Jyotish Shastra- ଅତ୍ୟନ୍ତ ଭାଗ୍ୟଶାଳୀ ହେଇଥାନ୍ତି ଏହି 3 ନାମର ଝିଅ

ବ୍ୟକ୍ତିଙ୍କ ରାଶି ବ୍ୟତୀତ ତାଙ୍କ ନାମର ପ୍ରଥମ ଅକ୍ଷରରୁ ମଧ୍ୟ ତାଙ୍କ ସ୍ୱଭାବ ଓ ବ୍ୟକ୍ତିତ୍ୱ ବିଷୟରେ ବହୁତ କିଛି ଜାଣି ହୁଏ । ଆମ ନାମର ପ୍ରଥମ ଅକ୍ଷର ଆମ ବ୍ୟକ୍ତିତ୍ୱ ସହ ଆମ ଜୀବନ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇ ଥାଏ । ସେଥିପାଇଁ ନିଜ ନାମାନୁସାରେ ଜୀବନସାଥୀ ବାଛିବା ଦ୍ୱାରା ଦୁହିଁଙ୍କ ସ୍ୱଭାବ ପରସ୍ପର ସହ ମେଳ ଖାଇଥାଏ, ଯାହା ଉଭୟଙ୍କ ସମ୍ପର୍କ ପାଇଁ ଉତ୍ତମ ହୋଇଥାଏ ।

ଶାସ୍ତ୍ର ଅନୁସାରେ କିଛି ନାମ ଥିବା ବ୍ୟକ୍ତି ମାନଙ୍କୁ ବହୁତ ଭାଗ୍ୟଶାଳୀ ବୋଲି କୁହାଯାଏ । ଏମାନଙ୍କ ନିଜ ଜୀବନ ତ ସୁନ୍ଦର ହୋଇଥାଏ ତା ସହ ଏମାନେ ଯାହା ଜୀବନରେ ଆସନ୍ତି ସେମାନଙ୍କ ଜୀବନ ମଧ୍ୟ ଖୁସିରେ ଭରି ଯାଏ । ତେବେ ଆସନ୍ତୁ ଜାଣିବା ସେହି ତିନି ନାମ ର ଝିଅ ମାନଙ୍କୁ ।

R ନାମର ଝିଅ

ଯେଉଁ ଝିଅମାନଙ୍କ ନାମ R ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ ଉଭୟ ମୁଖ ଓ ହୃଦୟରୁ ଭଲ ହୋଇଥାନ୍ତି ବୋଲି କୁହାଯାଏ । ଏମାନେ ନିଜ ଉତ୍ତମ ହୃଦୟ ଓ କଥାବାର୍ତ୍ତାରୁ ଲୋକଙ୍କୁ ନିଜ ପ୍ରତି ଆକର୍ଷିତ କରିଥାନ୍ତି । ଏହି ଝିଅ ମାନେ ଯାହାକୁ ବିବାହ କରନ୍ତି ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏହି ଝିଅମାନେ ନିଜ ଜୀବନ ସାଥୀଙ୍କୁ ବହୁତ ଅଧିକ ପ୍ରେମ କରିଥାନ୍ତି ଓ ତାଙ୍କ ଖୁସି ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାନ୍ତି । ଏହି ଝିଅ ମାନଙ୍କୁ ନିଜ ଜୀବନ ସାଥି ରୂପରେ ପାଇବା ଭାଗ୍ୟର ବିଷୟ ଅଟେ ।

S ନାମର ଝିଅ

S ଅକ୍ଷରରୁ ନାମ ଆରମ୍ଭ ହେଉଥିବା ଝିଅ ମାନେ ଦେଖିବାକୁ ଯେପରି ସୁନ୍ଦର ହୋଇଥାନ୍ତି ସେପରି ତାଙ୍କ ହୃଦୟ ମଧ୍ୟ ସୁନ୍ଦର ଓ ପରିସ୍କାର ହୋଇଥାଏ । ଏମାନଙ୍କୁ ବିବାହ କରୁଥିବା ପୁଅ ମାନେ ବହୁତ ଭାଗ୍ୟବାନ ଅଟନ୍ତି । ଏମାନେ ନିଜ ଜୀବନସାଥିଙ୍କ ପ୍ରତି ସର୍ବଦା ବିଶ୍ଵସ୍ଥ ରହିଥାନ୍ତି । ନିଜ ଜୀବନ ସାଥୀଙ୍କୁ ଏମାନେ କେବେ ମଧ୍ୟ ଧୋକା ଦିଅନ୍ତି ନାହିଁ ଓ ଛୋଟ ବଡ ପ୍ରତ୍ୟେକ ବିଷୟ ତାଙ୍କ ଜୀବନ ସାଥୀଙ୍କ ସହ ବାଣ୍ଟିବାକୁ ବା ଜଣାଇବାକୁ ବହୁତ ଭଲ ପାଆନ୍ତି । ଜୀବନ ସାଥୀଙ୍କ ଖୁସି ପାଇଁ ଏହି ଝିଅମାନେ ଯଥା ସମ୍ଭବ ସମସ୍ତ କାର୍ଯ୍ୟ କରନ୍ତି । ଏମାନଙ୍କ ପାଇଁ ତାଙ୍କ ଜୀବନ ସାଥୀଙ୍କ ଖୁସି ହିଁ ସବୁକିଛି ଅଟେ । ଏହି ଝିଅ ମାନଙ୍କ ସହ ବିବାହ ଲାଗିଥିଲେ କେବେ ମଧ୍ୟ ବିବାହ ନିମନ୍ତେ ଅସ୍ବୀକାର କରନ୍ତୁ ନାହିଁ ।

P ନାମର ଝିଅ

ଯେଉଁ ମାନଙ୍କ ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଟିକେ ରାଗୀ ସ୍ୱଭାବର ହୋଇଥିଲେ ମଧ୍ୟ ଶୀଘ୍ର ଶାନ୍ତ ମଧ୍ୟ ହୋଇଯାନ୍ତି । ଏମାନଙ୍କ ଠୁ ଉତ୍ତମ ଜୀବନ ସାଥି ବହୁତ କଷ୍ଟରେ ମିଳି ପରେ । ଏମାନେ ନିଜ ଜୀବନ ସାଥୀଙ୍କୁ ନିଜଠୁ ଅଧିକ ପ୍ରେମ କରନ୍ତି । ଏମାନଙ୍କ ଜୀବନର ଉଦ୍ଦେଶ୍ୟ ମଧ୍ୟ ବହୁତ ପରିସ୍କାର ଥାଏ । ଏମାନେ ନିଜ ଜୀବନସାଥିଙ୍କ ସହ ନିଜ ପରିବାରର ମଧ୍ୟ ଖୁବ ଯତ୍ନ ନିଅନ୍ତି ।

ଏମାନେ ଥରେ କିଛି ପ୍ରତିଜ୍ଞା କଲେ ତାହା ନିଶ୍ଚୟ ପୂର୍ଣ୍ଣ କରନ୍ତି । ନିଜ ଜୀବନ ସାଥୀଙ୍କ ଖୁସି ପାଇଁ ଏମାନେ ସବୁ ସମ୍ଭବ ପ୍ରଚେଷ୍ଟା କରନ୍ତି ଓ ଭଲ ମନ୍ଦ ସବୁ ବିଷୟର ଧ୍ୟାନ ରଖନ୍ତି । ସେଥିପାଇଁ ଏହି ନାମର ଝିଅଙ୍କୁ ବିବାହ କରିବା ବହୁତ ଭାଗ୍ୟର କଥା ବୋଲି କୁହାଯାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।