ବାହା ହେବାକୁ ବହୁତ ଡରନ୍ତି ଏହି 4 ରାଶିର ଲୋକ -Jyotish Shastra

ହିନ୍ଦୁ ଧର୍ମ ଅନୁସାରେ ବିବାହ ଏକ ପବିତ୍ର ବନ୍ଧନ ଅଟେ । ଏହା ଏପରି ଏକ ବନ୍ଧନ ଯେଉଁଠି କେବଳ ଦୁଇ ହୃଦୟର ନୁହେଁ ବରଂ ଦୁଇ ପରିବାରର ମିଳନ ହୋଇଥାଏ । ଦୁଇ ଅଜଣା ବ୍ୟକ୍ତି ଯେତେବେଳେ ପରସ୍ପର ସହ ମିଶି ପରସ୍ପର ଜୀବନର ଅଂଶୀ ହୁଅନ୍ତି, ଏହାଦ୍ବାରା ଦୁଇ ଜଣଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ହୋଇଥାଏ । ଆଜିକାଲି ପ୍ରାୟ ଲୋକ ପ୍ରେମ ବିବାହ କରୁଛନ୍ତି । କିନ୍ତୁ ଆଜି ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ବିବାହ କରିବାକୁ ଡରନ୍ତି ।

୧- ମିଥୁନ ରାଶି- ଏହି ତାଲିକାରେ ପ୍ରଥମ ହେଲେ ମିଥୁନ ରାଶି ର ଲୋକମାନେ । ଏମାନେ ବିବାହ କରିବାକୁ ଏତେ ଡରନ୍ତି ଯେ ବିବାହର ନାମ ମଧ୍ୟ ମୁଖରେ ଧରନ୍ତି ନାହିଁ । ଏହା ସତ୍ୟ କି ସବୁ ଲୋକ ଦିନେ ନ ଦିନେ ବିବାହ କରନ୍ତି । କିନ୍ତୁ ଏହି ରାଶିର ଲୋକ ବିବାହ ରୁ ବଞ୍ଚି ରହିବାକୁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି ।

୨- କର୍କଟ ରାଶି- ଦ୍ଵିତୀୟରେ ହେଲେ କର୍କଟ ରାଶିର ଲୋକ । ଏମାନେ ବହୁତ ମନମୋଟିଆ ଓ ଶାନ୍ତ ସ୍ୱଭାବର ହୋଇଥିବାରୁ ଜୀବନରେ ଧୋକା ଖାଇବାକୁ ଡରନ୍ତି । ଏମାନଙ୍କୁ ଭୟ ଥାଏ କି କେମିତି ସ୍ବାମୀ/ସ୍ତ୍ରୀ ଏମାନଙ୍କ ଜୀବନରେ ଆସି ଜୀବନକୁ ବିଗାଡି ନ ଦିଅନ୍ତୁ । ଏହି ଭୟ ଯୋଗୁଁ ଏମାନେ ଜୀବନ ସାରା ବିବାହ ନ କରିବାକୁ ଭାବି ନିଅନ୍ତି ।

୩- ଧନୁ ରାଶି- ତୃତୀୟରେ ଧନୁ ରାଶି ର ଲୋକ । ଏହି ରାଶିର ଲୋକମାନେ ବହୁତ୍ ଲାଜକୁଳା ସ୍ୱଭାବର ହୋଇଥାନ୍ତି ଓ କାହା ସହ କଥା ହେବା ପାଇଁ ମଧ୍ୟ ଡରନ୍ତି । ଏହି କାରଣରୁ ଏମାନେ ବିବାହ କରିବାକୁ ମଧ୍ୟ ଡରନ୍ତି ଓ ବିବାହ କରିବାକୁ ପଛଘୁଞ୍ଚା ଦିଅନ୍ତି ।

୪- କୁମ୍ଭ ରାଶି- ଶେଷରେ କୁମ୍ଭ ରାଶି ର ଲୋକ । ଏମାନେ ନା ତ ଶାନ୍ତ ସ୍ୱଭାବର ହୋଇଥାନ୍ତି ନା ହିଁ ଲାଜକୁଳା ହୋଇଥାନ୍ତି । ଏମାନେ ସ୍ଵଭାବ ରେ ଚଞ୍ଚଳ ହୋଇଥିବାରୁ କୌଣସି ଏକ ବ୍ୟକ୍ତିଙ୍କ ପାଖେ ଏମାନଙ୍କ ମନ ରହେନାହିଁ । ସେଥିପାଇଁ ଏମାନେ ମଧ୍ୟ ବିବାହ କରିବାକୁ ପସନ୍ଦ କରନ୍ତି ନାହିଁ । ବରଂ ନିଜ ଇଚ୍ଛାରେ ଜୀବନ କାଟିବାକୁ ଭଲ ପାଆନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।