ଗତ ଦୁଇ ବର୍ଷ ଧରି ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ସେମାନଙ୍କ ପାରିବାରିକ ମାମଲା କୋର୍ଟରେ ଏବେବି ବିଚାରଧୀନ ରହିଥିବା ବେଳେ ସମୟ ସମୟରେ ଉଭୟଙ୍କୁ କୋର୍ଟ ଯିବାକୁ ପଡୁଛି । କେବଳ ଏତିକି ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହୁଛି । ଦୁହେଁ ଦୁହିଁଙ୍କ ବିରୋଧରେ ପୋଷ୍ଟ କରିବାକୁ ମଧ୍ୟ ପଛାଉ ନାହାନ୍ତି । ନିକଟରେ ଅନୁଭବ ନିଜେ ଏକ ଭିଡିଓ ଜାରି କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ଯାହାକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ହେଉଛି ।
ଅନୁଭବ ନିଜ ଭିଡିଓରେ କହିଥିଲେ କି, ସେ ଜୀବନରେ ଏକମାତ୍ର ଭୁଲ କରିଛନ୍ତି ତାହା ହେଉଛି ଜୀବନସାଥି ବାଛିବାରେ । ଯେଉଁଥି ପାଇଁ ଆଜି ତାଙ୍କୁ ଏତେ କଷ୍ଟ ସହିବାକୁ ପଡୁଛି । ସେ ଜୀବନରେ କେବେ କୋର୍ଟ କଚେରୀ ଦେଖି ନଥିଲେ, କିନ୍ତୁ ପ୍ରେମ କରି ଜଣଙ୍କୁ ହୃଦୟର ସହ ଭଲ ପାଇ ତାଙ୍କୁ କୋର୍ଟ କଚେରୀ ଦୌଡିବାକୁ ପଡୁଛି । ଏବେ ଯାଏଁ ମଧ୍ୟ ଅନୁଭବଙ୍କୁ ନ୍ୟାୟ ମିଳିନାହିଁ । ତେଣୁ ନ୍ୟାୟର ଅପେକ୍ଷା କରିବାଠୁ ଭଲ ମୃତ୍ୟୁକୁ ଆପଣେଇ ନେବା ଠିକ ବୋଲି ସେ ନିଜ ମନ୍ତବ୍ୟରେ କହିଥିଲେ ।
କିନ୍ତୁ ଏହାପରେ କହିଥିଲେ କି ସେ ଦିନେ ଏଭଳି ପଦକ୍ଷେପ ନେବାକୁ ଚିନ୍ତା କରିଥିଲେ ମଧ୍ୟ ଏଭଳି ଭୁଲ ସେ କଦାପି କରିବେ ନାହିଁ । କାରଣ ସେ ତାଙ୍କ ପରିବାର ପିତାମାତା ଓ ତାଙ୍କର ପ୍ରଶଂସକ ତଥା ସମର୍ଥକ ମାନଙ୍କ ପାଇଁ ବଞ୍ଚିବାକୁ ପସନ୍ଦ କରିବେ ବୋଲି କହିଥିଲେ । ଅନୁଭବଙ୍କ ଏଭଳି ମନ୍ତବ୍ୟରେ କଂଗ୍ରେସ ନେତା ସୁରେଶ ସାମନ୍ତରାୟ ତଥା ସୁର ଭାଇ ତାଙ୍କୁ କଡା ସମାଲୋଚନା କରିଛନ୍ତି ।
ସେ କହିଛନ୍ତି କି, ଅନୁଭବ ଆମ ଓଡିଶାର ଜଣେ ଆଗଧାଡିର ଅଭିନେତା ଏବଂ ଯୁବ ନେତା । ସେ ଆମ ଓଡିଶାର ଗର୍ଭ ଏବଂ ଗୌରବ । ତେଣୁ ମୃତ୍ୟୁ ଚାହୁଁଥିବା ବୋଲି କହିବା ତାଙ୍କୁ ଶୋଭା ଦେଉନାହିଁ । କାରଣ ଏହା କାପୁରୁଷର ଲକ୍ଷଣ । ଜୀବନରେ କିଛି ବି ସମାପ୍ତ ହୋଇ ଯାଇନାହିଁ । ଯଦି ବର୍ଷାଙ୍କ ସହ ଆଉ କିଛି ଠିକ ହୋଇପାରୁନି ତେବେ ସେ ଆଉ କାହାକୁ ବି ପସନ୍ଦ କରି ଜୀବନସାଥି କରନ୍ତୁ । କାରଣ ତାଙ୍କ ପଛରେ ତ ଏବେବି କେତେ ଝିଅ ଗୋଡାଉଛନ୍ତି ।
ଭିଡିଓ ଜାରି କରି ଅନୁଭବ ନିଜ ଦୁର୍ବଳତା ସମସ୍ତଙ୍କ ଆଗରେ ପ୍ରକାଶ କରିବାକୁ ସୁର ଭାଇ ବିଲକୁଲ ପସନ୍ଦ କରି ନାହାନ୍ତି । ଏଥିପାଇଁ ସେ ଅନୁଭବଙ୍କୁ ଛି ଛି କରିବା ସହ ମାନସିକ ଭାବେ ସବଳ ହେବା ପାଇଁ ଏକ ପ୍ରକାର ପରାମର୍ଶ ଦେଇଛନ୍ତି କହିଲେ ଚଳେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।