ୍କୁ ଗୁରୁତର ଅବସ୍ଥାରେ ଉଧାର କରା ଯାଇଛି ।

ଏମିତିକି କାର କୁ କଟାଜାଇ ସୁଧାକର ବସନ୍ତ ଙ୍କୁ ଉଧାର କରା ଯାଇଛି । ଆଉ ଏହା ପରେ ତାଙ୍କୁ କଟକ ଏସବି ମେଡିକାଲ ରେ ଭର୍ତ୍ତି କରା ଯାଇଛି । ସୁଧାରକର ବସନ୍ତ ଯେ ଫିଲ୍ମ ରେ ନିର୍ଦ୍ଦେଶନା ଦେଉଥିଲେ ତାହା ନୁହେଁ ସେ ଅନେକ ଗୀତ ରେ ଅଭିନୟ ମଧ୍ୟ କରିଛନ୍ତି । ଏ ଅନେକ ଗୀତ ରେ କୋରିଓଗ୍ରାଫର ସାଜିଛନ୍ତି । ସେଇ ସୁଧାକର ବସନ୍ତଙ୍କର ଆଜି ସକାଳୁ ସକାଳୁ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ଗୁରୁତର ଅବସ୍ଥାରେ ତାଙ୍କୁ କାର କୁ କଟାଜାଇ କଟକ ବଡ ମେଡିକାଲ ରେ ଭର୍ତ୍ତି କରା ଯାଇଛି । ସୂଚନା ଅନୁଯାୟୀ ବାରିପଦା ରୁ ଶୁଟିଙ୍ଗ ସାରି ଫେରୁଥିଲେ ସୁଧାକର । ସେଠାରୁ ଭୁବନେଶ୍ଵର ଫେରିବା ସମୟରେ କଟକ ସ୍ଥିତ ମଙ୍ଗୁଳି ଛକ ଠାରେ ବଜରଙ୍ଗୀ ୱେ ରେ ଘଟିଥିଲା କାର ଦୁର୍ଘଟଣା । ମଙ୍ଗୁଳି ଛକରେ ବେଇଆନ ଭାବେ ପାର୍କିଙ୍ଗ ହୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ କୁ ପଛ ପଟୁ ଧକ୍କା ଦେଇଥିଲା ସୁଧାକର ଙ୍କର ଡିଜିଆର କାର ।

ଯାହା ଫଳରେ କାର ରେ ଥିବା 3 ଜଣ ଗୁରୁତର ହୋଇଛନ୍ତି । ଅନ୍ୟ ପଟେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଅଗ୍ନିସମ ବାହିନୀ କୁ ଖବର ଦେଇଥିଲା । ଆଉ ଅଗ୍ନିସମ ବାହିନୀର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି କାର କୁ କାଟି ସୁଧାକର ବସନ୍ତୁ କୁ ଉଧାର କରି କଟକ ବଡ ମେଡିକାଲ କୁ ପଠାଇ ଛନ୍ତି ।

ତେବେ ଡ୍ରାଇଭର ଓ ସୁଧାକର ଙ୍କୁ ଛାଡି ଅନ୍ୟ ଜଣେ ଥିବାର ଚର୍ଚ୍ଚା ହେଉଥିବା ବେଳେ କେହି କେହି କହୁଛନ୍ତି 3 ଜଣ ଥିଲେ । ଡ୍ରାଇଭର ର ଅବସ୍ଥା ଭଲ ଥିବା ବେଳେ ସୁଧାକର ବସନ୍ତଙ୍କର ଗୁରୁତର ହୋଇ ପଡିଛି । ତେବେ ଏ ସବୁ ଭିତରେ ସମସ୍ତେ ଚାହୁଁ ଛନ୍ତି ସୁଧାକର ବସନ୍ତ ଜଲ୍ଦି ସୁସ୍ଥ ହୋଇ ଯାଆନ୍ତୁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।