ନିଶା ସେବନ ମଣିଷକୁ ଅନ୍ଧ କରିଦିଏ । ନିଶାସକ୍ତ ହୋଇ ହିତାହିତ ଜ୍ଞାନ ହରାଇ ବସେ ମଣିଷ । ଆଉ ଛୋଟ ଭୁଲ ପାଇଁ ନିଜର ମାନ ସମ୍ମାନ ହରାଇ ବସେ । ବିଭିନ୍ନ ସମୟରେ ନିଶାସକ୍ତ ହୋଇ ଯୁବକ କିମ୍ବା ଯୁବତୀ ବିଚ୍ ରାସ୍ତାରେ ଉତ୍ପାତ ମଚାଉଥିବାର ଭିଡିଓ ଦେଖିବାକୁ ମିଳେ । ବର୍ତ୍ତମାନ ଏହିଅପରି ଆଉ ଏକ ଘଟଣାର ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭାଇରାଲ ହେବାରେ ଲାଗିଛି । ଯୁବତୀ ଜଣକ ନିଶାସକ୍ତ ହୋଇ କିପରି ବିଚ୍ ରାସ୍ତାରେ ଉତ୍ପାତ ମଚାଉଛନ୍ତି ଦେଖିଲେ ଆପଣଙ୍କୁ ବିଲକୁଲ ବି ଭଲ ଲାଗିବନି ।
ଏହି ଅଭାବନୀୟ ଘଟଣାଟି ହେଉଛି ପୁରୀ ବଡଦାଣ୍ଡର । ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ନିଶାସକ୍ତ ହୋଇ ଯୁବତୀ ଜଣକ କିପରି ଛକ ଉପରେ ବିଚ୍ ରାସ୍ତାରେ ଉତ୍ପାତ କରୁଛନ୍ତି । ଯୁବତୀ ଜଣକ ମଦ ପିଇ ଲୋକଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ମଧ୍ୟ କରିଥିବା ନେଇ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଅନେକ ଲୋକ ଜମା ହୋଇ ଯାଇଥିଲେ । ସମସ୍ତେ ଯୁବତୀଙ୍କ କରନାମା ଭିଡିଓ ମାଧ୍ୟମରେ ଉତ୍ତୋଳନ କରିଥିଲେ । ଯୁବତୀଙ୍କ ସହ ଜଣେ ଯୁବକ ଥିବାର ମଧ୍ୟ ଦେଖିବାକୁ ମିଳୁଛି ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ଏବଂ ସେହି ସ୍ଥାନର ପରିବେଶକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଯୁବତୀଙ୍କୁ ଆୟତ୍ତ କରିବାରେ ପୋଲିସ ବିଫଳ ହୋଇଥିଲା । ଅନେକ ସମୟ ଧରି ସେଠାରେ ଗହଳି ଲାଗି ରହିଥିଲା । ଯୁବତୀ ଜଣକ ପୋଲିସ ଭ୍ୟାନ ଭିତରେ ବାହାରକୁ ବାହାରି ଠିଆ ହୋଇ ଲୋକଙ୍କୁ ଗାଳି କରୁଛନ୍ତି ।
ଯୁବତୀ ନିଶାସକ୍ତ ଥିବାର ଫାଇଦା ଉଠାଇ ବାହାରେ କିଛି ବ୍ୟକ୍ତି ମଧ୍ୟ ତାଙ୍କୁ ଉସୁକାଇ ଥିବାର ଦେଖିବାକୁ ମିଳୁଛି । ବିଚ୍ ରାସ୍ତାରେ ଯୁବତୀଙ୍କ ଏଭଳି କାଣ୍ଡ ନିହାତି ଭାବେ ଅତ୍ୟନ୍ତ ଲଜ୍ୟାଜନକ । ଆଜିର ଯୁବପିଢି ନିଶା ସେବନ କରି ସେଥିପ୍ରତି ଆସକ୍ତ ହୋଇ ଏଭଳି ଆଚରଣ କରିବା ନିହାତି ଭାବେ ଅତ୍ୟନ୍ତ ନିନ୍ଦନୀୟ ଏବଂ ଆମ ଦେଶ ଓ ରାଜ୍ୟର ଭବିଷ୍ୟତ ପାଇଁ ଏକ ବଡ ଚିନ୍ତାର ବିଷୟ ମଧ୍ୟ ।
ତେବେ ଅନେକ ସମୟ ଧରି ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ପରେ ଶେଷରେ ପୋଲିସ ଉକ୍ତ ଯୁବତୀଙ୍କୁ ସେଠାରୁ ଉଠାଇ ନେଇଥିଲା । ଆଉ ତା’ପରେ ସେଠାକାର ମହୋଲ ଶାନ୍ତ ପଡିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।