Jyotish Tips- ପର୍ସରେ ରଖିଦିଅନ୍ତୁ ଏହି 1 ଜିନିଷ, ସବୁବେଳେ ପଇସାରେ ଭରି ହୋଇ ରହିବ ପର୍ସ

ବନ୍ଧୁଗଣ ଆମେ ସମସ୍ତେ ନିଜର ଧନକୁ ନିଜ ଆଲମାରୀ କିମ୍ବା ବାଙ୍କ ରେ ରଖିଥାଉ । ହେଲେ ନିଜ ନୀତିଦିନ ଜୀବନରେ ବ୍ୟବହାର କରିବା ପାଇଁ ଆମେ ଆମ ପାଖରେ ଏକ ପର୍ସ ରଖିଥାଉ । ଯଉଁଥିରେ ଆମେ ଆମର ଜରୁରୀ ଡକମେଣ୍ଟ,, ନିଜ ମାନପାସନ୍ଦ ବ୍ୟକିଙ୍କ ଫୋଟୋ ଇତ୍ୟାଦି ସହ ପଇସା ମଧ୍ୟ ରଖିଥାଉ । ଆମେ ସମସ୍ତେ ଚାହିଁଥାଉ କି ଆମ ପର୍ସ ସବୁବେଳେ ଭରିହୋଇ ରହିଥାଉ ଓ ଆମକୁ ନିଜ ବ୍ୟାଙ୍କ କିମ୍ବା ଆଲମାରୀ ରୁ କିଛି ଟଙ୍କା ଉଠାଇବାକୁ ନ ପଡୁ ।

ହେଲେ କିଛି ଲୋକଙ୍କ ପର୍ସ ରେ କେବେହେଲେ ଧନ ରୁହେ ନାହିଁ ଓଲଟା ତାଙ୍କ ଧନର ଖର୍ଚ୍ଚ ତାଙ୍କ ଆୟଠାରୁ ଅଧିକ ହୋଇଯାଏ । ଫଳରେ ସେ କେବେହେଲେ ଧନ ସଞ୍ଚୟ କରିପରନ୍ତିନାହିଁ । ଜ୍ୟୋତିଷକଂର ଅନୁସାରେ ତାଙ୍କ ପର୍ସ ରେ ଟଙ୍କା ନରହିବାର କାରଣ ତାଙ୍କ ପର୍ସ ରେ ଥିବା କିଛି ଜିନିଷ ସଙ୍ଗେ ଜୁଡିଥାଏ ।

ଯଦି ଆପଣ ଏପରି କିଛି ଜିନିଷ ଯେପରି କି ମୂନିଆ ବସ୍ତୁ, ଖୁଚୁରା ପଇସା, ଅଶ୍ଳୀଳ ଫୋଟୋ ଆଦି ଜିନିଷ ନିଜ ପର୍ସ ରେ ରଖୁଛନ୍ତି ତେବେ କେବେହେଲେ ମାତାଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବନାହିଁ । ତେଣୁକରି ଏହି ଜିନିଷ ନିଜ ପର୍ସ ରେ କଦାପି ହେଲେ ରଖନ୍ତୁନାହିଁ । ତେବେ ଏମିତି କିଛି ଜିନିଷ ମଧ୍ୟ ଅଛି ଯାହାକୁ ଯଦି ସଠିକ ଭାବେ ନିଜ ପର୍ସ ରେ ରଖିଲେ ମାତାଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ ଓ ଅପଣଙ୍କ ପର୍ସ ସବୁବେଳେ ଭରି ରହିବ । ତେବେ ଆସନ୍ତୁ ଜାଣିବା ଏହି ସବୁ ଜିନିଷ ବିଷୟ ରେ ।

ପ୍ରଥମେ ଆପଣ 11ଟି ଦାନା ଚାଉଳ କୁ ଅଳ୍ପ ହଳଦୀ ପାଣି ରେ ମିସାଇ ଦିଅନ୍ତୁ ଏହାପରେ ଏହି ମିଶ୍ରଣ ଶୁଖିଲାପରେ ଏକ ହଳଦିଆ କପଡା କିମ୍ବା କାଗଜ ବରେ ଗୁଡ଼ାଇ ମାତାଲକ୍ଷ୍ମୀ ଙ୍କୁ ଅର୍ପଣ କରନ୍ତୁ କାରଣ ମାତାଲକ୍ଷ୍ମୀଙ୍କୁ ଚାଉଳ ଓ ହଳଦୀ ଦିଆଯାଇ ତାଙ୍କୁ ପ୍ରସନ୍ନ କରାଯାଇଥାଏ । ମନେରଖନ୍ତୁ ଆପଣ ଏହି ଶୁଭକାର୍ଯ୍ୟ ଗୁରୁବାର ଦିନ କରିବେ କାରଣ ଗୁରୁବାର ଦିନ ମାତାଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏବଂ ତାହା ପରଦିନ ଏହି ହଳଦିଆ ଚାଉଳକୁ ନିଜ ପର୍ସ ରେ ରଖନ୍ତୁ । ଦେଖିବେ ଆପଣଙ୍କ ପର୍ସ କଦାବୀ ହେଲେ ଖାଲି ରହିବନାହିଁ ।

ଏହା ଛଡା ମାତାଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ର ଆଉ ଏକ ଉପାୟ ମଧ୍ୟ ଅଛି । ଆପଣ ଗୁରୁବାର ଦିନ ଏକ ଅଶ୍ୱତଗଛ ର ପତ୍ରରେ ସ୍ୱସ୍ତିକ ବନାଇ ମାତାଲକ୍ଷ୍ମୀ ଓ ଶ୍ରୀ ବିଷ୍ଣୁଙ୍କ ଚରଣ ରେ ଅର୍ପଣ କରନ୍ତୁ ଏବଂ ପତ୍ରଟି ଅଳ୍ପ ଟିକେ ଶୁଖିଯିବା ପରେ ତାକୁ ନିଜ ପର୍ସ ରେ ରଖନ୍ତୁ । ହେଲେ ମନକରି ପ୍ରତି ସପ୍ତାହକୁ ଥରେ ଏହି ପତ୍ର କୁ ପାଣି ରେ ବିସର୍ଜନ କରି ନୂଆ ପତ୍ର ରଖନ୍ତୁ ।

ମନେରଖନ୍ତୁ ଚାଉଳକୁ ଆପଣ 3ମାସ ରେ ଥରେ ବଦଳିବା ଦରକାର ଓ ପତ୍ରକୁ ପ୍ରତି ଗୁରୁବାର ଦିନ ଦବଳିବା ଦରକାର । ତେବେ ଆପଣ ଏହି ଉପାୟ ସବୁ ସଠିକ ଭାବେ ଅବଲମ୍ବନ କରନ୍ତି ଓ ମାତାଲକ୍ଷ୍ମୀ କୁ ଭକ୍ତି ସହ ଉପାସନା କରନ୍ତି ତେବେ ଆପଣଙ୍କ ଧନ ର ଅଭାବ କେବେହେଲେ ହେବନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।