ଜ୍ଵର କାହିଁକି ହୋଇଥାଏ ? ଜ୍ଵର ହେବା ମାତ୍ରେ ମେଡିସନ ଖାଇ ଦେଉଛନ୍ତି କି ? ଜାଣନ୍ତୁ ଏହି ଭୟଙ୍କର କଥା !

ବାହାରର ତାପମାତ୍ରା ଯାହାବି ହେଉ କିନ୍ତୁ ଆମ ଶରୀର ଭିତରର ତାପମାତ୍ରା ସ୍ଥିର ରହିଥାଏ । ଆମ ଶରୀରର ତାପମାତ୍ରା 37 ଡିଗ୍ରୀ ସେଲସିୟସ ଏବଂ ୯୮.୬ ଡିଗ୍ରୀ ଫାରେନହାଇଟ ରହିଥାଏ । କିନ୍ତୁ ବେଳେ ଆମ ଶରୀର ଭିତରର ତାପମାତ୍ରା ବହୁତ ବଢି ଯାଇଥାଏ । ଯାହାଫଳରେ ଆମକୁ ଥଣ୍ଡା ଲାଗିବା ସହ ଆମ ଦେହ ଅସୁସ୍ଥ ଲାଗିଥାଏ । ମନେରଖନ୍ତୁ ପ୍ରାୟତଃ ଅଧିକାଂଶ ସମୟରେ ହେଉଥିବା ଜ୍ଵର କୌଣସି ସଂକ୍ରମଣ କାରଣରୁ ହୋଇଥାଏ ।

ପୁରା ଦିନ ମଧ୍ୟରେ ଆମ ଶରୀର ତାପମାତ୍ରା ଗୋଟିଏ ଡିଗ୍ରୀ ବଢେ ବା କମିଥାଏ । ତେବେ ଜ୍ଵର ସେହି ସମୟରେ ହୋଇଥାଏ ଯେତେବେଳେ ଆମ ଶରୀରର ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ଏବଂ ୧୦୦ ଡିଗ୍ରୀ ଫାରେନହାଇଟରୁ ଅଧିକ ବଢିଥାଏ । ଏଥିରୁ ଗୋଟିଏ ପ୍ରଶ୍ନ ଆସିଥାଏ କି ଆମ ଦେହ ଗରମ କାହିଁକି ହୋଇଥାଏ ବା କାହିଁକି ତାପମାତ୍ରା ବଢିଥାଏ ? ବହୁତ ଲୋକଙ୍କୁ ଲାଗିଥାଏ କି ଜ୍ଵର ହେଉଛି ଏକ ରୋଗ । କିନ୍ତୁ ଜ୍ଵର ଏକ ରୋଗ ନୁହେଁ ବରଂ ଏହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଏବେ ଆପଣ ଭାବୁଥିବେ ଏହା କିପରି ସମ୍ଭବ ? ଜାଣି ରଖନ୍ତୁ ଯେ ଆମ ଶରୀରରେ ଇମ୍ୟୁନିଟି ପାଇଁ ଜ୍ଵର ହୋଇଥାଏ । ରୋଗ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆ ସହ ଲଢେଇ କରି ଆମ ଇମ୍ଯୁନ ସେଲ୍ ଆମକୁ ରୋଗରୁ ରକ୍ଷା କରିଥାଏ । ଇମ୍ୟୁନିଟି ଆମ ଶରୀରର ଏକ ଶକ୍ତି ଯାହା ଆମକୁ ରୋଗରୁ ବଞ୍ଚେଇ ରଖିଥାଏ ।

ଶରୀରର ତାପମାତ୍ରା ବଢିବା ଦ୍ଵାରା ଆମ ଶରୀରରେ ଥିବା ବହୁ କ୍ଷତିକାରକ ଭାଇରସ ଏବଂ ବ୍ୟାକ୍ଟେରିଆ ସେହି ତାପମାତ୍ରାକୁ ସହି ପାରନ୍ତି ନାହିଁ । ଆମ ଶରୀରରେ ବଢୁଥିବା ତାପମାତ୍ରା ତାଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ତେଣୁ ଜ୍ଵର ଆମ ଶରୀର ପାଇଁ ଭଲ ହୋଇଥାଏ । ପ୍ରାୟତଃ ଜ୍ଵର ହେଲେ ଏହା ଦୁଇରୁ ଚାରିଦିନ ପାଇଁ ଆମ ଶରୀରରେ ରୁହେ । ଜ୍ଵର ହେଲେ ଆମ ଶରୀରରୁ ବହୁତ ଝାଳ ବୋହିଥାଏ ଓ ଜଳୀୟ ଅଂଶ କମି ଯାଇଥାଏ ।

ତେଣୁ ଯେତେବେଳେ ଜ୍ଵର ହୁଏ ଆପଣଙ୍କୁ ଅଧିକ ପାଣି ପିଇବା ପାଇଁ ଏବଂ ଆରାମ କରିବା ପାଇଁ କୁହା ଯାଇଥାଏ । ଜ୍ଵର ହେଲେ ସବୁବେଳେ ମେଡ଼ିସିନ ନେବା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । କାରଣ ଏହା ଆମ ଇମ୍ଯୁନ ସେଲ୍ କୁ ନଷ୍ଟ କରି ଦେଇଥାଏ ।

ତେଣୁ ପ୍ରାୟତଃ ଜ୍ଵର ହେଲେ ଆପଣ ମେଡ଼ିସିନ ଖାଇବା ଉଚିତ ନୁହେଁ । କିନ୍ତୁ ସାମାନ୍ଯ ଜ୍ଵର କିମ୍ବା ଥଣ୍ଡା ହେଲେ ମେଡ଼ିସିନ ଖାଇବାର କିଛି ଲୋକଙ୍କର ଅଭ୍ଯାସ ଥାଏ । ଯଦି ଆପଣଙ୍କର ଜ୍ଵର ଅଧିକ ବଢୁଛି କିମ୍ବା ଆପଣ ଅଧିକ ଅସୁସ୍ଥ ଅନୁଭବ କରୁଛନ୍ତି ତେବେ ସବୁବେଳେ ଡାକ୍ତରଙ୍କୁ ପରାମର୍ଶ କରି ହିଁ ମେଡ଼ିସିନ ଖାଇବା ପାଇଁ ଚେଷ୍ଟା କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।