ଜିଓ ଉପଭୋକ୍ତାଙ୍କୁ ଲାଗିବାକୁ ଯାଉଛି ବଡ ଝଟକା । ୫ଜି ସେବା ଆସୁ ଆସୁ ଜିଓ କମ୍ପାନୀ ବନ୍ଦ କରିଦେଲାଣି ଅନେକ ପ୍ଳାନ । ରିଚାର୍ଜ ପ୍ଳାନ ତାଲିକାରୁ ୧୨ଟି ସୁଲଭ ପ୍ଳାନକୁ ହଟାଇ ଦେଇଛି ଟେଲିକମ କମ୍ପାନୀ ଜିଓ । ଆଜ୍ଞା ହଁ, ନିକଟରେ ଦେଶର କିଛି ସହରରେ ଦେଶର ଅଗ୍ରଣୀ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ରିଲାଇନ୍ସ ଜିଓ ନିଜର ୫ଜି ସେବା ଲଞ୍ଚ କରିଛି । ଆଉ ୫ଜି ସେବା ଲାଗୁ ହେଉ ହେଉ ଏକ ବଡ ପଦକ୍ଷେପ ନେଇଛି ଜିଓ ।
କମ୍ପାନୀ ନିଜ ଅଫିସିଆଲ ୱେବସାଇଟରୁ ଗୋଟିଏ କି ଦୁଇଟି ନୁହେଁ ବରଂ ୧୨ ଗୋଟି ଭିନ୍ନ ଭିନ୍ନ ପ୍ଳାନକୁ ହଟାଇ ଦେଇଛି । ଏହି ସମସ୍ତ ପ୍ଳାନ ଡିଜନୀ ପ୍ଲସ୍ ହଟଷ୍ଟାରର ସବସ୍କ୍ରିପସନ ସହ ଆସୁଥିଲା । ଜିଓ ପକ୍ଷରୁ ୧୫୧ ଟଙ୍କାରୁ ଆରମ୍ଭ କରି ୩୧୧୯ ପର୍ଯ୍ୟନ୍ତ ଚାଲିଥିବା ସମସ୍ତ ପ୍ଳାନକୁ ହଟାଇ ଦିଆଯାଇଛି । ଏଥିରେ ରେଗୁଲାର ରିଚାର୍ଜ ପ୍ଳାନ ଠାରୁ ଆରମ୍ଭ କରି ଡାଟା ଆଡ୍ ଅନ ଗୁଡିକ ମଧ୍ୟ ସାମିଲ ରହିଛି ।
ଜିଓର ଅନେକ ରିଚାର୍ଜ ପ୍ଳାନରେ ଗ୍ରାହକଙ୍କୁ ଏକ ବର୍ଷ ପାଇଁ ଡିଜନୀ ପ୍ଲସ୍ ହଟଷ୍ଟାରର ମୋବାଇଲ ସବସ୍କ୍ରିପସନ ମିଳୁଥିଲା । କିଛି ପ୍ଳାନରେ ଏହି ସବସ୍କ୍ରିପସନ ତିନି ମାସ ପାଇଁ ମିଳିଥାଏ । ତେବେ ବର୍ତ୍ତମାନ କମ୍ପାନୀ ଏକ ଡିଜନୀ ପ୍ଳାନକୁ ବନ୍ଦ କରି ଦେଇଥିବା ବେଳେ ଅନ୍ୟ ଦୁଇଟି ପ୍ଳାନ ସହ ଏବେବି ଡିଜନୀ ପ୍ଲସ୍ ହଟଷ୍ଟାର ସବସ୍କ୍ରିପସନ ମିଳୁଛି ।
ଏହି ଦୁଇଟି ପ୍ଳାନ କିନ୍ତୁ ବହୁତ ମହଙ୍ଗା ଅଟେ । ଏହି ପ୍ଳାନ ଅନୁଯାୟୀ ୟୁଜର୍ସଙ୍କୁ ଡିଜନୀ ପ୍ଲସ ହଟଷ୍ଟାର ସବସ୍କ୍ରିପସନ ମିଳିଥାଏ । ତେବେ ଯେଉଁ ସବୁ ପ୍ଳାନକୁ କମ୍ପାନୀ ବନ୍ଦ କରିଦେଇଛି ସେଗୁଡିକ ହେଲା ୧୫୧, ୫୫୫ ଓ ୬୫୯ ଟଙ୍କିଆ ଡାଟା ଆଡ୍ ଅନ୍ ପ୍ଲାନ୍ । ୩୩୩ ଟଙ୍କିଆ ଡିଜନୀ ପ୍ଲସ ହଟଷ୍ଟାର ରିଚାର୍ଜ ପ୍ଲାନ୍, ୪୯୯, ୫୮୩, ୬୦୧, ୭୮୩ ଟଙ୍କିଆ ରିଚାର୍ଜ ମଧ୍ୟ ଏହି ତାଲିକାରେ ସାମିଲ ରହିଛି । ଏହାସହ ଆହୁରି ୭୯୯ ଓ ୧୦୬୬ ଟଙ୍କିଆ ରିଚାର୍ଜ ପ୍ଳାନ, ୨୯୯୯ ଓ ୩୧୧୯ ଟଙ୍କିଆ ରିଚାର୍ଜ ପ୍ଳାନ ମଧ୍ୟ ରହିଛି ।
ଏସବୁ ପ୍ଳାନ ଡିଜନୀ ପ୍ଲସ ହଟଷ୍ଟାର ସବସ୍କ୍ରିପସନ ସହ ଆସୁଥିଲା । ତେବେ ଜିଓ କମ୍ପାନୀର ୱେବସାଇଟରେ ବର୍ତ୍ତମାନ ଏହି ପ୍ଳାନ ଗୁଡିକ ନଥିଲେ ମଧ୍ୟ ସମ୍ଭବତଃ ଏଗୁଡ଼ିକୁ ଲିଷ୍ଟରେ ଅଣା ଯାଇପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।