ଦେଖନ୍ତୁ ଭିଡିଓ : ଜଙ୍ଗଲରେ ଘାସ ଖାଉଥିବାର ନଜର ଆସିଲା ସିଂହ, କାରଣ ଜାଣିଲେ ଆପଣ ବି କହିବେ ପଶୁମାନଙ୍କର ବି ବୁଦ୍ଧି ଅଛି

କହିବାକୁ ଗଲେ ସିଂହ ଏକ ସାହସୀ ଓ ଦବଙ୍ଗ ପଶୁ ଅଟେ । ତାହାର ଶକ୍ତି ଓ ଜଙ୍ଗଲରେ ରାଜ କରିବା କାରଣରୁ ଆମେ ତାକୁ ଜଙ୍ଗଲର ରାଜା ବି କହିଥାଉ । ସିଂହ ଜଙ୍ଗଲର ସବୁଠୁ ବଡ ଶିକାରୀ ହୋଇଥାଏ । ସିଂହ ଏକ ମାଂସାହାରୀ ପ୍ରାଣୀ ଅଟେ ଓ ସେ ଅନ୍ୟ ଘାସ ପତ୍ର ଖାଉଥିବା ଶାକାହାରୀ ପ୍ରାଣୀମାନଙ୍କର ଶିକାର କରିଥାଏ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ଭିଡିଓ ନେଇ ଆସିଛୁ । ଯେଉଁଥିରେ ଆପଣ ଦେଖି ପାରିବେ କି ସିଂହ ମାଟିରେ ଥିବା ଘାସର ସେବନ କରୁଛି ।

କହିବାକୁ ଗଲେ ଘାସ ଖାଉଥିବା ଏହି ଭିଡିଓ ଇଣ୍ଟର୍ନେଟରେ ବହୁତ ଭାଇରାଲ ହେଉଛି । ସଠିକ ରୂପରେ ତ କହି ହେବ ନାହିଁ କିନ୍ତୁ ଏହି ଭିଡିଓ ଗୁଜୁରାଟ “ଗିର ଫରେସ୍ଟ’ର ବୋଲି କୁହାଯାଉଛି । ଭିଡିଓରେ ଦେଖା ଯାଉଛି କି ସିଂହ ସର୍ବ ପ୍ରଥମେ ଘାସର ସେବନ କରୁଛି ଓ ଏହା ପରେ କିଛି ସମୟ ଏହାକୁ ଚୋବାଇବା ପରେ ଏକ ଅଦ୍ଭୁତ ଜିନିଷ ହେଉଛି । ସେ ପୁଣି ଥରେ ପେଟରୁ କିଛି ଖାଦ୍ୟ ବାହାରକୁ ବାହାର କରି ଦେଉଛି ।

ଏହି କାରଣରୁ ସିଂହ ଖାଇ ଥାଏ ଘାସ

ସୁତ୍ର ଅନୁସାରେ ସିଂହ ପ୍ରାୟତଃ ଘାସ ଖାଇଥାଏ । ପୁଣି ତାକୁ ବାନ୍ତି କରି ବାହର କରିଦିଏ । ଏହା ସେ ନିଜର ଅନ୍ତ ଗୁଡିକୁ ସଫା କରିବା ପାଇଁ କରିଥାଏ । କେବଳ ସିଂହ ନୁହେଁ ବିଲେଇ ପ୍ରଜାତିର ସମସ୍ତ ପଶୁ ବି ଘାସ ଖାଇଥାନ୍ତି । ସେ ଏହାର ବ୍ୟବହାର ପ୍ରାକୃତିକ ରେଚକ (laxative) ରୂପରେ କରିଥାନ୍ତି । ଏହା ଦ୍ଵାରା ତାଙ୍କ ଡାଏଟରେ ଫାଇବର ବି ଆଡ ହୋଇ ଯାଏ ।

ଏହି ଘାସ ଓ ସେଥିରେ ଥିବା laxative ପଶୁମାନଙ୍କର କୀଟ, ପର, ହାଡ, ଚମଡା ଇତ୍ୟାଦି ଜିନିଷକୁ ହଜମ କରିବାରେ ସାହାର୍ଯ୍ୟ କରିଥାଏ । ପ୍ରାୟତଃ ମାଂସାହାରୀ ଜୀବ ଶିକାର ପରେ ଏହିଭଳି କରି ଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।