ବହୁତ କମ୍ ଲୋକ ଜାଣନ୍ତି, ଦିନେ ଯୌତୁକରେ ପାକିସ୍ତାନ ମାଗିଥିଲେ Atal Bihari Bajpai, ଗୋଟିଏ ଉତ୍ତରରେ ପୁରା ପାକିସ୍ତାନ ର ମୁହଁ ଚୁପ୍ କରି ଦେଇଥିଲେ

ଭାରତୀୟ ରାଜନୀତିର ଦ୍ରୋଣାଚାର୍ଜ୍ୟ ଥିଲେ ଶ୍ରୀ ଅଟଳ ବିହାରୀ ବାଜପେୟୀ । ତାଙ୍କ ବ୍ୟକ୍ତିତ୍ବ ଯୋଗୁଁ ଅନେକ ତାଙ୍କୁ ସମର୍ଥନ କରୁଥିଲେ । ସବୁବେଳେ ହସ ହସ ମୁହଁ ଓ ଶ୍ରୁତି ମଧୁର କଥାରେ ଶତ୍ରୁଙ୍କୁ ବି ଚୁପ୍ କରି ଦେଉଥିଲେ । ଥରେ ପାକିସ୍ତାନରେ ବି ସେ ଏମିତି କିଛି କହିଥିଲେ ଯଦ୍ଵାରା ପୁରା ପାକିସ୍ତାନର ମୁହଁ ଚୁପ୍ ହୋଇ ଯାଇଥିଲା । 1999 ରେ ସେ ପ୍ରଧାନମନ୍ତ୍ରୀ ଥିବାବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ କରିବାକୁ ଚାହିଁଥିଲେ ।

ଭାରତରୁ ପାକିସ୍ତାନକୁ ପ୍ରଥମ ଥର ଆରମ୍ଭ ହୋଇଥିଲା ବସ୍ ସେବା । ଅଟଳ ବିହାରୀ ବାଜପେୟୀ ନିଜେ ସେହି ବସ୍ ରେ ବସି ଅମୃତସରରୁ ଲାହୋର ଯାଇଥିଲେ । ସେଠାରେ ଗଭର୍ଣ୍ଣର ହାଉସରେ ପହଞ୍ଚିବା ପରେ ଭାଷଣ ଦେଇ ପୁରା ପାକିସ୍ତାନକୁ ଚମକାଇ ଦେଇଥିଲେ । ପାକିସ୍ତାନୀ ରାଜନେତା ମାନେ ବି ନିଜ ଚୌକିରୁ ଉଠି ତାଳି ମାରିବାକୁ ଲାଗିଥିଲେ । ଭାଷଣ ଶେଷ ହେବା ପରେ ଜଣେ ମହିଳା ସାମ୍ବାଦିକା ବାଜପେୟୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ।

ସେ କହିଥିଲେ କି, ଆପଣ ଅବିବାହିତ ଅଛନ୍ତି ତେଣୁ ମୁଁ ଆପଣଙ୍କୁ ବାହା ହେବାକୁ ଚାହୁଁଛି । ହେଲେ ଆପଣ ମୁହଁ ଦେଖାଇରେ ମୋତେ କାଶ୍ମୀର ଦେଇପାରିବେ କି ? ଏହା ଶୁଣି ଖୁବ୍ ହସିଥିଲେ ପ୍ରଧାନମନ୍ତ୍ରୀ ବାଜପେୟୀ । ତାଙ୍କ ହସରେ ଥିଲା ଶକ୍ତିଶାଳୀ ପ୍ରହାରର ପୂର୍ବାଭାଷ । ବାଜପେୟୀ କହିଥିଲେ, ହଁ ତୁମେ ବହୁତ ସୁନ୍ଦର ଅଛ ମୁଁ ବି ତୁମକୁ ବାହା ହେବାକୁ ଚାହୁଁଛି ।

ହେଲେ ମୋତେ ଯୌତୁକରେ ପୁରା ପାକିସ୍ତାନ ଦରକାର । ଯୌତୁକରେ ପାକିସ୍ତାନ ଦେଲେ ମୁଁ ତୁମକୁ ବାହା ହେବାକୁ ପ୍ରସ୍ତୁତ । ଏଭଳି ଉତ୍ତର ଶୁଣି ଏକଦମ ଚୁପ୍ ହୋଇ ଯାଇଥିଲେ ମହିଳା ସାମ୍ବାଦିକା । ତାଙ୍କ ନାଁ ଯେମିତି ଅଟଳ ସେ ବି ସେମିତି ଅଟଳ ଥିଲେ । ହସର ବ୍ରହ୍ମାସ୍ତ୍ରରେ ନିଜ ଜୀବନରେ ଆସିଥିବା ସବୁ ବାଧାବିଘ୍ନକୁ ସେ ଭସ୍ମ କରି ଦେଇଥିଲେ । ଉଦାରବାଦ, ସହନଶୀଳତା ଓ ମହାନତାର ଉତ୍ସ ଥିଲେ ବାଜପେୟୀ । ଯାହା ତାଙ୍କୁ ରାଜନୀତିରେ ବେଶ ସଫଳତା ଆଣି ଦେଇଥିଲା ।

ନିଜ ବିଚାରଧାରାକୁ ନେଇ ସେ କେବେ ହେଲେ ମୁଣ୍ଡ ନୁଆଁଇ ନାହାନ୍ତି । ବରଂ ବଡ ବଡ ଦେଶ ମଧ୍ୟ ତାଙ୍କ ଆଗରେ ମୁଣ୍ଡ ନୁଆଁଇଛି । ଭାରତୀୟ ରାଜନୀତିରେ ତାଙ୍କ ଭୂମିକା ଚିରଦିନ ପାଇଁ ଇତିହାସରେ ଲିପିବଦ୍ଧ ହୋଇ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।