କଲବଲ ହୋଇ ଆଁ କରୁଛି ଆଉ କେତେବେଳେ ପାଟି ଆଁ କରି ଫଁ ଫଁ ହେଉଛି । ଟିକେ ମୁଣ୍ଡ କାଢୁଛି ତ ପୁଣି ଗାତ ଭିତରେ ପଶିଯାଉଛି ସାପଟି । ଆପଣ ଭାବୁଥିବେ ଏଥିରେ ନୂଆ କଥା କଣ ଅଛି । ହେଲେ ସାମାନ୍ୟ ଲାଗୁଥିବା ଏହି ଦୃଶ୍ୟଟି ବାସ୍ତବିକରେ ଏତେ ହାଲୁକା ନୁହେଁ । କାରଣ ସାପଟି ଏଠାରେ କୌଣସି ଗାତ ନୁହେଁ ବରଂ ମଣିଷ କାନ ଭିତରେ ପଶିଯାଇଛି । ବିଶ୍ବାସ ହେଉ ନଥିବା ଏହିପରି ଏକ ଦୃଶ୍ୟର ଭିଡିଓ କିନ୍ତୁ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ମହିଳା କଣ ଭିତରେ ସାପଟିଏ ପଶିଯାଇଛି । ଆଉ ଡାକ୍ତର ଏହାକୁ ଖୁବ ସତର୍କତାର କାଢିବାକୁ ଚେଷ୍ଟା କରୁଛନ୍ତି । ଡାକ୍ତର ଜଣକ ଏକ ଫୋରସେପ ଜରିଆରେ ସାପକୁ ମହିଳାଙ୍କ କାନ ଭିତରୁ କାଢିବାକୁ ବେଶ ଉଦ୍ୟମ କରୁଛନ୍ତି । ବାହାରୁ କେବଳ ସାପର ମୁଣ୍ଡ ଦେଖା ଯାଉଥିବା ବେଳେ ତା’ର ଲମ୍ବ କେତେ ସଠିକ ଭାବେ ଜଣା ପଡୁନାହିଁ । କାରଣ କାନ ଭିତରେ ବହୁତ କମ୍ ଜାଗା ଥିବାବେଳେ ସାପଟି କିଭଳି ସେଠାରେ ପଶି ପାରିବ ତାହା ମଧ୍ୟ ବେଶ ଅବିଶ୍ଵସନୀୟ ।
ତଥାପି ଭିଡିଓ ଦେଖିଲେ ଅପ୍ନା ବିଶ୍ବାସ କରିବାକୁ ବାଧ୍ୟ ହେବେ । ସାପଟି ସେଠାରୁ ସଂପୂର୍ଣ୍ଣ ଭିତରକୁ ଯାଇ ପାରୁନି କି ବାହାରକୁ ବି ବାହାରି ପାରୁନି । ମହିଳା ଜଣକ ମଧ୍ୟ ଖୁବ ବ୍ୟସ୍ତ ହୋଇ ପଡିବେନି । ସାପକୁ ଟିକିଏ ପାଖରେ ଦେଖି ଦେଲେ ମଣିଷ ଡରିଯାଏ । ଆଉ ଏଠି ସାପ ତ କାନ ଭିତରେ ପଶି ରହିଛି ।
ନିଶ୍ଚିତ ଭାବେ ମହିଳାଙ୍କୁ ବି ମଧ୍ୟ ଏହା ଅସହ୍ୟ ମନେ ହେଉଥିବ । ତେବେ ସୋସିଆଲ ମିଡିଆରେ କ୍ଷିପ୍ର ଗତିରେ ଭାଇରାଲ ହେଉଥିବା ଏହି ଭିଡିଓଟି କେଉଁଠୁ ଆସିଛି ଓ ଏହାର ସତ୍ୟତା କେତେ ତାହା ଠିକ ଭାବେ ଜଣା ପଡିନାହିଁ । କିନ୍ତୁ ଶୋଇବା ସମୟରେ ସମସ୍ତ ସତର୍କତା ଅବଲମ୍ବନ କରି ଶୋଇବା ଉଚିତ । ଯେଉଁମାନେ ତଳେ ଶୋଉଚନ୍ତି ବିଶେଷ କରି ସେମାନେ ମଶାରୀ ଟାଙ୍ଗୀ ଶୋଇବା ସହ ଅନ୍ଯାନ୍ଯ ସତର୍କତା ଅବଲମ୍ବନ କରିବା ଉଚିତ ।
ନଚେତ କେହିବି ଏଭଳି ପରିସ୍ଥିତିର ସମୁଖୀନ ହୋଇପାରନ୍ତି । ତେବେ ଏହି ମହିଳାଙ୍କ କଣରୁ ସାପଟି କେମିତି ବାହାରିଲା ଓ ଆଗକୁ କଣ ହେଲା ତାହା ଦେଖିବାକୁ ମିଳୁନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।