ଜୁନିୟର Tendulkar ଙ୍କ ବୋଲିଂ ବୁଝି ପାରୁନାହାନ୍ତି ବ୍ୟାଟ୍ସମ୍ୟାନ, ନିଜ ବୋଲିଂରେ ସମସ୍ତଙ୍କୁ ଇମ୍ପ୍ରେସ କରୁଛନ୍ତି Arjun

ଆଇପିଏଲ ରେ ଚମକୁଛନ୍ତି ଜୁନିୟର ତେନ୍ଦୁଲକର । ଇନ ସୁଇଂ ଆଉଟ ସୁଇଂ କରି ଦେଖାଉଛନ୍ତି କମାଲ । ସ୍ଲୋ ବୋଲିଂରେ ବି ଏମିତି ଟର୍ଣ୍ଣ କରୁଛନ୍ତି ଯେ ବ୍ୟାଟ୍ସମ୍ୟାନ ବୁଝି ପାରୁନାହାନ୍ତି । କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସୁଯୋଗ୍ୟ ସନ୍ତାନ ଅର୍ଜୁନ ତେନ୍ଦୁଲକର ଚଳିତ ଆଇପିଏଲରେ ଡେବ୍ଯୁ କରି ସାରିଛନ୍ତି । ପ୍ରଥମ ମ୍ୟାଚରେ ନିଜ ବୋଲିଂର ଏମିତି କମାଲ ଦେଖାଇଥିଲେ ଯେ ବାପା ସଚିନ ତେନ୍ଦୁଲକର ପାଭିଲିୟନରେ ବସି କାନ୍ଦି ପକାଇଥିଲେ ।

ଆଉ କାଲି ସନରାଇଜର୍ସ ହାଇଦ୍ରାବାଦର ଖେଳାଳିଙ୍କୁ ନାକରେ ପାଣି ପିଆଇଛନ୍ତି ଅର୍ଜୁନ । ପ୍ରଥମେ 2 ଓଭର ବୋଲିଂ କରି ମାତ୍ର 14 ରନ୍ ଦେଇଥିଲେ ଅର୍ଜୁନ । ଅନେକ ଲୋକ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବାରେ ଲାଗିଥିବା ବେଳେ ଅର୍ଜୁନ ଲଗାତାର ତାଙ୍କ କମାଲ ଦେଖାଇ ଚାଲିଛନ୍ତି । ଆଉ ତାଙ୍କ ବୋଲିଂ ସମାଲୋଚକଙ୍କ ମୁହଁ ବନ୍ଦ କରିବା ସହ ସମସ୍ତେ ତାଙ୍କ ପାଇଁ ଖୁସି ହେଉଛନ୍ତି । ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ବୋଲି କୁହାଯାଏ ।

କ୍ରିକେଟ ଦୁନିଆରେ ସେ ନିଜର ଏକ ସ୍ଵତନ୍ତ୍ର ପ୍ରତି ଛବି ଛାଡି ଯାଇଛନ୍ତି ଯାହା କ୍ରିକେଟ ଇତିହାସରେ ଚିରଦିନ ପାଇଁ ଲିପିବଦ୍ଧ ହୋଇ ରହିବ । ଆଉ ଏବେ ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଯଦି ବାପାଙ୍କ ଭଳି ଚମତ୍କାରୀ ପ୍ରଦର୍ଶନ କରନ୍ତି ତେବେ ଭାରତୀୟ କ୍ରିକେଟ ଦଳ ଯେ ଆଉ ଜଣେ ତେନ୍ଦୁଲକରଙ୍କୁ ପାଇବ ଏଥିରେ କୌଣସି ସନ୍ଦେହ ନାହିଁ ।

ଭାରତୀୟ ଦଳ ପାଇଁ ବାମହାତୀ ବୋଲିଂ ଅତ୍ୟନ୍ତ ଜରୁରୀ । ଏହି ବୋଲର ମାନେ ହିଁ ବ୍ୟାଟ୍ସମ୍ୟାନଙ୍କୁ ଅଧିକ ସମୟରେ ଚକମା ଦେଇ ପାରନ୍ତି । ଭାରତୀୟ ଦଳରେ ବାମହାତୀ ବୋଲର ଖୁବ କମ୍ ରହିଥିବା ବେଳେ ଅର୍ଜୁନ ଯଦି ଭଲ ଖେଳ ପ୍ରଦର୍ଶନ କରନ୍ତି ତେବେ ଟିମ୍ ଇଣ୍ଡିଆ ପାଇଁ ହୀରା ପାଲଟିବେ । କଲିକତା ନାଇଟ ରାଇଡ଼ର୍ସ ବିପକ୍ଷ ମ୍ଯାଚରେ ଅର୍ଜୁନ ଡେବ୍ୟୁ କରିଥିବା ବେଳେ 2 ଓଭର ବୋଲିଂ କରି ମାତ୍ର 17 ରନ୍ ଦେଇଥିଲେ ।

ହେଲେ ଅର୍ଜୁନଙ୍କୁ ୱିକେଟ ମିଳି ପାରି ନଥିବା ବେଳେ ଗତକାଲି ସେ ପ୍ରଥମ ୱିକେଟ ହାସଲ କରିଛନ୍ତି । ଭୁବନେଶ୍ବର କୁମାରଙ୍କୁ ଆଉଟ କରିବା ସହ ନିଜ ଖାତା ଖୋଲିଛନ୍ତି ଅର୍ଜୁନ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।