ଏହି ତାରିଖରୁ ଲାଗୁ ହେବ ନୂଆ ଶ୍ରମ ଆଇନ, ଏଥର ସପ୍ତାହକୁ ୪ ଦିନ କାମ ଓ ୩ ଦିନ ମିଳିବ ଛୁଟି, ଦେଖନ୍ତୁ ପୁରା ଲିଷ୍ଟ

ଜୁଲାଇ ପହିଲାରୁ ଦେଶରେ ଲାଗୁ ହେବାକୁ ଯାଉଛି ନୂଆ ଶ୍ରମ ଆଇନ । ଉଭୟ ଶ୍ରମିକ ଓ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଆସିବ । ଜୁଲାଇ ମାସରୁ ଦେଶରେ ନୂଆ ଶ୍ରମ କୋଡ୍ ପ୍ରଚଳିତ ହୋଇପାରେ । ଦେଶରେ ପୂର୍ବରୁ ପ୍ରଚଳିତ ଶ୍ରମ ଆଇନରେ ସଂସ୍କାର ଆଣିବା ପାଇଁ ଯୋଜନା କରୁଛନ୍ତି ସରକାର । ଆସନ୍ତା ଜୁଲାଇ ୧ ତାରିଖରୁ ଏହାକୁ ଲାଗୁ କରିବା ପାଇଁ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ସରକାର ୨୯ଟି କେନ୍ଦ୍ରୀୟ ଶ୍ରମ ନିୟମକୁ ପରିବର୍ତ୍ତନ କରି ଚାରୋଟି କୋଡ୍ ରେ ପରିବର୍ତ୍ତନ କରିଛନ୍ତି ।

ନୂଆ ଶ୍ରମ କୋଡ୍ କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ଉପରେ ଏହାର କଣ ପ୍ରଭାବ ପଡିବ ଆସନ୍ତୁ ଦେଖିବା । ନୂଆ ଶ୍ରମ ଆଇନ କାର୍ଯ୍ୟକାରୀ ହେଲେ ଅଫିସରେ କର୍ମଚାରୀ ମାନଙ୍କର କାମ କରିବାର ସମୟ ପରିବର୍ତ୍ତନ ପାଇଁ ସୁଯୋଗ ମିଳିବ । ସରକାର ୪ ଦିନ କମ ଓ ୩ ଦିନ ଛୁଟି ବୋଲି କହୁଥିବା ବେଳେ ଏହାକୁ ଅସୁଲ କରିବାର ବାଟ ମଧ୍ୟ କରିଛନ୍ତି । କାରଣ ଏଣିକି ୮ ଘଣ୍ଟା ବଦଳରେ ଦିନକୁ ୧୨ ଘଣ୍ଟା କାମ କରିବାକୁ ପଡିବ ।

ଦରମାର ନଗଦ ରାଶି ଏବଂ ଭବିଷ୍ୟନିଧି ପାଣ୍ଠିକୁ କର୍ମଚାରୀଙ୍କ ଦରମାରୁ କାଟି ଜମା କରା ଯାଉଥିବା ଅର୍ଥର ପରିମାଣ ବଦଳିବ । ମୂଳ ଦରମାକୁ ମୋଟ ଦରମାର ୫୦ ପ୍ରତିଶତରେ ସୀମିତ ରଖାଯିବ । ହେଲେ ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ଦରମା କମିଯିବ । ଅବସର ପରେ ମିଳୁଥିବା ଗ୍ରାଚୁଇଟି ଅର୍ଥର ପରିମାଣ ମଧ୍ୟ ବଢିବ । ଫଳରେ ଅବସର ପରେ କର୍ମଚାରୀମାନେ ଭଲରେ ଜୀବନ କାଟିପରିବେ ବୋଲି କହୁଛନ୍ତି ସରକାର ।

ନିଯୁକ୍ତି ସମୟରେ ଜଣେ କର୍ମଚାରୀ ଗୋଟିଏ ବର୍ଷ ଅବଧି ମଧ୍ୟରେ ବକେୟା ଛୁଟିକୁ ପରବର୍ତ୍ତୀ ବର୍ଷରେ ନେଇପାରିବେ । ଯଦି କୌଣସି କର୍ମଚାରୀ ଛୁଟି ନ ନିଅନ୍ତି ତେବେ ତାଙ୍କୁ ଛୁଟି ବାବଦକୁ ଅଧିକ ପାଉଣା ମିଳିବ । ପୂର୍ବ ନିୟମ ଅନୁଯାୟୀ ବର୍ଷକୁ ୨୪୦ ଦିନ କାମ କରୁଥିବା ବେଳେ ଛୁଟି ମିଳୁଥିଲା । ଏଣିକି ୧୮୦ ଦିନ କାମ କଲେ ଛୁଟି ଲାଗୁ ହେବ । ଦେଶରେ ପ୍ରଚଳିତ ଥିବା ଶ୍ରମ ଆଇନରେ ସରକାର ସଂସ୍କାର ଆଣିବା ସହ ଜୁଲାଇ ପହିଲା ଠାରୁ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଯୋଜନା ହୋଇଛି ।

ଏହି ନୂଆ ନିୟମ ଦେଶର ପୁଞ୍ଜି ନିବେଶକୁ ବଢାଇବ ବୋଲି ସରକାର କହୁଥିବା ବେଳେ ଏହି ନିୟମ ଲାଗୁ ହେଲେ ଶ୍ରମିକ ମାନେ ବ୍ୟାପକ ଖ୍ଯାତି ସହିବେ ବୋଲି ବିଭିନ୍ନ ଶ୍ରମିକ ସଙ୍ଘ ପକ୍ଷରୁ ବିରୋଧ ହୋଇଛି । ବଡ ବଡ ଶିଳ୍ପପତିଙ୍କ ସାର୍ଥ ପାଇଁ ଏହି ଆଇନ ହୋଇଛି ବୋଲି ଅଭିଯୋଗ ହୋଇଛି ।

କିଛି ରାଜ୍ୟ ଏଯାଏଁ ଚାରୋଟି ଶ୍ରମ କୋଡ୍ ର ଢାଞ୍ଚା ପ୍ରସ୍ତୁତ କରିନାହାନ୍ତି । କେବଳ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଚିଠା ନିୟମ ଜାରି କରିଛନ୍ତି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାମେଶ୍ଵର ତେଲି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।