ଭାରତରେ ବ୍ୟାପୁଛି ଏହି ଦୁର୍ଲଭ ବେମାରି, ସବୁଠାରୁ ଅଧିକ ପିଲା ମାନେ ହେଉଛନ୍ତି ଏହି ରୋଗର ଶିକାର

ବଦଲୁଥିବା ପାଣିପାଗ ସହ ନୂଆ ନୂଆ ରୋଗବି ବଢୁଛି, ଯାହା ବିଷୟରେ ସାଧାରଣ ଲୋକମାନେ ଜାଣିବି ନାହାନ୍ତି। ଲୋକମାନଙ୍କ ଭାଇରାଲ ଆଦି ବେମାରି ଆଜିକାଲି ଅଧିକ ଦେଖିବାକୁ ମିଳୁଛି, କିନ୍ତୁ ଏହି ସବୁ ରୋଗ ମଧ୍ୟରେ କିଛି ଏଭଳି ରୋଗ ମଧ୍ୟ ଉତ୍ପନ ହେଉଛି ଯାହା ଛୋଟ ପିଲାଙ୍କ ଜୀବନ ନଷ୍ଟ କରି ଦେଉଛି। ଆମେ କହୁଛୁ “ଇକ୍ଥିୟୋସିସ” (Ichthyosis) ନାମକ ଏକ ଦୁର୍ଲଭ ରୋଗ ବିଷୟରେ। ଏବଂ ଯେମିତିକି ଆମେ ଆଗରୁ କହିଛୁ ଏହି ରୋଗ ପିଲାମାନଙ୍କ ଉପରେ ଅଧିକ ଦେଖା ଯାଉଛି।

ଏହା ପାଇଁ ପିଲାଙ୍କ ସ୍କିନ ମହମ ଭଳି ହୋଇଯାଉଛି। ଯଦିଓ ଏହି “ଇକ୍ଥିୟୋସିସ” (Ichthyosis) ବେମାରି ଭାରତରେ ବହୁତ କମ ଦେଖିବାକୁ ମିଳୁଛି, ଏବଂ ଏହି ରୋଗ ବିଷୟରେ ବହୁତ କମ ଲୋକ ମଧ୍ୟ ଜାଣିଛନ୍ତି। ସେଥିପାଇଁ ଏହି ରୋଗ ବିଷୟରେ ସମସ୍ତଙ୍କୁ ଅବଗତ କରାଇବାକୁ ଖେଳାଳି ଓ ତାରକା ମାନେ ବାହୁତ ପ୍ରଚାର ପ୍ରସାର କରୁଛନ୍ତି।

କଣ ଏହି “ଇକ୍ଥିୟୋସିସ” (Ichthyosis) ରୋଗ-

ଇକ୍ଥିୟୋସିସ” (Ichthyosis) ରୋଗ ହେଲେ ଛୁଆଙ୍କର ତ୍ଵଚା ମହମ ଭଳି କୋମଳ ହୋଇଯାଏ, ଏବଂ ପିଲା ବଡ ହେବାକୁ ଲାଗିଲେ ଏହା ଅଧିକ ବଢି ଥାଏ। ଏହି ରୋଗ ପାଇନ କୌଣସି ଔଷଧ ଆବିଷ୍କାର ହୋଇ ନାହିଁ, ଏହା ହେଲେ ପିଲାଙ୍କ ତ୍ଵଚାରେ କେବଳ ମଲମ ବା ଲୋଶନ ଲଗା ଯାଉଛି। ଏହି ରୋଗ ହେଲେ ନିଶ୍ଵାସ ନବାରେ କଷ୍ଟ ଅନୁଭବ ହୁଏ, ଏହା ବ୍ଯତୀତ ସ୍କିନ ଗୁଡିକ ଧୀରେ ଧୀରେ ଶରୀରରୁ ଛାଡି ଛାଡି ଯାଏ, ଯେଉଁଥିପାଇଁ ଶରୀରକୁ ବହୁତ କଷ୍ଟ ମଧ୍ୟ ହୁଏ।

ଏହାର ଲକ୍ଷଣ-

ଏହି ରୋଗର ପ୍ରଥମ ଲକ୍ଷଣ ହେଲା ଶୁଖିଲା କଳା ତ୍ଵଚା, ଲାଲିମା, ଫଫୋଲେ ବା ବହୁତ ଅଧିକା ଶୁଖି ଯିବାରୁ ଫାଟି ଫାଟି ଯାଏ। ଏହା ବ୍ଯତୀତ ତ୍ଵଚାରେ ହଲ୍କା ମାଟିଆ ରଙ୍ଗର ଦାଗ ହୋଇ ଯାଏ। ଏହି ରୋଗରେ ପିଲାଙ୍କର ଭଲ ଭାବରେ ଯତ୍ନ ନେବା ଆବଶ୍ୟକ। କାହିଁକି ନା ଏଥିରେ ଇନଫେକ୍ଶନର ଅଧିକ ସମ୍ଭାବନା ଥାଏ। ବୟସ ବଢିବା ସହ ସେମାନଙ୍କୁ ଅଧିକ କଷ୍ଟ ହୋଇଥାଏ।

ଏହି ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ବଡ ବଡ ନାମୀ ଦାମୀ ଖେଳାଳି ଓ ଏକ୍ଟର ମାନେ ବହୁତ ପ୍ରଚାର କରୁଛନ୍ତି। କ୍ରିକେଟର ଗୌତମ ଗଂଭୀର ବଲୀୱୁଡ ସ୍ଟାର ବରୁଣ ଧୱନ ଓ ଅଭିନେତ୍ରୀ ସୋହା ଅଲୀ ଖାନ ଶ୍ରୀୟା ଶରନ ଆଦି ବଡ ବଡ କଳାକାର ମାନେ ଏହି ରୋଗ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଚେଷ୍ଟା ଚଲାଇଛନ୍ତି। ଏହି କ୍ଯାମ୍ପେନ ୱିକ୍ଡ ବ୍ରାଂଡ ର ବିକ୍ସ ଟଚ ଅଫ କେୟାର ରୁ ଆରମ୍ଭ କରାଯାଇଛି, ଏଥିରେ ଏହି ରୋଗରେ ପୀଡ଼ିତା ଝିଅ ବିଷୟରେ ଦେଖା ଯାଇଛି।