କାହିଁକି ମଣିଷ ଖାଉଛି କୁମ୍ଭୀର ? ନଦୀ ଭିତରେ କଣ ପାଇଁ ଆତଙ୍କ ଖେଳାଉଛି କୁମ୍ଭୀର, ଜାଣନ୍ତୁ ଏହାର କାରଣ….

କୁମ୍ଭୀର କାହିଁକି ମଣିଷ କୁ ଖାଉଛି ? ନଦୀ ଭିତରେ ଯାହାକୁ ଦେଖୁଛି ଟାଣି ନେଉଛି । କଣ ପାଇଁ ନଦୀ ଭିତରେ ଆତଙ୍କ ଖେଳାଉଛି କୁମ୍ଭୀର ? ଲୁଣା ପାଣିର କୁମ୍ଭୀର କାହିଁକି ହୋଇଛି ମଧୁର ଜଳ ମୁହାଁ ? ହଁ ଦର୍ଶକ ବନ୍ଧୁ ଖାଲି କେନ୍ଦ୍ରାପଡା, ଯାଜପୁର ନୁହେଁ ଏବେ ଭଦ୍ରକ ଛଡା ସବୁଆଡେ ଆତଙ୍କ ଖେଳାଇବ କୁମ୍ଭୀର । ପାଣି ଭିତରକୁ ଉଠି ଆସି ଯେଉଁଠି ମଣିଷକୁ ଦେଖିବ ସେଠାରୁ ଭିଡି ନେବ ।

ପାଣି ଭିତରେ ଶକ୍ତି ଦେଖାଇ ମଣିଷ କୁ ଝୁଣି ଝୁଣି ଖାଇଯିବ କୁମ୍ଭୀର । ଦିନକୁ ଦିନ କୁମ୍ଭୀର ମାନଙ୍କର ଆତଙ୍କ ବଢିବ । କେଉଁଠୁ କେତେବେଳେ ମଣିଷକୁ ଟାଣି ନେବ ତାହା କହି ହେବନି । ଆଖି ପିଛୁଳାକେ ପାଣି ଭିତରକୁ ଟାଣି ନେଉଛି । କଥା ପ୍ରାଣୀ ବିଶେଷଜ୍ଞ ମାନେ ଆକଳନ କରିସାରିଲେଣି । ଏଥିପାଇଁ ସତର୍କ ବାଣୀ ମଧ୍ୟ ଦେଇଛନ୍ତି । କାରଣ ନଦୀ ଭିତରେ ମିଳୁନି ମାଛ ।

ତେବେ କୁମ୍ଭୀର ଖାଇବେ କଣ ? କେନ୍ଦ୍ରାପଡାର କୁମ୍ଭୀର ଅଧିକ ଆତଙ୍କ ଦେଖାଇଛି । ଖାଲି ଆତଙ୍କ ଖେଳାଉନି ଏବେ କୁମ୍ଭୀର ପାଣି ଉପରକୁ ଆସି ମଣିଷକୁ ଟାଣି ନେଉଛି । ପୋଖରୀ ଗାଡିଆ ଭିତରେ ବୁଲି ଗାଈଗୋରୁ ଙ୍କୁ ଟାଣି ନେଉଛି । ଗତ ଦେଢ ବର୍ଷ ମଧ୍ୟରେ କୁମ୍ଭୀର 6 ଜଣଙ୍କୁ ଖାଇ ସାରିଲାଣି । ଏବେ ଯାଜପୁରରେ ମହିଳାଙ୍କୁ ବିଭଶ୍ଚ ଭାବେ ଖାଇଯାଇଛି କୁମ୍ଭୀର ।

ହେଲେ ପୂର୍ବରୁ କୁମ୍ଭୀରର ଆତଙ୍କ ଏଭଳି ନ ଥିଲା । ଏହାର କାରଣ ବିଶେଷଜ୍ଞ ମାନେ କହିଛନ୍ତି କି କୁମ୍ଭୀର ର ପ୍ରାଥମିକ ଖାଦ୍ୟ କେବେ ବି ମଣିଷ ନୁହେଁ । କୁମ୍ଭୀର ର ଖାଦ୍ଯ ପ୍ରକ୍ରିୟାକୁ ଦେଖି ମାଛ ହିଁ ତାର ପ୍ରଥମ ଖାଦ୍ୟ । ବେଳେବେଳେ ଗାଈଗୋରୁ, ଛେଳି, ମେଣ୍ଢା ଙ୍କୁ ଖାଇଥାଏ । କେତେବେଳେ ଏମିତି ମଣିଷ ଖାଇଥାଏ । ଏବେ ଖାଲି ମଣିଷ ଖାଉଛି କୁମ୍ଭୀର ।

କେନ୍ଦ୍ରାପଡା ର ଭିତରକନିକା ରେ ଅଧିକ କୁମ୍ଭୀର ଦେଖିବାକୁ ମିଳିଥାଏ । ଜଙ୍ଗଲ ବିଭାଗ ସୂଚନା ଅନୁଯାୟୀ 1975ରେ କେବଳ 13ଟି କୁମ୍ଭୀର ଠାବ କରାଯାଇଥିଲା । ଏହାପରେ ଉମ୍ଭୀର ର ବଂଶ ବୃଦ୍ଧି ଉପରେ ଗୁରୁତ୍ଵ ଦିଆଯାଇଥିଲା । 2010ରେ ଏହା 2000 ରେ ପହଞ୍ଚିଥିଲା । ଏବେ 2200 ରେ ପହଞ୍ଚି କୁମ୍ଭୀର ର ସଂଖ୍ୟା । ଦୃତ ଗତିରେ ଏବେ ସେମାନଙ୍କର ବଂଶ ବୃଦ୍ଧି ହେବାରେ ଲାଗିଛି ।

ଏପଟେ ନଦୀ ରୁ ସବୁ ମାଛ ଧରି ଆଣୁଛନ୍ତି ମାଛ ବେପାରୀ । ମଣିଷ ନିଜର ଆବଶ୍ୟକାତା ପୂରଣ କରିବା ପାଇଁ ମାଛ ଧରି ଆଣୁଛନ୍ତି । ସେଥିପାଇଁ ନଦୀ ଛାଡି ଉପର ମୁହାଁ ହେଉଛନ୍ତି କୁମ୍ଭୀର । ଏବେ ଭିତରକନିକାରୁ ବାହାରି ଜନ ବସତି ମୁହାଁ ହେଉଛନ୍ତି କୁମ୍ଭୀର । ଏବେ ମଣିଷ କୁ ଖାଇ ମଣିଷଖିଆ ପାଲଟିଛି କୁମ୍ଭୀର । ହଜାର ହଜାର କୁମ୍ଭୀର ହୁଏ ତ ମଣିଷ କୁ ଟାଣି ନେଇ ଖାଇବେ । ଏ ସବୁକୁ ନିୟନ୍ତ୍ରିତ କରିବା ଜରୁରୀ ଅଟେ । ନହେଲେ ଭୟଙ୍କର ହୋଇପାରେ ପରିସ୍ଥିତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।