କେବଳ କୋବି ତୋଳିବାକୁ ମିଳିବ 63 ଲକ୍ଷ ଦରମା, କାରଣ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ଆପଣ କ୍ଷେତରେ କୋବି ଚାଷ ନିଶ୍ଚୟ ଭାବେ ଦେଖିଥିବେ । ଚାଷୀଟିଏ କଠିନ ପରିଶ୍ରମ କରି ଚାଷ କରିଥାଏ, ଆଉ ଫସଲ ଅମଳ କରି ତାକୁ ବଜାରରେ ବିକ୍ରି କରିଥାଏ । କିନ୍ତୁ ଠାରେ ଭାବି ଦେଖନ୍ତୁ ଏହି ସଂପୂର୍ଣ୍ଣ ପ୍ରକ୍ରିୟା ମଧ୍ୟରେ ଚାଷୀଟିର କେତେ ଟଙ୍କା ଖର୍ଚ୍ଚ ହେଉଥିବ ? ଆଉ ଫସଲ ଅମଳ ପରେ ତାକୁ କେତେ ଟଙ୍କା ଲାଭ ମିଳେ ? ପତ୍ରକୋବିକୁ ଆପଣ ବଜାରରୁ କେଜି ପିଛା ୩୦ ରୁ ୫୦ ଟଙ୍କା ଦରରେ କିଣିଥାନ୍ତି । ଆଉ ଚାଷୀଟିଏ ହୁଏତ ପୁରା ଫସଲରୁ ୧୦-୧୫ ହଜାର ଟଙ୍କା ଲାଭ କରିଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏହି କୋବି କଥା କହିବାର କାରଣ ହେଉଛି, ଏହାକୁ ନେଇ ଆସିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ୟୁନାଇଟେଡ କିଙ୍ଗଡମର ଏକ ଫାର୍ମିଙ୍ଗ କମ୍ପାନୀ ପକ୍ଷରୁ ଅନଲାଇନରେ ଏକ ବିଜ୍ଞାପନ ଦିଆଯାଇଛି । ଯେଉଁଥିରେ ବର୍ଷ ତମାମ କ୍ଷେତରୁ କୋବି ଏବଂ ବ୍ରୋକୋଲି ତୋଳିବା ପାଇଁ ଏକ ଚାକିରି ପଦବୀ ସୃଷ୍ଟି କରାଯାଇଛି । ଆଉ ଏହି ଚାକିରି ପାଇଁ କେତେ ଟଙ୍କା ଦରମା ରଖାଯାଇଛି ଜାଣିଲେ ଆପଣଙ୍କ ହୋସ ଉଡିଯିବ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ କ୍ଷେତରୁ କୋବି ତୋଳିବା କମ ପାଇଁ ଜଣଙ୍କୁ ଘଣ୍ଟାକୁ ୩୦ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ୩୦୦୦ ଟଙ୍କାରୁ ଅଧିକ ଟଙ୍କା ଦରମା ଆକାରରେ ମିଳିବ । ତେବେ ବର୍ଷକୁ ଏହି କାମ ପାଇଁ ୬୨,୪୦୦ ପାଉଣ୍ଡ ଅର୍ଥାତ ଅର୍ଥାତ ଭାରତୀୟ ମୁଦ୍ରାରେ ୬୩,୧୧,୬୪୧/- ଟଙ୍କା ଦରମା ମିଳିବ । ତେବେ ଏହି କୋବି ଏବଂ ବ୍ରୋକୋଲି ତୋଳିବା କମ ବର୍ଷ ତମାମ କରିବାକୁ ପଡିବ । ଏବେ ଆପଣ ଭାବୁଥିବେ ଏଭଳି ଏକ କାମ ପାଇଁ କାହିଁକି ଏତେ ଟଙ୍କାର ଦରମା ମିଳିବ ?

ଏହା ପଛର କାରଣ ହେଉଛି, ୟୁନାଇଟେଡ କିଙ୍ଗଡମରେ ବର୍ତ୍ତମାନ ୱାର୍କର ମାନଙ୍କ ସଂଖ୍ୟା କମ୍ ରହିଛି । ଆଉ ଏଭଳି ସ୍ଥିତିରେ କାମ ପାଇଁ ୱାର୍କରଙ୍କ ଆଗରେ କିଛି ଏହାଳି ଆକର୍ଷଣୀୟ ଦରମା ଅଫର୍ ରଖୁଛନ୍ତି କମ୍ପାନୀ । ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଡ୍ରାଇଭରଙ୍କ ଠାରୁ ଆରମ୍ଭ କରି ପେଟ୍ରୋଲ ପମ୍ପରେ କାମ କରୁଥିବା କର୍ମଚାରୀଙ୍କ ପର୍ଯ୍ୟନ୍ତ ସବୁଥିରେ ୱାର୍କରଙ୍କ ଅଭାବ ରହିଥିବାରୁ ଏହି ସମସ୍ତ କାର୍ଯ୍ୟ ପାଇଁ କର୍ମଚାରୀ ମାନଙ୍କ ଦରମା ପାଖାପାଖି ୭୫ ପ୍ରସ୍ତିସତ ବଢାଇ ଦିଆଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଦେଶ ବିଦେଶର ଖବର ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।