ଏହି ସହଜ ଘରୋଇ ଉପାୟ ଗୋଟେ ଦିନରେ ଫଟା ଗୋଇଠିକୁ କରିଦେବ ଭଲ, ଜାଣନ୍ତୁ କେମିତି

କହିବାକୁ ଗଲେ ବର୍ତ୍ତମାନ ସମୟରେ ସମସ୍ତେ ନିଜର ଶରୀର ସବୁ ଅଙ୍ଗ ପ୍ରତ୍ୟଙ୍ଗର ବହୁତ ଯତ୍ନ କରନ୍ତି । ଏହା ସହିତ ଖାସ କରି ସମସ୍ତେ ନିଜର ଚେହେରାର ଅଧିକ ଧ୍ୟାନ ରଖନ୍ତି । କିନ୍ତୁ କେତେକ ଲୋକମାନେ ବ୍ୟସ୍ତ ରହିବା କାରଣରୁ କିମ୍ବା ଅନ୍ୟ କିଛି କାରଣରୁ ସେମାନେ ନିଜ ପାଦର ଗୋଇଠିର ଯତ୍ନ ନିଅନ୍ତି ନାହିଁ । କାରଣ ଏହା ଅଧିକ କାହାରର ନଜରରେ ଆସି ନ ଥାଏ । ଯାହା ଦ୍ଵାରା କେତେକ ଲୋକମାନେ ଏହାର ଯତ୍ନ ପ୍ରତି ବିଶେଷ ଆଗ୍ରହ କରନ୍ତି ନାହିଁ ।

କିନ୍ତୁ ଗୋଇଠି ବି ଆମ ଶରୀରର ଏକ ମୁଖ୍ୟ ଅଙ୍ଗ ଅଟେ । ଏହା ଭବିଷ୍ୟତରେ ଆପଣଙ୍କ ପାଇଁ କ୍ଷତି କାରକ ପ୍ରମାଣିତ ହୋଇପାରେ । କେତେକ ଲୋକମାନଙ୍କ ଗୋଇଠି ଫାଟି ସେଥିରୁ ରକ୍ତ ବି ବାହାରିଥାଏ । କିନ୍ତୁ ଚିନ୍ତା କରିବାର କୌଣସି ବିଷୟ ନାହିଁ କାରଣ ଆଜି ଆମେ ଆପଣଙ୍କୁ କହିବୁ କି ଆପଣମାନେ ଘରେ ରହି ଏହାର କିପରି ଉପଚାର କରିବେ । ଏହି ଉପାୟ କରିବା ପରେ ଆପଣଙ୍କୁ ବଜାରରୁ କୌଣସି ଔଷଧ କିଣିବା ଦରକାର ନାହିଁ ।

ଏଥିପାଇଁ ପ୍ରଥମେ ଆପଣ ଗୋଟିଏ ଛୋଟ ପାତ୍ର ନିଅନ୍ତୁ । ଏହା ପରେ ଗୋଟିଏ ମହମବତୀ ନିଅନ୍ତୁ ଏବଂ ସେହି ମହମବତୀକୁ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ । ଏହା ପରେ ମହମବତୀକୁ ଗୁଣ୍ଡ କରି ସେହି ପାତ୍ରରେ ରଖନ୍ତୁ । ଏହା ପରେ ଆପଣ ଅନ୍ୟ ଏକ ଛୋଟ ପାତ୍ରରେ ଗୋଟିଏ ଚାମଚ ସୋରିଷ ତେଲ ଢାଲନ୍ତୁ ଏବଂ ଆଗରୁ ନେଇଥିବା ଗୁଣ୍ଡ ମହମବତୀର ଦୁଇ ଚାମଚ ଏହି ସୋରିଷ ତେଲରେ ଭଲ ଭାବରେ ମିଶ୍ରଣ କରି ଦିଅନ୍ତୁ ।

ବର୍ତ୍ତମାନ ଆପଣ ଏହି ମିଶ୍ରଣକୁ ତରଲାଇବା ପାଇଁ ଗରମ କରନ୍ତୁ । ଏହା ପରେ ଏହାକୁ ଦଶରୁ ପନ୍ଦର ମିନିଟ ପର୍ଯ୍ୟନ୍ତ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଯାହା ଦ୍ଵାରା ଏହା ଜମି ଯିବ । ବର୍ତ୍ତମାନ ଏହାକୁ ଆପଣଙ୍କ ଫାଟି ଯାଇ ଥିବା ଗୋଇଠିରେ ରାତିରେ ଶୋଇବା ପୂର୍ବରୁ ଧୀରେ ଧୀରେ ମାଲିସ କରନ୍ତୁ । ସକାଳେ ଶୋଇ ଉଠିବା ପରେ ଗାଧୋଇବା ସମୟରେ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଦେଖିବେ ଆପଣଙ୍କ ଗୋଇଠି ଭଲ ହୋଇଯାଇଛି ।

ଆପଣଙ୍କୁ ଏହି ମିଶ୍ରଣକୁ ସବୁଦିନ ପ୍ରସ୍ତୁତ କରିବା ଦରକାର ନାହିଁ । ଏହି ମିଶ୍ରଣକୁ ଥରେ ତିଆରି କରି ଏହାକୁ ଆପଣ ଫ୍ରିଜ଼ରେ ରଖି ସବୁଦିନ ଅଳ୍ପ ଅଳ୍ପ ବ୍ୟବହାର କରି ପାରିବେ । ଏହାକୁ ଆପଣ ୧୦ ରୁ ୧୫ ଦିନ ପର୍ଯ୍ୟନ୍ତ କରିବାର ଅଛି । ଏହାକୁ କରିବା ଦ୍ଵାରା ଆପଣଙ୍କ ଗୋଇଠି ପୂରାପୂରି ଭଲ ହୋଇଯିବ । ଏହା ଥିଲା ଗୋଇଠିକୁ ଘରେ ରହି ତାହାର ଉପଚାର କରିବାର ଉପାୟ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।