ସାଧାରଣତଃ ଆମ ଦେଶରେ ଯୁବତୀ ଓ ମହିଳାମାନେ ଦୁଷ୍କର୍ମର ଶିକାର ହେଉଥିବା ଖବର ପ୍ରତିଦିନ ସାମ୍ନାକୁ ଆସେ । କିନ୍ତୁ ଏଠାରେ ଏହାର ଏକଦମ ବ୍ୟତିକ୍ରମ ଦେଖିବାକୁ ମିଳିଛି । କାର୍ ଅଟକାଇ ରାସ୍ତାରେ ଯାଉଥିବା ଯୁବକଙ୍କୁ ଆଡ୍ରେସ ପଚାରିଲେ । ଆଉ ଦେଖୁ ଦେଖୁ ଆଖିରେ ମାରିଦେଲେ କେମିକାଲ ସ୍ପ୍ରେ । ଏହାପରେ କିଡନାପ କରି ନେଇ ଜଙ୍ଗଲରେ ଶରୀରର ଭୋକ ମେଣ୍ଟାଇଲେ । ଚାରିଜଣ ଯୁବତୀ ଦ୍ଵାରା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଯୁବକ ।
ଯାହାକୁ ନେଇ ଥାନାର ଦ୍ଵାରସ୍ଥ ହୋଇଛନ୍ତି ପୀଡିତ ଯୁବକଜଣକ । ପଞ୍ଜାବରେ ହୋଇଥିବା ଏହିଭଳି ଏକ ଗଣଦୁଷ୍କର୍ମକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଯିଏ ବି ଏକଥା ଶୁଣୁଛି ସେ ଅବାକ ହୋଇ ଚାହିଁ ରହୁଛି । ପଞ୍ଜାବରେ ଚାରିଜଣ ଯୁବତୀ ମିଶି ଜଣେ ଯୁବକଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯୌନ ନିର୍ଯ୍ୟାତନା ସହ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ପୀଡିତ ଯୁବକ । ପଞ୍ଜାବର ଜଲନ୍ଧରରେ ଏଭଳି ଏକ ଘଟଣା ସମସ୍ତଙ୍କ ହୋସ୍ ଉଡେଇ ଦେଉଛି ।
ଯୁବକଙ୍କ ବୟାନ ଅନୁଯାୟୀ, ସେ ରାସ୍ତାରେ ଯାଉଥିବା ବେଳେ କାର୍ ରେ ଆସୁଥିବା ଚାରିଜଣ ଯୁବତୀ ଗାଡି ଅଟକାଇ ଥିଲେ । ଆଉ ଆଡ୍ରେସ ପଚାରିବା ବାହାନାରେ ତାଙ୍କ ଆଖିରେ କେମିକାଲ ସ୍ପ୍ରେ ମାରି ଦେଇଥିଲେ । ଏହାପରେ ତାଙ୍କୁ ଜୋର ଜବରଦସ୍ତ ଜଙ୍ଗଲକୁ ନେଇ ଯାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ଉଦ୍ଦେଶ୍ୟରେ ହିଁ ତାଙ୍କୁ ଅପହରଣ କରା ଯାଇଥିଲା ବୋଲି ସେ ବୟାନରେ କହିଛନ୍ତି ।
ବିଳମ୍ବିତ ରାତିରେ ଯୁବକଙ୍କ ସହ ଏଭଳି କାଣ୍ଡ ଘଟାଇବା ପରେ ଭୋର ତିନିଟା ବେଳକୁ ଯୁବକଙ୍କୁ ରାସ୍ତାରେ ଫୋପାଡି ଦେଇ ସେଠାରୁ ଖସି ଯାଇଥିଲେ ଅଭିଯୁକ୍ତ ଚାରିଜଣ ଯୁବତୀ । ଯୁବକଙ୍କ କହିବା ଅନୁସାରେ ଦୁଷ୍କର୍ମ କରିଥିବା ଯୁବତୀ ମାନଙ୍କ ବୟସ 20 ରୁ 30 ବର୍ଷ ମଧ୍ୟରେ ହେବ । ସେମାନେ ସମ୍ଭ୍ରାନ୍ତ ପରିବାରର ହୋଇଥିବା ପୀଡିତ କହିଛନ୍ତି । ତେବେ ଏନେଇ ଯୁବକ ଜଣକ ପୋଲିସରେ କୌଣସି ଅଭିଯୋଗ କରି ନଥିଲେ ସୁଦ୍ଧା ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଏହାର ତଦନ୍ତ ଜାରି ରଖିଛି ।
ତେବେ ପୀଡିତ ଯୁବକ ଜଣକ ବିବାହିତ ହୋଇଥିବା ବେଳେ ଏକ ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ଏହି ମାମଲା ବର୍ତ୍ତମାନ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।