June ମାସରେ 4 ରାଶିରେ ଘଟିବାକୁ ଯାଉଛି ଭୟଙ୍କର ଘଟଣା, ଘଟିପାରେ ବଡ ଅଘଟଣ !

ରାଶିଚକ୍ରରେ ଥିବା ୧୨ଗୋଟି ରାଶିଙ୍କ ରାଶିଫଳ ଗ୍ରହ ମାନଙ୍କର ପରିଚାଳନାରୁ ନିର୍ଦ୍ଧାରିତ ହୋଇଥାଏ । ଏମାନଙ୍କ ଉପର ଗ୍ରହ ମାନଙ୍କର ସିଧା ପ୍ରଭାବ ପଡିଥାଏ । କାହା ଉପରେ ଶୁଭ ପ୍ରଭାବ ପଡୁଥିବା ବେଳେ କାହା ଉପରେ ଖରାପ ପ୍ରଭାବ ମଧ୍ୟ ପଡିଥାଏ । ରାଶିଙ୍କ ଚାଲାଣରେ ପରିବର୍ତ୍ତନ ସହ ବ୍ୟକ୍ତିଙ୍କ ଭାଗ୍ୟ ମଧ୍ୟ ବଦଳୁଥାଏ । ଏହି ଗ୍ରହଙ୍କ ଚଳନରେ ପରିବର୍ତ୍ତନ ଯୋଗୁଁ ଆସନ୍ତା ଜୁନ ମାସରେ ଚାରିଗୋଟି ରାଶିଙ୍କ ଭାଗ୍ୟଙ୍କ ଭାଗ୍ୟରେ ଭୟଙ୍କର ଘଟଣା ଘଟିବାକୁ ଯାଉଛି । ତେଣୁ ଏମାନଙ୍କୁ ସାବଧାନ ରହିବାକୁ ହେବ ।

ମିଥୁନ ରାଶି: ଆସନ୍ତା ଜୁନ ମାସଟି ଆପଣଙ୍କ ପାଇଁ ସେତେ ଭଲ ଫଳ ଆଣିବ ନାହିଁ । ଲୋପପ୍ରିୟତା ହ୍ରାସ ପାଇବ ଓ ଅର୍ଥାଭାବ ମଧ୍ୟ ହୋଇପାରେ । ଆକସ୍ମିକ କୌଣସି କଳହରେ ପଡିବା ସହ ଆର୍ଥିକ କ୍ଷତି ସହିବେ । ଏହି ମାସରେ ଆପଣ କୌଣସି ଏକ ବଡ ଯୋଜନାରେ ପରିବର୍ତ୍ତନ କରିପାରନ୍ତି । ପରିବାରରେ ଜଞ୍ଜାଳ ବଢିବ ଓ ଖର୍ଚ୍ଚ ବଢିବାରୁ ଆପଣ ବିଚଳିତ ରହିବେ । ଆତ୍ମୀୟ ମାନଙ୍କ ଦ୍ଵାରା ଅସୁବିଧାରେ ପଡ଼ିପାରନ୍ତି । ଆପଣଙ୍କ ପାଇଁ ପ୍ରତିକାରକ ହେଉଛି ଗାଈକୁ ସବୁଜ ଘାସ ବା ଅନ୍ୟକିଛି ଖାଦ୍ଯ ଖାଇବାକୁ ଦିଅନ୍ତୁ ।

କର୍କଟ ରାଶି: ଆସନ୍ତା ମାସରେ ଆପଣଙ୍କ ମାନସିକ ଅଶାନ୍ତି ବଢିବାରେ ଓ ଦୂର ବନ୍ଧୁଙ୍କ ଦ୍ଵାରା ଅପମାନିତ ହୋଇପାରନ୍ତି । ଅଯଥା କାମରେ ତାଙ୍କ ବିନିଯୋଗ କରିବେ ଓ ଅବାଞ୍ଛିତ ପରିସ୍ଥିତିରେ ପଡ଼ିପାରନ୍ତି । ଶାରୀରିକ ଯନ୍ତ୍ରଣା ହେବା ସହ ଆପଣଙ୍କ ପାଇଁ ପରିବାରରେ କଳହ ସୃଷ୍ଟି ହୋଇପାରେ । କାର୍ଯ୍ୟରେ ମଧ୍ୟ ଅବନତି ଘଟିପାରେ । ଆପଣଙ୍କ ପାଇଁ ପ୍ରତିକାରକ ହେଉଛି ନିଜ ସକ୍ଷମ ଅନୁସାରେ ଗରିବ ଲୋକଙ୍କୁ କିଛି ଅନ୍ନ ଦିଅନ୍ତୁ ବା ସାହାଯ୍ୟ କରନ୍ତୁ ।

ମୀନ ରାଶି: ଅର୍ଥ ଅଭାବର ଆଭାସ ମିଳିବ । ନିଜ ପରିବେଶରେ ପରିବର୍ତ୍ତନ ହେବ ଓ ମାନ ସମ୍ମାନ ହାନି ଘଟିପାରେ । ଉପଯୁକ୍ତ ନ୍ୟାୟ ପାଇ ନ ପାରନ୍ତି ଓ ପରିବାରରରେ ମଧ୍ୟ ବିଶୃଙ୍ଖଳା ଦେଖା ଦେଇପାରେ । ଉପରିସ୍ଥ କତ୍ତୃପକ୍ଷଙ୍କ ଚାପ ବଢିଯିବ ଓ ଆଳସ୍ୟ ଅନୁଭବ କରିବେ । ହଠାତ କୌଣସି ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି, ତେଣୁ ସର୍ବଦା ସାବଧାନ ରୁହନ୍ତୁ । ଆପଣଙ୍କ ପାଇଁ ପ୍ରତିକାରକ ହେଉଛି ପ୍ରତ୍ଯେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ ଓ ହନୁମାନ ମନ୍ଦିରକୁ ଯାଇ ତାଙ୍କ ଚରଣରେ ମୁଣ୍ଡିଆ ମାରନ୍ତୁ ।

ବିଛା ରାଶି: ଭୟଭୀତ ମଧ୍ୟରେ ସମୟ ବିତାଇବେ ଓ ବହୁତ ଦିନର ଅନୁସନ୍ଧାନରେ ବିଫଳ ହେବେ । ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ । ଏଇ ସମୟରେ ଆପଣଙ୍କ ମାନସିକ ଚାପ ବଢିପାରେ ଓ ବ୍ୟସ୍ତତା ମଧ୍ୟରେ ସମୟ କଟିପାରେ । ଗୃହରେ କ୍ଲେଶ ଦେଖାଦେବା ସହ ଅଭାବ ଅନାଟନରେ ଦିନ କଟିପାରେ । ବିଶ୍ବାସଘାତକତାର ଶିକାର ହୋଇପାରନ୍ତି ।

ଶରୀର ପ୍ରତି ମଧ୍ୟ କଷ୍ଟ ରହିଛି । ତେଣୁ ସତର୍କ ରୁହନ୍ତୁ । ଆପଣଙ୍କ ପାଇଁ ପ୍ରତିକାରକ ହେଉଛି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ବା ବସ୍ତ୍ର ଦାନ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।